ETV Bharat / state

ନିଶା ବେପାରୀଙ୍କ ବିରୋଧରେ କହିବାରୁ ପୂର୍ବତନ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ - ନିଆଳିରେ ପୂର୍ବତନ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ

ନିଶା ବେପାରୀ ନାଁରେ ମୁହଁ ଖୋଲିବାରୁ ପୂର୍ବତନ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ । ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି । କଟକ ଜିଲ୍ଲା ସିଠାଳ ପଞ୍ଚାୟତରେ ଘଟିଛି ଏଭଳି ଘଟଣା । ପୂର୍ବତନ ସରପଞ୍ଚଙ୍କ ପକ୍ଷରୁ ଥାନାରେ ମାମାଲ । ଅଧିକ ପଢନ୍ତୁ

ନିଶା ବେପାରୀ ନାଁରେ ମୁହଁ ଖୋଲିବାରୁ ପୂର୍ବତନ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ: ଥାନାରେ ମାମଲା

author img

By

Published : Jul 31, 2022, 11:08 PM IST

ନିଆଳି : ନିଶା ବେପାରୀ ନାଁରେ ମୁହଁ ଖୋଲିବାରୁ ପୂର୍ବତନ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସିଠାଳ ପଞ୍ଚାୟତରେ । ତିନି ତିନି ଥର ସରପଞ୍ଚ ହୋଇଥିବା ପୂର୍ବତନ ସରପଞ୍ଚ ତଥା ବିଜେଡ଼ି ନେତା ଓ ବରିଷ୍ଠ ଓକିଲ ଅନ୍ତର୍ଯ୍ୟାମୀ ବଡୁଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କୁ ଉଦ୍ଧାର କରାଯାଇ ମେଡିଲାଲରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ଏତାଲ ମଧ୍ୟ ଦିଆଯାଇଛି ।

ସୂଚନା ଅନୁସାରେ, ସିଠାଳୋ ନିକଟରେ ପୂର୍ବତନ ସରପଞ୍ଚ ଅନ୍ତର୍ଯ୍ୟାମୀଙ୍କ ପାଖକୁ କିଛି ଦୁବୃର୍ତ୍ତ ଆସିଥିଲେ । ପରେ ନିଶା ବେପାରୀଙ୍କ ବିରୁଦ୍ଧରେ କାହିଁକି ଅଭିଯୋଗ କରୁଛୁ ପଚାରିବା ସହ 50 ହଜାର ଟଙ୍କା ଦାଦା ବଟି ମାଗିଥିଲେ। ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଭୁଜାଲିରେ ଅକ୍ରମଣ କରିଥିଲେ। ଆକ୍ରମଣରେ ଅନ୍ତର୍ଯ୍ୟାମୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ସେ ଜୀବନ ବିକଳରେ ଘଟଣାସ୍ଥଳରୁ ଦଉଡ଼ି ପଳାଉ ଥିବା ବେଳେ ଦୁବୃର୍ତ୍ତମାନେ ତାଙ୍କ ପିଛା କରିଥିଲେ।

ନିଶା ବେପାରୀ ନାଁରେ ମୁହଁ ଖୋଲିବାରୁ ପୂର୍ବତନ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ: ଥାନାରେ ମାମଲା

ସିଠାଳୋ ଛକରେ ଉପସ୍ଥିତ ଲୋକମାନେ ପାଟି ତୁଣ୍ଡ ଶୁଣି ଆସିବା ପରେ ଦୁର୍ବୃତ୍ତମାନେ ଘଟଣା ସ୍ଥଳରୁ ଖସି ପଳାଇଥିଲେ। ଫଳରେ ସେଠାରେ ଅନ୍ତର୍ଯ୍ୟାମୀ ଅଚେତ ହୋଇପଡିଥିଲେ । ଲୋକମାନେ ତାଙ୍କୁ ଉଦ୍ଧାର କରି ମେଡିକାଲ ନେଇ ନେଇଥିଲେ । ଏନେଇ ପୂର୍ବତନ ସରପଞ୍ଚ ନିଆଳି ଥାନାରେ ଅଭିଯୋଗ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଇଟିଭି ଭାରତ,ନିଆଳି

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.