ETV Bharat / state

ବଢ଼ିଲା ବିଜୟ ଶଙ୍କରଙ୍କ ଅଡୁଆ, ପ୍ରତ୍ୟୁଷାଙ୍କୁ ବିବାହ କରିବା ସମ୍ଭବ ହେବନି !

author img

By ETV Bharat Odisha Team

Published : Nov 22, 2023, 8:03 AM IST

Updated : Nov 22, 2023, 2:16 PM IST

ବିଧାୟକ ବିଜୟ ଶଙ୍କର ଦାସ ବିବାହ ବିବାଦ ମାମଲା । ତାଙ୍କର ଭାବିପତ୍ନୀ ବିବାହିତା ବୋଲି ବିବାହ ପଞ୍ଜିକରଣ ଅଧିକାରୀଙ୍କ ନିକଟରେ ପ୍ରମାଣ ଦାଖଲ କଲେ ପୂର୍ବତନ ବାନ୍ଧବୀ ସୋମାଲିକା । ଅଧିକ ପଢ଼ନ୍ତୁ

ବିଜୟ ଶଙ୍କର ବିବାହ ବିବାଦ
ବିଜୟ ଶଙ୍କର ବିବାହ ବିବାଦ

ବିଜୟ ଶଙ୍କର ଦାସ ବିବାହ ବିବାଦ ମାମଲା

କଟକ: ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଅଡୁଆ । ନିଜ ଭାବିପତ୍ନୀ ପ୍ରତ୍ୟୁଷା ନନ୍ଦଙ୍କୁ ଏବେ ସହଜରେ ବିବାହ କରିପାରିବେ ନାହିଁ ବିଧାୟକ । ପ୍ରତ୍ୟୁଷା ନନ୍ଦ ବିବାହିତା ବୋଲି କଟକ ବିବାହ ପଞ୍ଜିକରଣ ଅଧିକାରୀଙ୍କ ନିକଟରେ ପ୍ରମାଣ ଦାଖଲ କରିଛନ୍ତି ସୋମାଲିକା ଦାସ । ତେବେ ପ୍ରମାଣର ଅରିଜିନାଲ କପି ଦାଖଲ କରିବାକୁ ବିବାହ ପଞ୍ଜିକରଣ ଅଧିକାରୀ ନିର୍ଦ୍ଦେଶ ଦେବା ସହ ସାକ୍ଷୀ ଉପସ୍ଥାପନ କରିବାକୁ କହିଛନ୍ତି । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ପୂର୍ବତନ ବାନ୍ଧବୀ ଥିଲେ ସୋମାଲିକା ଦାସ ।

ଏହା ମଧ୍ୟ ପଢନ୍ତୁ: ଥମିନି ପ୍ରେମ ବିବାଦ: ଆଉ ଜଣଙ୍କୁ ବିବାହ ପାଇଁ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କଲେ ତିର୍ତ୍ତୋଲ ବିଧାୟକ

ପ୍ରଥମେ ବିବାହର ପ୍ରତିଶ୍ରୁତି ଦେଇ ବିଧାୟକ ତାଙ୍କୁ ଧୋକା ଦେଇଥିବା ନେଇ ସୋମାଲିକା ଅଭିଯୋଗ କରିବା ପରେ ବିବାଦ ବଢ଼ିବାରେ ଲାଗିଛି । ସୋମାଲିକାଙ୍କୁ ଛାଡି ପରେ ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ ପାଇଁ କଟକ ବିବାହ ପଞ୍ଜିକରଣ ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ ବିଜୟ ଶଙ୍କର। ଯାହାକୁ ବିରୋଧ କରି ଆପତ୍ତି ପିଟିସନ ଦାଖଲ କରିଥିଲେ ସୋମାଲିକା । ତେବେ ପ୍ରତ୍ୟୁଷା ବିବାହିତା ଥାଇ ନିଜକୁ ଅବିବାହିତା କହି ବିବାହ ଆବେଦନ କରିଥିବାରୁ ସୋମାଲିକା ତାକୁ ବିରୋଧ କରିଛନ୍ତି । ତେଣୁ ପ୍ରତ୍ୟୁଷା ବିବାହିତା ଥିବାର ପ୍ରମାଣ ଦାଖଲ ପାଇଁ ସୋମାଲିକାଙ୍କୁ ବିବାହ ପଞ୍ଜିକରଣ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

ବିଜୟଙ୍କ ବିବାହକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ତ ସୋମାଲିକା

ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ବିବାହ ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ପୂର୍ବତନ ବାନ୍ଧବୀ ସୋମାଲିକା । ବିଜୟଙ୍କ ବିବାହ ଆବେଦନକୁ ରୋକିବା ପାଇଁ ସେ ହାଇକୋର୍ଟରେ ଆବେଦନ କରିଥିଲେ । ବିଜୟ ଆଉ ଜଣେ ମହିଳାଙ୍କୁ ବିବାହ ପାଇଁ କଟକ ସବ ରେଜିଷ୍ଟ୍ରାର ଅଫିସରେ ଆବେଦନ କରିଛନ୍ତି । ଏନେଇ ସୋମାଲିକା ସବ ରେଜିଷ୍ଟ୍ରାର ଅଫିସରେ ଅବ୍‌ଜେକ୍ସନ୍‌ ପିଟିସନ ମଧ୍ୟ ଦାଖଲ କରିଥିଲେ । ତେବେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢ଼େଇ କରିବି ବୋଲି ସେ କହିଛନ୍ତି ।

ବିଜୟଙ୍କ ବିବାହ ସମ୍ପୂର୍ଣ୍ଣ ବେଆଇନ ବୋଲି ଅଭିଯୋଗ କରିଛନ୍ତି ସୋମାଲିକା । ଗତ ୯ ମାସ ତଳେ ଉଭୟ ସୋମାଲିକା ଓ ବିଜୟ, ବିବାହ ପାଇଁ ସବ୍‌ରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ବିଜୟ ଏଥିରେ ସହଯୋଗ କରିନଥିବା ସୋମାଲିକା ଅଭିଯୋଗ କରିଥିଲେ । ତେଣୁ ବିଜୟ ଏବେ ଯେଉଁ ଯୁବତୀଙ୍କୁ ବିବାହ କରିବା ପାଇଁ କଟକ ସବରେଜିଷ୍ଟ୍ରାରରେ ଆବେଦନ କରିଛନ୍ତି, ସେଥିରେ ସେ ଲିଖିତ ଆକାରରେ ଅବଜେକ୍ସନ କରିଛନ୍ତି । ଏଥିସହ ବିଧାୟକ ବୟସରେ ବି ଜାଲିଆତି କରିଥିବା ପୂର୍ବତନ ବାନ୍ଧବୀ ଅଭିଯୋଗ ଆଣିଛନ୍ତି ।

ଇଟିଭି ଭାରତ, କଟକ

Last Updated : Nov 22, 2023, 2:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.