ETV Bharat / state

2 ବର୍ଷ କାର୍ଯ୍ୟକାଳ ମତେ ସନ୍ତୋଷ ପ୍ରଦାନ କରିଛି: ସୁନୀଲ ବଂଶଲ - ସୁନୀଲ ବଂଶଲ

DGP Sunil Kumar Bansal Retirement: ସରିଲା ପୋଲିସ ଡିଜି ସୁନୀଲ୍ ବଂଶଲଙ୍କ କାର୍ଯ୍ୟକାଳ । 2 ବର୍ଷ ଧରି ରାଜ୍ୟ ପାଇଁ ସେବା ଯୋଗାଇବା ପରେ ଆଜି ନିଜ କର୍ତ୍ତବ୍ୟରୁ ଅବସର ଗ୍ରହଣ କରିଛନ୍ତି । ଅଧିକ ପଢ଼ନ୍ତୁ

ସୁନୀଲ ବଂଶଲ
ସୁନୀଲ ବଂଶଲ
author img

By ETV Bharat Odisha Team

Published : Dec 31, 2023, 10:11 PM IST

ସୁନୀଲ ବଂଶଲ

କଟକ: ସରିଲା ପୋଲିସ ଡିଜି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ । 2 ବର୍ଷ ଧରି ରାଜ୍ୟ ପାଇଁ ସେବା ଯୋଗାଇବା ପରେ 31 ଡିସେମ୍ବର ( ରବିବାର) ଆଜି ନିଜ କର୍ତ୍ତବ୍ୟରୁ ଅବସର ଗ୍ରହଣ କରିଛନ୍ତି ସୁନୀଲ ଵଂଶଲ । ସୁନୀଲଙ୍କ ପରେ ଆଜି ଅତିରିକ୍ତ ଡିଜିପି ଦାୟିତ୍ୱ ଗ୍ରହଣ କରିଛନ୍ତି ଅରୁଣ କୁମାର ଷଡ଼ଙ୍ଗୀ । ତେବେ ସୁନୀଲ ଅବସର ନେବା ପରେ ଦୀର୍ଘ 2 ବର୍ଷ କାର୍ଯ୍ୟକଳାପ ଅନୁଭୁତି ବିଷୟରେ ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି ।

ତେବେ ସୁନୀଲ କହିଛନ୍ତି, "ମହାପ୍ରଭୁଙ୍କ କୃପାରୁ ଆଜକୁ ଠିକ 2 ବର୍ଷ ତଳେ ଓଡ଼ିଶାର ଡିଜିପି ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ରାଜ୍ୟବାସୀଙ୍କୁ ସେବା ଦେବାରେ ସୁଯୋଗ ପାଇଛି । ମୋତେ ଓଡ଼ିଶାରେ କାର୍ଯ୍ୟ କରିବାର ସୁଯୋଗ ଓ ମୋ ଉପରେ ଭରସା ଦେଖାଇ ଥିବାରୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ପୁରୀ ରଥଯାତ୍ରା ଦୁଇ ବର୍ଷ ଓ ନିର୍ବାଚନ ସମୟରେ ମଧ୍ୟ ମୁଁ କାମ କରିଛି । ଯାହା ମୋ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ଓଡ଼ିଶାର ମାଓ ଦମନରେ ମଧ୍ୟ ଆମେ କିଛିଟା ସଫଳ ହୋଇଛୁ । ହେଲେ ସାଇବର କ୍ରାଇମ କିମ୍ବା ନାର୍କୋଟିକ୍ କ୍ରାଇମ୍ ରୋକିବା ଦିଗରେ ରାଜ୍ୟ ପୋଲିସ ଚ୍ୟାଲେଞ୍ଜ ଫେସ୍ କରିଛି । ଏଥିପାଇଁ ସାଇବର ସଚେତନତା ବହୁ ମାତ୍ରାରେ କରିଛୁ । ଯେକୌଣସି କ୍ଷେତ୍ରରେ ସାଧାରଣ ଲୋକଙ୍କଠାରୁ ପୋଲିସ ରେସ୍‌ପନ୍ସ ଅନ୍ୟ ରାଜ୍ୟ ତୁଳନାରେ ଭଲ ଅଛି । ରାଜ୍ୟ ପୋଲିସରେ ପାଞ୍ଚ ହଜାରରୁ ଉର୍ଦ୍ଧ୍ୱ ନୂଆ ନିଯୁକ୍ତି ମଧ୍ୟ କରାଇ ପାରିଛୁ । ଓଡ଼ିଆ ପୋଲିସକୁ ଅତ୍ୟାଧୁନିକ ଉପକରଣ କିଣିବା ନେଇ ରାଜ୍ୟ ସରକାର ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି । ଆସନ୍ତା ନୂଆ ବର୍ଷରେ ଲୋକସଭା ବିଧାନସଭା ନିର୍ବାଚନ ସୁରୁଖୁରୁରେ ସାରିବା ପାଇଁ ବନ୍ଦୋବସ୍ତ ମଧ୍ୟ କରିଛୁ । ଓଡ଼ିଶାରେ 2 ବର୍ଷର କାର୍ଯ୍ୟକାଳ ମଧ୍ୟରେ ମତେ ଆତ୍ମସନ୍ତୋଷ ମିଳିଛି ।"

ଏବା ମଧ୍ୟ ପଢ଼ନ୍ତୁ......ରାଜ୍ୟର ନୂଆ ପୋଲିସ ଡିଜି IPS ଅରୁଣ ଷଡ଼ଙ୍ଗୀ, ତୁଲାଇବେ ଅତିରିକ୍ତ ଦାୟିତ୍ୱ

ସେପଟେ ସୁନୀଲଙ୍କ ଅବସର ପରେ ଓଡି଼ଶା ପୋଲିସର ଅତରିକ୍ତ ଡିଜିପି ଭାବରେ ଦାୟିତ୍ୱ ନେଇଛନ୍ତି ଅରୁଣ କୁମାର ଷଡ଼ଙ୍ଗୀ । ୧୯୯୦ ବ୍ୟାଚର ଆଇପିଏସ ଅଫିସର ଅରୁଣ କୁମାର ଷଡ଼ଙ୍ଗୀ ବିଧିବଦ୍ଧ ଭାବରେ ସୁନୀଲ କୁମାର ଵଂଶଲଙ୍କ କାର୍ଯ୍ୟକାଳ ସରିବା ପରେ ଅତରିକ୍ତ ରାଜ୍ୟ ପୋଲିସ ମୁଖିଆ ଭାବରେ ଦାଇତ୍ୱ ଗ୍ରହଣ କରିଛନ୍ତି । ତେବେ ନିୟମିତ ଡିଜିପି ନିଯୁକ୍ତି ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ ଅରୁଣ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.