କଟକ: ସାରା ଦେଶରେ ଆଣ୍ଠୁ ଜନିତ ସମସ୍ୟା ବୃଦ୍ଧି ହେବାରେ ଲାଗିଛି । ଯୁବପିଢ଼ି ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଏହି ସମସ୍ୟାର ସମ୍ମୁଖୀନ ଦେଉଛନ୍ତି । ପ୍ରାୟତଃ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଏହି ସମସ୍ୟା ବୟସ୍କମାନଙ୍କ ଠାରେ ବେଶୀ ଦେଖିବାକୁ ମିଳେ। ତେବେ ମେଡିକାଲ ସାଇନ୍ସ ଏବେ ଆଣ୍ଠ ପ୍ରତ୍ୟାରୋପଣ ଭଳି ସଫଳତା ପାଇବାରେ ଲାଗିଛି । ସେ ସମସ୍ତ ଅପଡେଟ ଅସ୍ତ୍ରୋପଚାର କିପରି କରାଯାଏ ଓ ଏହାର ପରବର୍ତ୍ତି ସମୟରେ କିପରି ଅତ୍ୟାଧୁନିକ ପ୍ରଣାଳୀ ପ୍ରୟୋଗ କରାଯାଇପାରିବ ସେନେଇ ବରିଷ୍ଠ ଡାକ୍ତରମାନଙ୍କୁ ନେଇ ସଦ୍ଗୁରୁ ହସ୍ପିଟାଲ ପକ୍ଷରୁ ଆଜି ଏକ ସମ୍ମିଳନୀ ଆୟୋଜନ କରାଯାଇଛି।
ତେବେ କଟକ ଜଗତପୁର ଠାରେ ଥିବା ସଦ୍ଗୁରୁ ହସ୍ପିଟାଲ ପକ୍ଷରୁ ଆଜି ‘ନି ସିମ୍ପୋଜିନ୍ ୨୦୨୩’ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ହସ୍ପିଟାଲର ସମ୍ମିଳନୀ କକ୍ଷ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଆଣ୍ଠୁ ଜନିତ ସମସ୍ୟା ଓ ତ୍ୱରିତ ସମାଧାନ ନିମନ୍ତେ ଏହି ସମ୍ମିଳନୀର ଆୟୋଜନ କରାଯାଇଥିଲା । ରାଜ୍ୟର ବିଭିନ୍ନ ମେଡିକାଲ କଲେଜର ଛାତ୍ରଛାତ୍ରୀ ସହିତ ଡାକ୍ତରମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଭଳି ସମ୍ମଳନୀ ଓଡିଶାରେ ପ୍ରଥମ କରି ସଦ୍ଗୁରୁ ହସ୍ପିଟାଲରେ ଆୟୋଜନ କରାଯାଇଥିବା ବେଳେ ନୂତନ ଟେକ୍ନୋଲୋଜିର ବ୍ୟବହାର କରିବା ଦ୍ବାରା ରୋଗୀମାନେ ମଧ୍ୟ ଉନ୍ନତମାନର ଚିକିତ୍ସା ପାଇବାରେ ସହଯୋଗ ହେବ ବୋଲି କହିଛନ୍ତି ଅତିଥି ଓ ଆୟୋଜକ କମିଟି । ତେବେ ଏହି ଅବସରରେ ଅର୍ଥୋପେଡ଼ିକ ବିଭାଗରେ 2ଟି ସର୍ଜରୀ ମଧ୍ୟ କରାଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ....ଓ୍ବାର୍କଆଉଟ କରିବା ପୂର୍ବରୁ ଚା' ପିଉଛନ୍ତି କି ? ଶରୀର ଉପରେ କେଉଁ ପ୍ରଭାବ ପଡିବ ଜାଣନ୍ତୁ
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେରେ ପ୍ରଫେସର ଡାକ୍ତର ବୀର କିଶୋର ଦାସ, କିମ୍ସ ହସ୍ପିଟାଲର ପ୍ରଫେସର ଡାକ୍ତର ତନ୍ମୟ କୁମାର ମହାନ୍ତି, କଲିକତାର ମିସନ ହସ୍ପିଟାଲର ବରିଷ୍ଠ ଡାକ୍ତର ନିର୍ମଳ କୁମାର ଜାଜୋଡିଆ ଓ ଆର.ଜି କର ମେଡିକାଲ କଲେଜର ଅର୍ଥୋସ୍କୋପି ଓ ସ୍ପୋର୍ଟସ୍ ସର୍ଜେରୀ ସୋସାଇଟିର କନଭେନର ଡାକ୍ତର ସୁନିତା ହାଜରା ଯୋଗ ଦେଇଥିଲେ । ତେବେ ଆଯୋଜକ କମିଟିରେ ସଦ୍ଗୁରୁ ହସ୍ପିଟାଲର ଏମ.ଡି ଡାକ୍ତର ପ୍ରଦୀପ କୁମାର ମହାନ୍ତି, ନିର୍ଦ୍ଦେଶକ ଡାକ୍ତର ସମିତା ମହାନ୍ତି, ରାହୁଳ ପ୍ରତ୍ୟୁଷ ମହାନ୍ତି ଓ ନୋବିନା ବୋଥାଜୁ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲା ।
ଏହା ମଧ୍ୟ ପଢ଼ନ୍ତୁ....କମ ପାଣି ପିଇବା ଦ୍ବାରା ହୋଇଥାଏ ଏହି ରୋଗ, ବର୍ତ୍ତିବା ପାଇଁ ପ୍ରତ୍ୟହ ଏତିକି ପିଅନ୍ତୁ ପାଣି
ଇଟିଭି ଭାରତ, କଟକ