ETV Bharat / state

Odisha Civil Services Result: ଅଙ୍କୁଶ ହଟାଇଲେ କୋର୍ଟ, ପ୍ରକାଶ ପାଇବ ଓଡ଼ିଶା ସିଭିଲ ସର୍ଭିସ-୨୦୨୧ ରେଜଲ୍ଟ

ପ୍ରକାଶ ପାଇବ ୨୦୨୧ ଓଡ଼ିଶା ସିଭିଲ ସର୍ଭିସ ରେଜଲ୍ଟ । ଫଳ ପ୍ରକାଶ ଉପରେ ଲାଗିଥିବା ଅଙ୍କୁଶ ହଟାଇଲେ କୋର୍ଟ । ଅଧିକ ପଢନ୍ତୁ

ପ୍ରକାଶ ପାଇବ ଓଡ଼ିଶା ସିଭିଲ ସର୍ଭିସ-୨୦୨୧ ରେଜଲ୍ଟ

author img

By

Published : Jul 27, 2023, 10:38 AM IST

କଟକ: 2021 ମସିହା OPSC ପରୀକ୍ଷା ଫଳ ପ୍ରକାଶ ପାଇଁ ବାଟ ଫିଟିଛି । ଫଳ ପ୍ରକାଶନ ଉପରୁ ଅଙ୍କୁଶ ହଟାଇଛନ୍ତି ଓଡ଼ିଶା ହାଇକୋର୍ଟ । ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀ ସତୀଶ କୁମାର ପାଣିଗ୍ରାହୀଙ୍କ ଆବେଦନର ପ୍ରାରମ୍ଭିକ ଶୁଣାଣି କରି ଫଳ ପ୍ରକାଶ ଉପରେ କୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ବିନା ଅନୁମତିରେ ନିଯୁକ୍ତି ପ୍ରକ୍ରିୟାର ଫଳାଫଳ ପ୍ରକାଶ କରାଯିବ ନାହିଁ ବୋଲି ନିର୍ଦ୍ଦେଶ ରହିଥିଲା । ଏହି ଅନ୍ତରୀଣ ନି‌ର୍ଦ୍ଦେଶରେ ପରିବର୍ତ୍ତନ ପ୍ରସଙ୍ଗ ନେଇ OPSC କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।

ଅଙ୍କୁଶ ଯୋଗୁଁ ଅନ୍ୟ ଶତାଧିକ ପ୍ରାର୍ଥୀ ପ୍ରଭାବିତ ହେବେ ବୋଲି ଆବେଦନରେ ଉଲ୍ଲେଖ କରିଥିଲା OPSC । ହାଇକୋର୍ଟ OPSC ଆବେଦନର ଶୁଣାଣି କରି ପୂର୍ବ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି । ଗୋଟିଏ ପଦବୀ ସଂରକ୍ଷିତ ରଖିବାକୁ OPSCକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ପଦବୀ ପାଇଁ ହାଇକୋର୍ଟଙ୍କ ବିନା ଅନୁମତିରେ ନିଯୁକ୍ତି ଦିଆଯିବ ନାହିଁ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ, ଓଡ଼ିଶା ସିଭିଲ ସର୍ଭିସ 2021ର ଫଳ ପ୍ରକାଶ ଉପରେ ଅଙ୍କୁଶ ଲଗାଇଥିଲେ ଓଡ଼ିଶା ହାଇକୋର୍ଟ । ଚୟନ ପ୍ରକ୍ରିୟା ଜାରି ରହିଲେ ବି କୋର୍ଟଙ୍କ ବିନା ଅନୁମତିରେ ଫଳ ପ୍ରକାଶ ନକରିବାକୁ OPSCକୁ ନିର୍ଦ୍ଦେଶ ଦେଇଥିଲେ । ଦିବ୍ୟାଙ୍ଗ ପ୍ରାର୍ଥୀ ସତୀଶ କୁମାର ପାଣିଗ୍ରାହୀଙ୍କ ଆବେଦନକୁ ବିଚାର ପାଇଁ ଗ୍ରହଣ କରିବା ସହ ଏହି ଅଙ୍କୁଶ ଲଗାଇଥିଲେ ହାଇକୋର୍ଟ । ତେବେ ଏହି ମାମଲାର ଶୁଣାଣି ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି ।

ଏହାମଧ୍ୟ ପଢନ୍ତୁ: କାହିଁକି ସିଭିଲ ସର୍ଭିସ 2021ର ଫଳପ୍ରକାଶ ଉପରେ ଅଙ୍କୁଶ ଲଗାଇଲେ ହାଇକୋର୍ଟ

କେବଳ ସେତିକି ନୁହେଁ ରାଜ୍ୟ ସରକାର ଏକ ମେଡିକାଲ ବୋର୍ଡ଼ ଗଠନ କରିବେ ଏବଂ ଉକ୍ତ ବୋର୍ଡ଼ ଆବେଦନକାରୀଙ୍କ ପରୀକ୍ଷା କରି ସାର୍ଟିଫିକେଟ ପ୍ରଦାନ କରିବ । ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏହି ସାର୍ଟିଫିକେଟ କୋର୍ଟରେ ଦାଖଲ କରାଯିବ । ଏନେଇ କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ଓପିଏସସିକୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୪ ସପ୍ତାହ ମଧ୍ୟରେ ଏହାର ଜବାବ ଦାଖଲ କରିବାକୁ ବିଚାରପତି ଜଷ୍ଟିସ ଆଦିତ୍ୟ ମହାପାତ୍ରଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।

କାହିଁକି ପୂର୍ବରୁ ଅଙ୍କୁଶ ଲଗାଇଥିଲେ ହାଇକୋର୍ଟ:

ଆବେଦନକାରୀ ସତୀଶ କୁମାର ପାଣିଗ୍ରାହୀ ଜଣେ ଦିବ୍ୟାଙ୍ଗ ଅଟନ୍ତି । ତାଙ୍କୁ ସାକ୍ଷାତକାର ପରୀକ୍ଷା ପାଇଁ ଡକା ଯାଇନଥିଲା । ସେ ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ତାଙ୍କ ପାଇଁ ସଂରକ୍ଷିତ ଥିବା ବର୍ଗରେ ତାଙ୍କୁ ନିଯୁକ୍ତି ପ୍ରକ୍ରିୟାରେ ସୁଯୋଗ ଦିଆଯାଉ ପ୍ରାର୍ଥନା କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ତାଙ୍କ ଆବେଦନକୁ ବିଚାରପାଇଁ ଗ୍ରହଣ କରିବା ସହ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଥିଲେ । ଏଥିସହ କୋର୍ଟଙ୍କ ବିନା ଅନୁମତିରେ ଫଳାଫଳ ପ୍ରକାଶ ନ କରିବାକୁ କଡା ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.