ETV Bharat / state

Mahanga Double Murder: ୬ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ - ମାହାଙ୍ଗା ହତ୍ୟା ମାମଲା ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

ମାହାଙ୍ଗା ଡବଲ ମର୍ଡର ମାମଲାରେ ଗିରଫ ୬ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ଅଧିକ ପଢନ୍ତୁ

Mahanga Double Murder: ୬ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ

author img

By

Published : Feb 17, 2022, 8:53 AM IST

କଟକ: ମାହାଙ୍ଗା ଡବଲ ମର୍ଡର ମାମଲାରେ ଗିରଫ ହୋଇ ଜେଲରେ ଥିବା ୬ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଅଭିଯୁକ୍ତ କୈଳାସ ଚନ୍ଦ୍ର ଖଟୁଆ, ମଳୟ କୁମାର ବାରିକ, ଭିକାରି ଚରଣ ସ୍ବାଇଁ, କ୍ଷୀତିଶ କୁମାର ଆଚାର୍ଯ୍ୟ, ଚୈତନ୍ୟ ସେଠୀ, ଅରବିନ୍ଦ ଖଟୁଆଙ୍କ ନିୟମିତ ଜାମିନ ଆବେଦନଗୁଡିକର ଏକତ୍ର ପୂର୍ଣ୍ଣାଙ୍ଗ ଶୁଣାଣି କରି ଜାମିନ ଆବେଦନ ଖାରଜ କରିଛନ୍ତି ।

ମାମଲାର ଏତଲାକାରୀ ତଥା ମୃତ କୁଳମଣି ବରାଳଙ୍କ ପୁଅ ରମାକାନ୍ତ ବରାଳଙ୍କ ପକ୍ଷରୁ ଓକିଲଙ୍କ ମାଧ୍ୟମରେ ଏହି ସବୁ ଜାମିନ ଆବେଦନକୁ ବିରୋଧ କରାଯାଇଥିଲା । ହାଇକୋର୍ଟ ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ଗତ ୧୪ ତାରିଖରେ ତାଙ୍କ ରାୟକୁ ସଂରକ୍ଷିତ ରଖିଥିଲେ ।

ଉଲ୍ଲେଖଯୋଗ୍ୟ, ୨୦୨୧ ଜାନୁଆରି ୨ ତାରିଖରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ଏନେଇ କୁଳମଣିଙ୍କ ପୁଅ ରମାକାନ୍ତ ମାହାଙ୍ଗା ଥାନାରେ ଏତଲା ଦେଇଥିଲେ । ପୋଲିସ ମାମଲା ରୁଜୁ କରି ଉପରୋକ୍ତ ଅଭିଯୁକ୍ତଙ୍କ ସହିତ ଅନ୍ୟମାନଙ୍କୁ ଗିରଫ କରିଥିଲା ।

ଅଦାଲତରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ମଧ୍ୟ ପୋଲିସ ଦାଖଲ କରିଥିଲା । ଦୌରାଜଜ ଅଦାଲତରେ ଜାମିନ ଖାରଜ ହେବା ପରେ ଉପରୋକ୍ତ ୬ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏତଲାକାରୀଙ୍କ ପକ୍ଷରୁ ଆଇନଜୀବୀ ରାକେଶ କୁମାର ମଲ୍ଲିକ ମାମଲା ପରିଚାଳନା କରୁଥିବା ବେଳେ ସରକାରଙ୍କ ପକ୍ଷରୁ ଆସିଷ୍ଟାଣ୍ଡ ଷ୍ଟାଣ୍ଡିଂ କାଉନସେଲ ଏମକେ ମହାନ୍ତି ଏହି ମାମଲା ପରିଚାଳନା କରୁଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.