ETV Bharat / state

BSNL ଅଫିସରେ ଅଗ୍ନିକାଣ୍ଡ, କାଲି ସନ୍ଧ୍ୟା ସୁଦ୍ଧା ସ୍ବାଭାବିକ ହେବ ସେବା

author img

By

Published : Sep 21, 2019, 8:42 PM IST

ଶୁକ୍ରବାର କଟକ ବଜ୍ରକବାଟି ବିଏସଏନଏଲ କାର୍ଯ୍ୟାଳୟର ତୃତୀୟ ମହଲାରେ ଭୟାବହ ଅଗ୍ନିକାଣ୍ଡ ଘଟିବା ପରେ ବିଭିନ୍ନ ଜିଲ୍ଲାରେ ବିଏସଏନଏଲ ମୋବାଇଲ ତଥା ବ୍ରଡବ୍ୟାଣ୍ଡ ସେବା ଠପ୍‌ ହୋଇଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଫଟୋ ସୌଜନ୍ୟ : ସମ୍ବାଦଦାତା, କଟକ

କଟକ: ବିଏସଏନଏଲ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ ଘଟିବା ପରେ ପରିସ୍ଥିତି ସ୍ବାଭାବିକ ପାଇଁ ପ୍ରୟାସ ଜାରି ରହିଛି । ଅଗ୍ନିକାଣ୍ଡ ପରେ ଖାଲି ଯେ କଟକ ଜିଲ୍ଲା ନୁହେଁ ଢେଙ୍କାନାଳ, ଭଦ୍ରକ ଆଦି ଜିଲ୍ଲାରେ ବିଏସଏନଏଲ ମୋବାଇଲ ତଥା ବ୍ରଡବ୍ୟାଣ୍ଡ ସେବା ଠପ୍‌ ହୋଇଯାଇଛି । ଯହାଦ୍ବାରା ଲକ୍ଷ ଲକ୍ଷ ବିଏସଏନଏଲ ଗ୍ରାହକ ଏଥିରେ ପ୍ରଭାବିତ ହୋଇଛନ୍ତି ।

ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ମୋବାଇଲ ସେବା ସ୍ବାଭାବିକ ହେବ ବୋଲି ବିଏସଏନଏଲର ମୁଖ୍ୟ ମହାପ୍ରବନ୍ଧକ କହିଛନ୍ତି । ସେହିପରି ଆଜି ସନ୍ଧ୍ୟା ଭିତରେ ବ୍ରଡବ୍ୟାଣ୍ଡ ସେବା ସ୍ବାଭାବିକ ପାଇଁ ଉଦ୍ୟମ ଜାରି ରହିଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କଟକ

ସୂଚନାନୁଯାୟୀ, ଶୁକ୍ରବାର କଟକ ବଜ୍ରକବାଟି ବିଏସଏନଏଲ କାର୍ଯ୍ୟାଳୟର ତୃତୀୟ ମହଲାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ କାର୍ଯ୍ୟାଳୟରେ ଥିବା ଅନେକ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି । ବିଶେଷକରି ତାର ଗୁଡିକ ଜଳି ନଷ୍ଟ ହୋଇଯାଇଛି । ତେବେ କିଛି ମେସିନ ପୋଡି ଯାଇଥିବାରୁ ବିଏସଏନଏଲ ସେବା ବାଧାପ୍ରାପ୍ତ ହୋଇଛି । ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସ୍ପଷ୍ଟ ହୋଇଛି । ଏହାର ମରାମତି ପାଇଁ ବିଭିନ୍ନ ବିଭାଗର ଟେକ୍ନିସିଆନମାନେ ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି । କାର୍ଯ୍ୟାଳୟରେ ବିଦ୍ୟୁତ କାଟ୍‌ କରାଯାଇଥିବାରୁ ପାୱାର ଜେନେରଟର ଦ୍ବାରା ବିଦ୍ୟୁତ୍‌ ମରାମତି କରାଯାଉଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ ବିଏସଏନଏଲ କାର୍ଯ୍ୟାଳୟ ରେ ଅଗ୍ନିକାଣ୍ଡ ଘଟିବା ପରେ ଠପ ହୋଇଛି ବିଏସଏନଏଲ ସେବା।ପ୍ରଭାବିତ ହୋଇଛନ୍ତି ଏହାର ଲକ୍ଷ ଲକ୍ଷ ଗ୍ରାହକ।କେବଳ କଟକ ନୁହେଁ,ଢେଙ୍କାନାଳ,ଭଦ୍ରକ ଆଦି ଅଞ୍ଚଳରେ ମୋବାଇଲ ତଥା ବ୍ରଡ଼ବ୍ୟାଣ୍ଡ ସେବା ପୁରା ବନ୍ଦ ହୋଇଯାଇଛି।ତେବେ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ମୋବାଇଲ ସେବା ସ୍ୱାଭାବିକ ହେବ ବୋଲି ପ୍ରିନ୍ସପାଲ ମ୍ୟାନେଜର କହିଛନ୍ତି।ଆଜି ସନ୍ଧ୍ୟା ଭିତରେ ବ୍ରଡ଼ବ୍ୟାଣ୍ଡ ସେବା ଯୋଗାଇଦେବା ପାଇଁ ଉଦ୍ୟମ ଜାରି ରହିଥିବା ସେ କହିଛନ୍ତି।
ଗତ କାଲି ବିଏସଏନଏଲ କାର୍ଯ୍ୟାଳୟ ରେ ଭୟାବହ ଅଗ୍ନିକାଣ୍ଡ ଘଟିବା ପରେ,କାର୍ଯ୍ୟାଳୟ ରେ ଥିବା ଅନେକ ସାମଗ୍ରୀ ନଷ୍ଟ ହୋଇଯାଇଛି।ବିଶେଷକରି ତାର ଗୁଡିକ ଜଳି ନଷ୍ଟ ହୋଇଯାଇଛି। ତେବେ କିଛି ମେସିନ ପୋଡି ଯାଇଥିବାରୁ ଏହାର ସେବା ବାଧାପ୍ରାପ୍ତ ହୋଇଛି।ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସ୍ପଷ୍ଟ ହୋଇଛି।ଏହାର ମରାମତି ପାଇଁ ବିଭିନ୍ନ ବିଭାଗର ଟେକ୍ନିସିଆନ ମାନେ ପହଞ୍ଚି ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି ।ବିଦ୍ୟୁତ କାଟି ଦିଆଯାଇଥିବାରୁ ପାୱାର ଜେନେରଟର ଦ୍ୱାରା ବିଦ୍ୟୁତ ଯୋଗାଇ ମରାମତି କରାଯାଉଛି।ଆଜି ସନ୍ଧ୍ୟା ସୁଦ୍ଧା ସମସ୍ତ ବ୍ରଡବ୍ୟାଣ୍ଡ ସେବା ଯୋଗାଇଦେବାକୁ ଚେଷ୍ଟା ଜାରି ରହିଛି।ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ମୋବାଇଲ ସେବା ଯୋଗାଇଦେବାକୁ ଚେଷ୍ଟା କରାଯାଉଥିବା ମୁଖ୍ୟ ମ୍ୟାନେଜର କହିଛନ୍ତି।

ବାଇଟ - ହରିଶଚନ୍ଦ୍ର ମହାନ୍ତି,ମୁଖ୍ୟ ମ୍ୟାନେଜର,ବିଏସଏନଏଲ।

Body:no need

Conclusion:no need
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.