ETV Bharat / state

ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ - CUTTACK ENGINEER

ଇନ୍ଦିରା ଆବାସ ଘର ନାଁରେ ସରକାରୀ ଅର୍ଥ ଆତ୍ମସାତ । ସହକାରୀ ଯନ୍ତ୍ରୀ ଗିରଫ । ଗତବର୍ଷ ଲାଞ୍ଚ ନେଇ ହୋଇଥିଲେ ଗିରଫ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,କଟକ
author img

By

Published : Sep 17, 2019, 3:05 PM IST

କଟକ: ଗିରଫ ହେଲେ ମହାନଦୀ ନର୍ଥ ଡ଼ିଭିଜନ ଅଧୀନ ପୁନ୍ଦାଳ ନଦୀବନ୍ଧ ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜ୍ଞାନ ବେଉରା। କଟକ ଜିଲ୍ଲା ବାଙ୍କି ବ୍ଲକରେ ସ୍ଟାଇପେଣ୍ଡାରୀ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ ସେ । ଏହି ସମୟରେ ମିଥ୍ୟା କାଗଜ ପତ୍ରରେ ଇନ୍ଦିରା ଆବାସ ଘର ନାଁରେ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ହୋଇଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,କଟକ

ଏହି ମାମଲାରେ କଟକ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ IPC 465,471 ଓ 121-B ଅନୁଯାୟୀ 2ବର୍ଷ କାରାଦଣ୍ଡ ଓ 10ହଜାର ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି । ବିଜ୍ଞାନ ବେଉରା ଗତ ବର୍ଷ କଟକ ଡ୍ରେନେଜ ବିଭାଗରେ କାର୍ଯ୍ୟ କରୁଥିବା ସମୟରେ ଲାଞ୍ଚ ନେଇ ମଧ୍ୟ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ।

ଗତ 2019 ମାର୍ଚ୍ଚ ମାସରେ ମହାନଦୀ ନର୍ଥ ଡ଼ିଭିଜନ,ଜଗତପୁର ଅଧୀନ ପୁନ୍ଦାଳ ନଦୀ ବନ୍ଧ ଉପଖଣ୍ଡରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟକରୁଥିଲେ । ତେବେ ଏକ ଦୁର୍ନୀତି ଖୋର ଯନ୍ତ୍ରୀଙ୍କୁ ରାଜ୍ୟ ସରକାର ବାରମ୍ବାର ବିଭିନ୍ନ ବିଭାଗର ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ ନିଯୁକ୍ତି କରିବାକୁ ନେଇ ସନ୍ଦେହ ଉପୁଜିଛି । ତେବେ ବିଭାଗୀୟ ନିର୍ଦ୍ଦେଶ ଆସିଲେ ବିଜ୍ଞାନ ବେଉରାଙ୍କୁ ନିଲମ୍ବନ କରାଯିବ ବୋଲି ମହାନଦୀ ନର୍ଥ ଡ଼ିଭିଜନର ନିର୍ବାହୀ ଯନ୍ତ୍ରୀ ଚିତ୍ତରଂଜନ ଜେନା ପ୍ରତିକ୍ରିୟା ରଖିଛନ୍ତି ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

Intro:ଗିରଫ ହେଲେ ମହାନଦୀ ନର୍ଥ ଡ଼ୀଭିଜନ ଅଧୀନ ପୁନ୍ଦାଳ ନଦୀବନ୍ଧ ଉପଖଣ୍ଡ ର ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜ୍ଞାନ ବେଉରା। କଟକ ଜିଲ୍ଲା ବାଙ୍କି ବ୍ଲକ ରେ ସ୍ଟାଇପେଣ୍ଡାରି ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ସମୟ ରେ ଇନ୍ଦିରା ଆବାସ ଘର ମିଥ୍ୟା କାଗଜ ପତ୍ର ରେ ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ରେ ଭିଜିଲାନ୍ସ ପକ୍ଷରୁ ହୋଇଥିଲା।ଏହି ମାମଲା ରେ କଟକ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ, ଶ୍ରୀ ବେଉରା ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ IPC 465,471 ଓ 121-B ଅନୁଯାୟୀ 2ବର୍ଷ କାରାଦଣ୍ଡ ଓ 10ହଜାର ଜୋରିମାନା ନିର୍ଦେଶ ଦେଇଛନ୍ତି । ବିଜ୍ଞାନ ବେଉରା ଗତ 2018 ମସିହା ରେ କଟକ ଡ୍ରେନେଜ ବିଭାଗ ରେ କାର୍ଯ୍ୟକରୁଥିବା ସମୟ ରେ ଲାଞ୍ଚ ନେଇ ମଧ୍ୟ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ଗତ 2019 ମାର୍ଚ୍ଚ ମାସ ରେ ମହାନଦୀ ନର୍ଥ ଡ଼ୀଭିଜନ ,ଜଗତପୁର ଅଧୀନ ପୁନ୍ଦାଳ ନଦୀ ବନ୍ଧ ଉପଖଣ୍ଡ ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟକରୁଛନ୍ତି । ତେବେ ଏକ ଦୁର୍ନୀତି ଖୋର୍ ଯନ୍ତ୍ରୀ ଙ୍କୁ ରାଜ୍ୟ ସରକାର ବାରମ୍ବାର ବିଭିନ୍ନ ବିଭାଗ ର ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ ରେ ନିଯୁକ୍ତି କରିବା କୁ ନେଇ ଅନେକ ସନ୍ଦେହ ଉପୁଜିଛି । ତେବେ ବିଭାଗୀୟ ନିର୍ଦେଶ ଆସିଲେ ବିଜ୍ଞାନ ବେଉରା ଙ୍କୁ ନିଲମ୍ବନ କରାଯିବ ବୋଲି ମହାନଦୀ ନର୍ଥ ଡ଼ୀଭିଜନ ର ନିର୍ବାହୀ ଯନ୍ତ୍ରୀ ଚିତ୍ତ ରଂଜନ ଜେନା ପ୍ରତିକ୍ରିୟା ରଖିଛନ୍ତି ।Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.