ETV Bharat / state

ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀଙ୍କୁ ୩ ମାସ ଭିତରେ ପେନସନ୍‌ ଦିଅ: ହାଇକୋର୍ଟ - High Court Instruction on pension

High Court on pension: ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜର ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ୩ ମାସ ଭିତରେ ପେନସନ୍‌ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ପେନସନ ପ୍ରସଙ୍ଗରେ ହାଇକୋର୍ଟଙ୍କ ରାୟ

author img

By ETV Bharat Odisha Team

Published : Jan 13, 2024, 10:07 PM IST

କଟକ: ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜର ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଖୁସି ଖବର । ତିନି ମାସ ମଧ୍ୟରେ ସେମାନଙ୍କୁ ପେନସନ୍‌ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ପୂର୍ବରୁ ଆବେଦନକାରୀ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍‌ ପ୍ରଦାନ ଦରଖାସ୍ତକୁ ଖାରଜ କରି ସରକାର ପ୍ରଦାନ କରିଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ୩ ମାସ ଭିତରେ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ, ଅଧ୍ୟାପକ ଓ ର୍କମଚାରୀଙ୍କୁ ପେନସନ୍‌ ଓ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ହାଇକୋର୍ଟ ଏହି ସମ୍ପର୍କିତ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଗତବର୍ଷ ଅକ୍ଟୋବର ୧୩ରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ ।

ପୂର୍ବରୁ ଶରତ ଚନ୍ଦ୍ର ପରିଡା ବନାମ ରାଜ୍ୟ ସରକାର ମାମଲାରେ ୨୦୧୫ରେ ପ୍ରଦାନ କରାଯାଇଥିବା ରାୟ ଆଧାରରେ ଅନୁଦାନପ୍ରାପ୍ତ ଶିକ୍ଷାନୁ‌ଷ୍ଠାନର ଶିକ୍ଷକ, ଅଧ୍ୟାପକ, କର୍ମଚାରୀଙ୍କୁ ପେନସନ୍‌ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଶରତ ପ୍ରଧାନ ମାମଲାରେ ମଧ୍ୟ ସମାନ ରାୟ ହାଇକୋର୍ଟ ଦେଇଥିଲେ । ଜଣିକିଆ ବିଚାରପତିଙ୍କ ରାୟକୁ ବିରୋଧ କରି ରାଜ୍ୟ ସରକାର ଦୁଇ ଜଣିଆ ଖଣ୍ଡପୀଠରେ ରିଟ୍‌ ଅପିଲ ଦାୟର କରିଥିଲେ । ରାଜ୍ୟ ସରକାରଙ୍କ ତରଫରୁ ଦାୟର ୬୨୫ଟି ରିଟ୍‌ ଅପିଲର ୨୦୨୩, ମେ ୮ରେ ହାଇକୋର୍ଟର ଦୁଇ ଜଣିକିଆ ଖଣ୍ଡପୀଠ ଏକତ୍ର ଶୁଣାଣି କରି ଜଣିକିଆ ବିଚାରପତିଙ୍କ ରାୟକୁ ରଦ୍ଦ କରିଥିଲେ । ଏଥି ସହିତ ଏହି ସବୁ ମାମଲାର ସାନି ଶୁଣାଣି ପାଇଁ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ହାଇକୋର୍ଟରେ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀଙ୍କୁ ପେନସନ୍‌ ପ୍ରଦାନ ପ୍ରସଙ୍ଗରେ ସାନି ଶୁଣାଣି ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ASO ଚୟନ ଅନିୟମିତତା ମାମଲା; ମେରିଟ୍‌ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ

ପୂର୍ବର ବ୍ଲକ୍‌ ଗ୍ରାଣ୍ଟ ଓ ଏବେର ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଅବସର ଗ୍ରହଣ କରୁଥିବା କର୍ମଚାରୀ ଅବସର ଗ୍ରହଣ କରିବା ପରେ ତାଙ୍କୁ ପେନସନ୍ ଓ ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟ ମିଳୁନାହିଁ । ସମାନ ପ୍ରସଙ୍ଗ ନେଇ ଦାୟର ଶରତ ଚନ୍ଦ୍ର ପରିଡା ମାମଲାର ଶୁଣାଣି କରି ୨୦୧୫ରେ ହାଇକୋର୍ଟ ବ୍ଲକ ଗ୍ରାଣ୍ଟ ସ୍କୁଲର ଅବସରପ୍ରାପ୍ତ ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କୁ ପେନସନ୍‌ ଓ ଅବସରକାଳୀନ ପ୍ରାପ୍ୟ ପ୍ରଦାନ ସପକ୍ଷରେ ରାୟ ପ୍ରଦାନ କରିଥିଲେ । ଏହି ରାୟକୁ ଚ୍ୟାଲେଞ୍ଜ୍‌ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟ କାଏମ ରଖିଥିଲେ । ଏଭଳି ସ୍ଥିତିରେ ପେନସନ୍‌ ଓ ଅବସରକାଳୀନ ପ୍ରାପ୍ୟ ଅବସର ପରଦିନ ଠାରୁ ପ୍ରଦାନ କରିବା ପାର୍ଥନା କରି ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.