ETV Bharat / state

ଭୁବନେଶ୍ୱରରେ ଆର୍ମି ମେଜର ଓ ପ୍ରେମିକାଙ୍କୁ ମାଡ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦେଶ ଦେଲେ ପୋଲିସ ଡିଜି - Army Officer Assault case

author img

By ETV Bharat Odisha Team

Published : Sep 17, 2024, 6:20 PM IST

Updated : Sep 17, 2024, 8:06 PM IST

Indian Army officer Assault case; DGP orders probe: ଭରତପୁର ଥାନାରେ ଆର୍ମି ମେଜର ଏବଂ ତାଙ୍କ ପ୍ରେମିକାଙ୍କୁ ମାଡ଼ ଓ ଗିରଫ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି । ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି । ଏପଟେ ଘଟଣାକୁ ଗୁରୁତ୍ବର ସହିତ ନେଲା ଭାରତୀୟ ସେନା । ଅଧିକ ପଢନ୍ତୁ

Army Officer Assault case
Army Officer Assault case (ETV Bharat Odisha)

ଭୁବନେଶ୍ବର: ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଜଣେ ଆର୍ମି ମେଜର ଓ ତାଙ୍କ ପ୍ରେମିକାଙ୍କୁ ଥାନାରେ ନିର୍ଯାତନା ଅଭିଯୋଗ ମାମଲା । ଭରତପୁର ଥାନାରେ ଗତ 14 ତାରିଖର ଘଟଣାକୁ ନେଇ ପୋଲିସ ଡ଼ିଜିଙ୍କ ତଦନ୍ତ ନିର୍ଦେଶ । ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ଅନ୍ୟପଟେ ଝାରପଡ଼ା ଜେଲରେ ଆର୍ମିରେ ଜଣେ ଡିଆଇଜି ରାଙ୍କର ଅଫିସର ଆରମ୍ଭ କରିଛନ୍ତି ତଦନ୍ତ ।

ARMY OFFICER ASSAULT CASE (ETV Bharat Odisha)
ଏନେଇ ଆର୍ମିର ଜଣେ ଡିଆଇଜି ରାଙ୍କର ଅଫିସର ଓ ତାଙ୍କ ଟିମ୍ ପହଞ୍ଚି ଆର୍ମି ମେଜର ଗୁରବଂଶ ସିଂ ସହ ଝାରପଡ଼ା ଜେଲରେ ପହଂଚି ଏନେଇ ଘଟଣାର ତନାଘନା ଆରମ୍ଭ କରିଛନ୍ତି । ଜେଲ କର୍ତ୍ତୃପକ୍ଷଙ୍କୁ ଭେଟି ଗିରଫ ହୋଇ ଜେଲରେ ଥିବା ମେଜରଙ୍କ ପ୍ରେମିକାଙ୍କୁ ଭେଟିଛନ୍ତି । ତାଙ୍କ ସହ ଆଲୋଚନ କରି ଏହି ଘଟଣାରେ କଣ ଘଟଣା ଥିଲା ସେନେଇ ତଥ୍ୟ ସଂଗ୍ରହ କରିଛନ୍ତି । ତଦନ୍ତ ସମୟରେ ଆମ ପ୍ରତିନିଧି ଆର୍ମି ତଦନ୍ତକାରୀ ଟିମଙ୍କୁ ଭେଟି ପ୍ରତିକ୍ରିୟା ନେବାକୁ ଚାହିଁଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ଏବଂ ଗଣମାଧ୍ୟମକୁ ଏଡାଇ ଯାଇଛନ୍ତି ଆର୍ମି ତଦନ୍ତକାରୀ ଟିମ ।

ଏହା ବି ପଢନ୍ତୁ- ମାଟ୍ରିମନି ସାଇଟରୁ ସମ୍ପର୍କ, ମହିଳାମାନଙ୍କୁ ବ୍ଲାକମେଲ କରି ଯୌନ ଶୋଷଣ ! ବାନ୍ଧିଲା କ୍ରାଇମବ୍ରାଞ୍ଚ - Sexual harassment for marriage

ଅନ୍ୟପଟେ ଆର୍ମି ମେଜର ଓ ତାଙ୍କ ପ୍ରେମିକାଙ୍କୁ ଭରତପୁର ଥାନାରେ ୧୦ଘଣ୍ଟା ଧରି ଅଟକ ରଖିବା ଓ ପରେ ତାଙ୍କ ପ୍ରେମିକାଙ୍କୁ ଅସଦାଚରଣ ଓ ସହ ତାଙ୍କ ଅଭିଯୋଗ ନ ରଖିବା ଘଟଣାକୁ ନେଇ ତଦନ୍ତ କରିବାକୁ ମଧ୍ୟ ପୋଲିସ ଡିଜି ନିର୍ଦେଶ ଦେଇଛନ୍ତି । ଏହି ଘଟଣାରେ କମିସନରେଟ ପୋଲିସ ଆର୍ମି ମେଜରଙ୍କ ନାଁରେ‌ ଥାନାରେ ଗଣ୍ଡଗୋଳ କରିବା ଭଳି ପରିସ୍ଥିତି ଉପୁଜାଇବା ଓ ତାଙ୍କ ପ୍ରେମିକା ପୋଲିସ ଏସଆଇଙ୍କୁ ଡ୍ୟୁଟିରେ ଥିବା ସମୟରେ ଆକ୍ରମଣ କରିବା ଭଳି ଅଭିଯୋଗରେ ତାଙ୍କୁ (ମେଜରଙ୍କ ପ୍ରେମିକା)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଘଟଣାର ମଧ୍ୟ ତଦନ୍ତ କରାଯିବ । କିଭଳି ପରିସ୍ଥିତିରେ ଆର୍ମି ମେଜର ଓ ତାଙ୍କ ପ୍ରେମିକା ଥାନାରେ ପହଂଚିଥିଲେ ସେଠାରେ ତାଙ୍କ ସହ କଣ ଘଟିଲା ସେନେଇ ତଦନ୍ତ କରି ରିପୋର୍ଟ ଦେବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦିଆଯାଇଛି । ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Indian Army tweet
Indian Army tweet (@suryacommand)
ଏହା ବି ପଢନ୍ତୁ- ଟଙ୍କା ନେଉଥିଲେ ଅସଲି ବ୍ରାଣ୍ଡର, ବିକୁଥିଲେ ପାଣି - Duplicate Liquor Seized

ଘଟଣା କ୍ରମ ଏମିତି ଥିଲା !-

ଅଭିଯୋଗ ଅନୁଯାୟୀ, ଆର୍ମି ମେଜର ଯେ କି ପଶ୍ଚିମବଙ୍ଗରେ ପୋଷ୍ଟିଂ ଅଛନ୍ତି ଗୁରବଂଶ ସିଂ ଓ ତାଙ୍କ ପ୍ରେମିକା 14 ତାରିଖ ରାତିରେ ଭରତପୁର ଥାନାରେ ପହଂଚିଥିଲେ । ସେଠାରେ ସେ ଅଭିଯୋଗ କରିଥିଲେ ଯେ ତାଙ୍କୁ କେହି ଦୁର୍ବୁତ୍ତ ହଇରାଣ କରିଛନ୍ତି । ଏନେଇ ସେ ପୋଲିସକୁ ଜଣାଇବା ପରେ ତୁରନ୍ତ ଆକ୍ସନ ନେବାକୁ କହିଥିଲେ ।ହେଲେ ଏନେଇ ପୋଲିସକୁ କୌଣସି ଲିଖିତ ରିପୋର୍ଟ ଦେଇନଥିବାରୁ ପୋଲିସ ପ୍ରଥମେ ସେମାନଙ୍କୁ ଲିଖିତ ରିପୋର୍ଟ ଦେବାକୁ କହିଥିଲା ବୋଲି ସୂଚନା ମିଳିଛି । ତେବେ ଏନେଇ ସେମାନେ ଆପଣଙ୍କ ସିନିୟର୍ ଅଫିସିଆଲ୍ କିଏ ଅଛନ୍ତି କହି ତାଙ୍କ ସହ କଥା କରାଇବାକୁ କହିଥିଲେ । ଯେଉଁଠୁ ଏଭଳି ପରିସ୍ଥିତି ଉପୁଜିଥିଲା ବୋଲି ସୂଚନା ରହିଛି ।ପୋଲିସ ସେମାନଙ୍କ କାର ଭିତରେ ମଦ ବୋତଲ ପଡ଼ିଥିବାରୁ ଏନେଇ ତାଙ୍କୁ ବ୍ରେକ ଆନାଲାଇଜରରେ ଟେଷ୍ଟ ପାଇଁ କହିଥିଲେ । ହେଲେ ସେମାନେ ମନା କରିବାରୁ ମହିଳା ଅଫିସର ଆର୍ମି ମେଜରଙ୍କ ପ୍ରେମିକାକୁ ଟାଣି ଟାଣି ନେଇଥିଲେ ବୋଲି ଅଭିଯୋଗ ହୋଇଛି । ଯେଉଁ ସମୟରେ ସେ ସେହି ଲେଡି ଅଫିସରଙ୍କଠାରୁ ବର୍ତିବା ପାଇ ତାଙ୍କୁ ଆକ୍ରମଣ କରିଥିଲେ ବୋଲି ପୋଲିସ କହିଛି । ଏହି ଘଟଣାରେ ପୁର୍ବରୁ ପୋଲିସ ଏକ କେସ ରୁଜୁ କରିଥିଲା ଯେଉଁଥିରେ ଆର୍ମି ମେଜରଙ୍କୁ ସେହି ଟାଠାରେ ନୋଟିସ ଜାରି କରିଥିଲା ଓ ତାଙ୍କ ପ୍ରେମିକାଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଗିରଫ କରି ଭୁବନେଶ୍ୱର କୋର୍ଟକୁ ଚାଲାଣ କରିଥିଲା । ଏନେଇ ବେଲ ନ ମିଳିବାରୁ ସେ ଏବେ ବିଚାର ବିଭଗିୟ ହାଜତ ଝାରପଡ଼ା ଜେଲରେ ଅଛନ୍ତି ।

ଏହା ବି ପଢନ୍ତୁ- ମଦ ପିଇ ଡ୍ରାଇଭିଂ: ପାରାଅଲିମ୍ପିଆନ ପ୍ରମୋଦଙ୍କ ଗାଡି ସିଜ୍‌, ଚାଲାଣ କାଟିଲା ପୋଲିସ - Drunken Driving

ଏହି ଘଟଣା ସାମ୍ନାକୁ ଆସିବାପରେ ଆର୍ମି ଓ ପୋଲିସ ମହଲରେ ଚର୍ଚ୍ଚା ହେବା ସହ ଏନେଇ ଏଭଳି ଘଟଣା କ୍ରମ ନେଇ ପୋଲିସ ଡିଜି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦୃଶ ଦେଇଥିବା ବେଳେ ଅନ୍ୟପଟେ ଆର୍ମି ପକ୍ଷରୁ ମଧ୍ୟ ଏହାର ତନାଘନା ହେଉଛି । ଆର୍ମି ମେଜରଙ୍କ ସହ ଘଟଣା ଘଟିଥିଲା କିଭଳି ପରିସ୍ଥିତିରେ ତାଙ୍କୁ ପୋଲିସ ଅଟକ ରଖିଥିଲା । ତାହାର ତନାଘନା କରୁଛି କ୍ରାଇମବ୍ରାଞ୍ଚ । ତେବେ ଏହି ଘଟଣାରେ କୌଣସି ପ୍ରତିକ୍ରିୟା ଆମ କ୍ୟାମେରାରେ ବା ଅଫିସିଆଲ୍ ଭାବେ ମିଳିପାରିନାହିଁ । ନା ମେଜର ବା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଏହା ବି ପଢନ୍ତୁ- ରାଜଧାନୀ ରାଜରାସ୍ତାରେ ବେପରୁଆ ଗାଡ଼ି ଚାଳନା, ୫ ଗିରଫ - Reckless Driving
  • ଭରତପୁର ଥାନାରେ ସେନା ମେଜରଙ୍କୁ ମାଡ଼ ଅଭିଯୋଗ ମାମଲା
  • ଭରତପୁର ଥାନାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚର 3 ଜଣିଆ ଟିମ୍‌
  • ଡିଏସ୍‌ପି ନରେନ୍ଦ୍ର ବେହେରାଙ୍କ ନେତୃତ୍ୱାଧୀନ ଟିମ୍‌ର ପଚରାଉଚରା
  • ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଡିଜିପି

ଭରତପୁର ଥାନାରେ କ୍ରାଇମବ୍ରାଞ୍ଚର 3 ଜଣିଆ ଟିମ୍-
ଆର୍ମି ମେଜର ଓ ତାଙ୍କ ପ୍ରେମିକାଙ୍କୁ ମାଡ ଅଭିଯୋଗ ମାମଲା ଘଟଣାର ତଦନ୍ତ ଆରମ୍ଭ । ଥାନାଧିକାରିଙ୍କୁ ଏନେଇ ପଚରାଉଚରା । ଥାନାରେ ଅନ୍ୟ ଷ୍ଟାଫଙ୍କୁ ମଧ୍ୟ ପଚରାଉଚରା । ଘଟଣା କ୍ରମ ନେଇ ତଥ୍ୟ ସଂଗ୍ରହ କରୁଛନ୍ତି କ୍ରାଇମବ୍ରାଞ୍ଚ ଟିମ୍। ଡିଜିପିଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚର ଏକ ଟିମ୍ ତଦନ୍ତ ଆରମ୍ଭ କରିଛି । ଏନେଇ ଡିଏସପି ନରେନ୍ଦ୍ର ବେହେରାଙ୍କ ନେତୃତ୍ବରେ ଏକ ଟିମ୍ ଭରତପୁର ଥାନାରେ ପହଂଚି ତଦନ୍ତ କରିଛନ୍ତି । ଏନେଇ କ୍ରାଇମବ୍ରାଞ୍ଚର କେସ ନମ୍ବର ୧୦/୨୪ରେ କେସ ତନାଘନା ଆରମ୍ଭ ହୋଇଛି । ଥାନାଧିକାରିଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚୁରା କରିଛନ୍ତି । ଏନେଇ ଘଟଣା କ୍ରମ କିଭଳି ଥିଲା ସେମାନେ କେଉଁ ସମୟରେ ପହଂଚିଥିଲେ ଥାନାରେ । ସେତେବେଳେ ଥାନାରେ ଡିସିଓ କିଏ ଥିଲେ । ଏନେଇ ସମସ୍ତ ଦିଗକୁ ନେଇ ତିନିଜଣିଆ ଟିମ୍ ଛାନଭିନ ଆରମ୍ଭ କରିଛି । ଏନେଇ କ୍ରାଇମବ୍ରାଞ୍ଚ ଟିମ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ସେହିପରି କମିଶନରେଟ ପୋଲିସ ପକ୍ଷରୁ ଏନେଇ ପ୍ରତିକ୍ରିୟା ମିଳିପାରିନାହିଁ ।

ARMY OFFICER ASSAULT CASE

ସାମ୍ନାକୁ ଆସିଲା FIR କପି-

ଆର୍ମି ମେଜର ଓ ତାଙ୍କ ପ୍ରେମିକାକୁ ମାଡ ଅଭିଯୋଗ ମାମଲା । ମୁହଁଖୋଲିଲେ ଗିରଫ ଯୁବତୀଙ୍କ ବାପା । ମିଛ ମାମଲା ଓ ଥାନାରେ ନିର୍ଯାତନା ଘଟଣାରେ ଆଇଆଇସି ଓ ଅନ୍ୟ କର୍ମଚାରୀଙ୍କୁ ସସପେଣ୍ଡ କରାଯାଉ କହିଲେ ଗିରଫ ଯୁବତୀଙ୍କ ବାପା । ଏପଟେ ଆସନ୍ତାକାଲି ଡିଜିପି ଅଫିସ ଘେରିବେ ପୂର୍ବତନ ସୈନିକ ସଙ୍ଘ।ସେପଟେ ଏନେଇ ପ୍ରତିକ୍ରିୟା ରଖିଛି କମିସନରେଟ ପୋଲିସ ।

"ପୋଲିସମାନଙ୍କୁ ପାଓ୍ବାର ଦିଆଯାଇଛି ବୋଲି ତମେ ଏ ପ୍ରକାର ପାଓ୍ବାର ଅପବ୍ୟବହାର କରିବ ? ଯଦି ଜଣେ ଆର୍ମି ଅଫିସର ସହ ଏମିତି ଘଟିଛି । ତାହାଲେ ସାଧାରଣ ଲୋକ କେଉଁଠିକୁ ଯିବେ ତାଙ୍କ ସହ କିଭଳି ବ୍ୟବହାର ହେଉଥିବ । ସାଧାରଣ ନାଗରିକଙ୍କ ଅବସ୍ଥା ପୁରା ଖରାପ ହେବ । ଯେଉଁମାନେ ଉଚ୍ଚ ପଦସ୍ଥ ଅଧିକାରୀ ଅଛନ୍ତି ସେମାନେ ଧ୍ୟାନ ଦିଅନ୍ତୁ । ସେ ଯିଏ ଭରତପୁର ଥାନା ଆଇଆଇସି ଅଛନ୍ତି ସିଏ ଆଗରୁ ଏକ କେସରେ ସସପେଣ୍ଡ ହୋଇଛନ୍ତି । ତେଣୁ ସେ ଏବେ ଟ୍ରାନସଫର ନେଇକି ଆସିଛନ୍ତି । ଫର୍ଜି କେସ କରିଛନ୍ତି । ପ୍ରାଥମିକ କେସରୁ ଜଣାପଡୁଛି ମିଛ ମାମଲା ହୋଇଛି । ଝିଅ ବାଡେଇପକାଇଲା ତମ ମାନଙ୍କୁ ସେ ନିଜେ ଆଘାତପ୍ରାପ୍ତ ହୋଇଗଲା । ଏଇଟା କେହି ବିଶ୍ବାସ କରିପାରିବେନି । ସେମାନଙ୍କର କିଛି ହୋଇନି । ପାଞ୍ଚ ସାତ ଜଣ ପୋଲିସ କର୍ମଚାରୀଙ୍କୁ ସିଏ ପିଟିଲା ତାଙ୍କର କିଛି ହେଲାନି ଝିଅ ଆହତ ହୋଇଗଲା । ଝିଅର ଦାନ୍ତ ମାଢି ଆଘାତ ହୋଇଛି । ଚାଲିପାରୁନି । ତାକୁ ତରଳ ଜିନିଷ ଖାଇବାକୁ ଡାକ୍ତର ପରାମର୍ଶ କରିଛନ୍ତି ଜେଲରେ ଡାକ୍ତର । ଏଥିପାଇ ଆର୍ମି ଟିମ ଆସି ତଦନ୍ତ କରିଛନ୍ତି । ଏନେଇ ଆଉ ଥରେ ମେଡିକାଲ ଯାଞ୍ଚ ହେଉ ସେମାନେ ଚାହୁଁଛନ୍ତି । ଆର୍ମିର ସମ୍ମାନଟା ଫେରିଆସୁ । ଯେପର୍ଯନ୍ତ ତଦନ୍ତ ସରିନି ଏ ଆଇଆଇସି ଓ ଯେଉମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ସସପେଣ୍ଡ କରାଯାଉ," ବୋଲି କହିଛନ୍ତି ଗିରଫ ଯୁବତୀଙ୍କ ବାପା । ଏପଟେ ଆସନ୍ତାକାଲି ଡିଜିଙ୍କୁ ଭେଟିଵୁ ।ଏହାର ତଦନ୍ତ ସହ କିଭଳି ଆକ୍ସନ ନେବେ ସେନେଇ ଦୃଷ୍ଟି ଆକର୍ଷଣ କରିବ ପୂର୍ବତନ ସୈନିକ ସଙ୍ଘ । ଏନେଇ କର୍ମକର୍ତ୍ତା ଡିଜିପି ଅଫିସ ଘେରାଉ କରିବାର ଧମକ ଦେଇଛନ୍ତି ।

Bharatpur police station
Bharatpur police station (ETV Bharat Odisha)

ଏପଟେ ଅତିରିକ୍ତ ଡିସିପି ସୁରେଶ ପାତ୍ର କହିଛନ୍ତି, "କଣ କୋଉଁଠି ହେଇଥିବ ବା ନିଶାରେ ଥିବେ ଏଇ ହିସାବରେ ସେ । ଏପରି ବ୍ୟବହାର କରିଥିବେ । ଆମ ତରଫରୁ ପୋଲିସକୁ ସେମାନେ ଭଲ ବ୍ୟବାର କରିନାହାଁନ୍ତି । ରାତିରେ ଜଣେ ଲେଡି ଅଫିସର ଥିଲେ ଡିସିଓ ଥିଲେ ନାଇଟ ରାଉଣ୍ଡରେ ଲେଡି ଅଫିସର ଥିଲେ । ରାତି 3ଟାରେ ଅନ୍ୟମାନେ ଅନ୍ୟ ଡ୍ୟୁଟିରେ ନିୟୋଜିତ ଥିଲେ । ଯେଉମାନେବି ଥିଲେ ସେମାନେ ଖରାପ ବ୍ୟବହାର କରିନଥିଲେ ।"

ତଦନ୍ତକାରୀ ଅଧିକାରୀଙ୍କୁ ହାଜେରା ପାଇଁ କୋର୍ଟଙ୍କ ନିର୍ଦ୍ଦେଶ-

ଭରତପୁର ଥାନାରେ ଆର୍ମି ମେଜର ଏବଂ ତାଙ୍କ ପ୍ରେମିକାଙ୍କୁ ମାଡ଼ ଘଟଣାରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଆର୍ମି ମେଜରଙ୍କ ପ୍ରେମିକା । ହାଇକୋର୍ଟରେ ଦୁଇଟି ମାମଲା ଦାଏର କରିଛନ୍ତି । ଭରତପୁର ଥାନାରେ ଦାୟର ମାମଲାକୁ ରଦ୍ଧ କରିବା ଏବଂ ଜାମିନ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ କୋର୍ଟ ଏହି ମାମଲାର ଶୁଣାଣି କରି ଆର୍ମି ମେଜରଙ୍କୁ ଉପଯୁକ୍ତ ଚିକିତ୍ସା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଆସନ୍ତାକାଲି ତଦନ୍ତକାରୀ ଅଧିକାରୀ କୋର୍ଟରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତାକାଲି ସାଢ଼େ ଦଶଟାରେ ଏହି ମାମଲାର ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।

Last Updated : Sep 17, 2024, 8:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.