କଟକ: ଆରମ୍ଭ ହୋଇଛି 21ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା। ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଛନ୍ତି । ଟୁର୍ଣ୍ଣାମେଣ୍ଟରେ ଭାରତ ସମେତ 12ଟି ଦେଶ ଭାଗ ନେଇଛନ୍ତି । ଆଜି ଠାରୁ ଲିଗ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ ଟିମ ଇଣ୍ଡିଆର ଅଧିନାୟକ ଅଚ୍ୟୁତ ସରଥ କମଲନାଥଙ୍କ ପ୍ରତିକ୍ରିୟା ଆଣିଛନ୍ତି ଆମ କଟକ ପ୍ରତିନିଧି ।
ଲିଗ ମ୍ୟାଚର ପ୍ରଥମ ଦିନରେ ଟିମ ଇଣ୍ଡିଆ ସ୍କଟଲାଣ୍ଡ ଓ ସିଙ୍ଗାପୁରକୁ ଭେଟିବାକୁ ଯାଉଛି । ସିଙ୍ଗାପୁର ସହିତ ବରାବର ମ୍ୟାଚ ରହୁଥିବା ବେଳେ ଏଥିରେ ଭାରତର ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ଅଚ୍ୟୁତ । ଏଥିସହ ଭାରତକୁ ନଂ 1 କରିବାକୁ ଚେଷ୍ଟା କରିବ ବୋଲି ସେ କହିଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ