ETV Bharat / state

ବିଷାକ୍ତ ସାପ କାମୁଡିବାରୁ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

author img

By

Published : Sep 14, 2022, 4:37 PM IST

ନିଆଳିରେ ବିଷାକ୍ତ ସାପ କାମୁଡ଼ାରେ ସ୍ୱାମୀ ମୃତ । ଏଭଳି ଅଘଟଣ ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ପୂରଣ ପ୍ରଧାନ ପଞ୍ଚାୟତ ବୋଧଖଣ୍ତି ଭୋଇସାହିରେ । ଅଧିକ ପଢ଼ନ୍ତୁ

ବିଷାକ୍ତ ସାପ କାମୁଡିବାରୁ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର
ବିଷାକ୍ତ ସାପ କାମୁଡିବାରୁ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ନିଆଳି : ବିଷାକ୍ତ ସାପ କାମୁଡାରେ ସ୍ବାମୀର ମୃତ୍ୟୁ । ଶୋଇଥିବା ସମୟରେ କାମୁଡ଼ିଥିଲା ସାପ । ତେବେ ଏହି ଘଟଣାରେ ସ୍ତ୍ରୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ପୂରଣ ପ୍ରଧାନ ପଞ୍ଚାୟତ ବୋଧଖଣ୍ତି ଭୋଇସାହି ଗ୍ରାମରେ । ମୃତ ବ୍ୟକ୍ତି ଜଣକ ହେଲେ ଚିତ୍ରସେନ ଭୋଇ ।

ସୂଚନାନୁସାରେ ଚିତ୍ରସେନ ଓ ତାଙ୍କ ସ୍ତ୍ରୀ ପ୍ରତିମା ଭୋଇ ଶୋଇଥିବା ସମୟରେ ସୋମବାର ବିଳମ୍ବିତ ରାତିରେ ଏକ ବିଷାକ୍ତ ସାପ କାମୁଡ଼ି ଥିଲା । ଏହାପରେ ଉଭୟଙ୍କ ପାଟି ଶୁଣି ପରିବାର ଲୋକେ ସେମାନଙ୍କ ପାଖରେ ପହଞ୍ଚି ଥିଲେ । ସେଠାରେ ସ୍ବାମୀ, ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଦେଖି ଓ ସାପ କାମୁଡ଼ିଥିବା ଜାଣିପାରି ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ସାପ କାମୁଡ଼ାରେ ଚାଲିଗଲା ମାଆ-ପୁଅଙ୍କ ଜୀବନ, ଗୋଟେ ଜୁଇରେ ଜଳିଲା ଚିତା

ସେଠାରେ ଡାକ୍ତର ଉଭୟଙ୍କୁ ପ୍ରାଥମିକ ଚିକିତ୍ସା କରି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳେ ଚିତ୍ରସେନଙ୍କ ମୃତ୍ୟୁ ହୋଇଯାଇଛି । ସେପଟେ ମୃତ ଚିତ୍ରସେନଙ୍କ ସ୍ତ୍ରୀ ପ୍ରତିମାଙ୍କୁ କ୍ୟାପିଟାଲରୁ ଏମ୍ସ ମେଡିକାଲକୁ ସ୍ଥାନ୍ତରିତ କରାଯାଇଥିବା ନେଇ ସୂଚନା ମିଳିଛି । ଅନ୍ୟପକ୍ଷରେ କାମୁଡି ଥିବା ସାପକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ସୂଚନାନୁସାରେ ବନ୍ୟା ପରଠାରୁ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା, ବାଲିଅନ୍ତା ଏବଂ କଟକ ଜିଲ୍ଲାର ନିଆଳି ଓ କଣ୍ଟାପଡ଼ା ବ୍ଲକ ଅଞ୍ଚଳରେ ବିଷାକ୍ତ ସାପ ମାନଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଛି । ଏନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ସୂଚନାଯୋଗ୍ୟ, ଗତ ଜୁଲାଇ ମାସରେ ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ବାଇପାଲି ଗ୍ରାମରେ ବିଷାକ୍ତ ସାପ କାମୁଡିବାରୁ ଉଭୟ ମାଆ ପୁଅଙ୍କର ମୃତ୍ୟୁ ହୋଇଛି । ଗୋଟିଏ ପରିବାରର ଏକାଥରେ ଦୁଇଜଣଙ୍କ ମୃତ୍ୟୁ ହେବା ଫଳରେ ସ୍ତବ୍ଧ ହୋଇଯାଇଥିଲେ ଗ୍ରାମବାସୀ । ବାଇପାଲି ଗ୍ରାମର ନିବାସୀ କ୍ଷିରୋଦ୍ର ପ୍ରଧାନ ତାଙ୍କ ପତ୍ନୀ ଓ ଦୁଇ ପୁଅଙ୍କ ସହିତ ରାତିରେ ଶୋଇଥିବା ବେଳେ ଏକ ବିଷଧର ସାପ ପତ୍ନୀ ସୁନୀତା ପ୍ରଧାନ(36) ଏବଂ ସାତ ବର୍ଷର ପୁଅ ପିଉସଙ୍କୁ କାମୁଡି ଦେଇଥିଲା । ତେବେ ପରିବାର ଲୋକେ ଉଭୟ ମା’, ପୁଅଙ୍କୁ ରାତି ୩ଟାରେ ବରଗଡ ହସ୍ପିଟାଲକୁ ଏବଂ ପରେ ବୁର୍ଲାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ହେଲେ ଚିକିତ୍ସାଧିନ ଅବସ୍ଥାରେ ଉଭୟ ମାଆ ଓ ପୁଅଙ୍କର ମୃତ୍ୟୁ ହୋଇଯାଇଥିଲା l

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.