କଟକ: ସିଲଭରସିଟିରୁ ପୁଣି ନକଲି ଗୁଟଖା ଗୋଦାମ ଠାବ । ବାଦାମବାଡ଼ି ପୁରୀ ବସ ଷ୍ଟାଣ୍ଡ ନିକଟରରୁ ଏହି ନକଲି ଗୋଦାମ ଉପରେ ଚଢ଼ାଉ କରିଛି ଉଭୟ ସିଏମସି ଓ କମିଶନରେଟ ପୋଲିସ ।
ଚଢାଉରେ 136 ପ୍ୟାକେଟରୁ ଊର୍ଦ୍ଧ୍ବ ବସ୍ତା ନକଲି ଗୁଟଖା ଜବତ କରାଯାଇଛି, ଯାହାର ମୂଲ୍ୟ 33 ଲକ୍ଷରୁ ଊର୍ଦ୍ଧ୍ବ ହେବା ନେଇ ସ୍ପଷ୍ଟ କରିଛି କମିଶନରେଟ ପୋଲିସ । ତେବେ ଏହି ମାମଲାରେ ଜଣଙ୍କୁ ଅଟକ ରଖିଛି ପୋଲିସ । ତେବେ ଏତେ ଦିନ ଧରି ଥାନା ଅଧୀନରେ ଏପରି କାମ ଚାଲୁଥିଲା ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ