ETV Bharat / state

ସୂର୍ଯ୍ୟପରାଗରେ ଚିକେନ ବିରିୟାନୀ ବଣ୍ଟନ, ହେତୁବାଦୀଙ୍କ ନାଁରେ ଏତଲା

ସୂର୍ଯ୍ୟପରାଗରେ ହେତୁବାଦୀ ସଙ୍ଗଠନ ପକ୍ଷରୁ ଚିକେନ ଵିରିୟାନୀ ଖାଇବା, ବାଣ୍ଟିବା ପ୍ରସଙ୍ଗ । କଟକରେ ହେତୁବାଦୀଙ୍କ ନାଁରେ ମର୍କତନଗର ଥାନାରେ ଏତଲା ଦିଆଯାଇଛି । ଅଧିକ ପଢନ୍ତୁ

ସୂର୍ଯ୍ୟପରାଗରେ ଚିକେନ ବିରିୟାନୀ ବଣ୍ଟନ, ହେତୁବାଦୀଙ୍କ ନାଁରେ ଏତଲା
ସୂର୍ଯ୍ୟପରାଗରେ ଚିକେନ ବିରିୟାନୀ ବଣ୍ଟନ, ହେତୁବାଦୀଙ୍କ ନାଁରେ ଏତଲା
author img

By

Published : Oct 27, 2022, 10:24 PM IST

କଟକ: ସୂର୍ଯ୍ୟପରାଗରେ ଚିକେନ ଵିରିୟାନୀ ଖାଇବା, ବାଣ୍ଟିବା ଓ ହିନ୍ଦୁ ଧର୍ମ ଏଵଂ ଵ୍ରାହ୍ମଣ ମାନଙ୍କ ଵିରୋଧରେ ଅରୁଚିକର ମନ୍ତଵ୍ୟ ଦେଵା ପ୍ରସଙ୍ଗ । ହେତୁଵାଦୀ ସଙ୍ଗଠନ ଵିରୋଧରେ ଅଭିଯୋଗ କରି କଟକ ମର୍କତନଗର ଥାନାରେ ଏତଲା ହୋଇଛି । ଜଗନ୍ନାଥ ଚାରଣ ଗୋଷ୍ଠୀ ଓ ନିଖିଳ ଉତ୍କଳ ପ୍ରଵକ୍ତା ପରିଷଦ ପକ୍ଷରୁ ମର୍କତନଗର ଥାନାରେ ଏତଲା ଦିଆଯାଇଛି ।

ସୂର୍ଯ୍ୟପରାଗରେ ଚିକେନ ବିରିୟାନୀ ବଣ୍ଟନ, ହେତୁବାଦୀଙ୍କ ନାଁରେ ଏତଲା

ହେତୁଵାଦୀ ସଙ୍ଗଠନର ଦେଵେନ୍ଦ୍ର ସୁତାର ଓ ପ୍ରତାପ ରଥଙ୍କ ଵିରୋଧରେ ମଧ୍ୟ ଥାନାରେ ଏତଲା ଦିଆଯାଇଛି । ଏତଲାକାରୀଙ୍କ ଅଭିଯୋଗ ଅନୁସାରେ ପରାଗରେ ଚିକେନ ଵିରିୟାନୀ ଖାଇଲେ ଵା ଖୁଆଇଲେ କୌଣସି ସମସ୍ୟା ନାହିଁ । କିନ୍ତୁ ଏହାକୁ ନେଇ ଧର୍ମ, ଜାତିକୁ ଆକ୍ଷେପ କରିବା ନିନ୍ଦନୀୟ । ତେଣୁ ସମ୍ପୃକ୍ତ ସଙ୍ଗଠନ ଓ ଵ୍ୟକ୍ତି ଵିଶେଷଙ୍କ ଵିରୋଧରେ କାର୍ଯ୍ୟାନୁଷ୍ଠାନ ଓ ସେମାନେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା ପାଇଁ ଦାବି କରିଛନ୍ତି ଜଗନ୍ନାଥ ଚାରଣ ଗୋଷ୍ଠୀ ଓ ଅନ୍ୟ ହିନ୍ଦୁଵାଦୀ ସଙ୍ଗଠନ ।

ଏହା ବି ପଢନ୍ତୁ- ସୂର୍ଯ୍ୟପରାଗରେ ଚିକେନ ବିରିୟାନୀ ଖାଇଲେ ହେତୁବାଦୀ

ସେପଟେ ହେତୁଵାଦୀ ସଙ୍ଗଠନର ଦେଵେନ୍ଦ୍ର ସୁତାର ଅଭିଯୋଗ କରିଛନ୍ତି ଯେ ତାଙ୍କୁ ହତ୍ୟା କରିବା ପାଇଁ ଫୋନ ଯୋଗେ ଧମକ ଦିଆଯାଇଛି । ମୋଵାଇଲ ଟ୍ରୁ କଲରରେ ଧମକ ଦେଇଥିବା କଲରଙ୍କ ନାଁ ଜନନାନନ୍ଦ ସରସ୍ବତୀ ଵୋଲି ସୂଚାଉଛି ଵୋଲି କହିଛନ୍ତି ଦେଵେନ୍ଦ୍ର । ଦେଵେନ୍ଦ୍ର ଏ ନେଇ ମର୍କତନଗର ଥାନାରେ ଏତଲା ଦେଵେ ଵୋଲି କହିଛନ୍ତି । ସୂଚନା ଥାଉ କି ଗତ ମଙ୍ଗଳବାର ଚଳିତ ବର୍ଷର ଦ୍ବିତୀୟ ତଥା ଶେଷ ସୂର୍ଯ୍ୟପରାଗ ଦୃଶ୍ୟମାନ ହୋଇଥିଲା । ଏଥିପାଇଁ ଭୋର ୪ଟା ୫୭ରୁ ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଥିଲା । ଏହି ସମୟରେ ଖାଦ୍ୟ ଖାଇବା ଉଚିତ ନୁହେଁ ବୋଲି ହିନ୍ଦୁ ଧର୍ମରେ ବିଶ୍ବାସ ରହିଥିବା ବେଳେ ଏହାକୁ ଅନ୍ଧବିଶ୍ବାସ ମାନୁଛନ୍ତି ହେତୁବାଦୀ ।

ଫଳରେ ସେମାନେ ପରାଗ ସମୟରେ ଚିକେନ ବିରିୟାନୀ ଖାଇଥିଲେ । ହେତୁବାଦୀଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି । ସାଧାରଣତଃ ପରାଗ ସମୟରେ ରୋଷେଇ କରିବା ଓ ରନ୍ଧା ଖାଦ୍ୟ ଖାଇବାକୁ ବାରଣ କରାଯାଇଥିବା ବେଳେ ସେମାନେ ଏହାକୁ ଅନ୍ଧବିଶ୍ବାସ କହିଥିଲେ । କିନ୍ତୁ ଏହି ନିୟମକୁ ଅବମାନନା କରିଥିଲା ଓଡି଼ଶା ହେତୁବାଦୀ ସମାଜ। ପରାଗରେ ଖାଦ୍ୟ ନିଷେଧ ଏକ କୁ-ସଂସ୍କାର। ଯାହା ସମ୍ବିଧାନର ଉପରେ ନୁହେଁ ତେଣୁ ଏହାକୁ ନ ମାନି ଖାଦ୍ୟ ଖାଇବା ଦରକାର । ଏନେଇ ସୂର୍ଯ୍ୟପରାଗ ଦିନ ଭୁବନେଶ୍ବରର ଏକ ସ୍ଥାନରେ ବିରିୟାନୀ ଷ୍ଟଲ ଖୋଲିବା ସହ ଲୋକଙ୍କୁ ମଧ୍ୟ ଚିକେନ ବିରିୟାନୀ ଖାଇବାକୁ ଦେଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.