ETV Bharat / state

ସାଂସଦ ଡାକିଲେ ଦିଶା ବୈଠକ, ବନ୍ୟା କ୍ଷୟକ୍ଷତିଙ୍କୁ ମିଳିବ ଶୀଘ୍ର ସହାୟତା

author img

By

Published : Sep 16, 2022, 6:44 PM IST

ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ସପ୍ତମ ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ଦିଶା ବୈଠକର ଏଜେଣ୍ଡା ଅନୁସାରେ ଏଥିରେ ବିଭିନ୍ନ କ୍ଷୟକ୍ଷତି ଆକଳନ କରାଯାଇଥିଲା । ଅଧିକ ପଢନ୍ତୁ

ସାଂସଦ ଡାକିଲେ ଦିଶା ବୈଠକ, ବନ୍ୟା କ୍ଷୟକ୍ଷତିଙ୍କୁ ମିଳିବ ଶୀଘ୍ର ସହାୟତା
ସାଂସଦ ଡାକିଲେ ଦିଶା ବୈଠକ, ବନ୍ୟା କ୍ଷୟକ୍ଷତିଙ୍କୁ ମିଳିବ ଶୀଘ୍ର ସହାୟତା

କଟକ: ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ସପ୍ତମ ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସମସ୍ତ ବିଧାୟକ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଏହି ବୈଠକ ସାମିଲ ହୋଇଥିଲେ । ଚଳିତବର୍ଷ ଆସିଥିବା ବନ୍ୟାରେ ଜିଲ୍ଲାର ଅନେକ ବ୍ଲକରେ ବ୍ୟପାକ କ୍ଷୟକ୍ଷତି ହୋଇଛି । ଏହାର ଆକଳନ କରିବା ପାଇଁ ଏହି ବୈଠକ ସମସ୍ତଙ୍କ ମତ ଲୋଡିଛନ୍ତି ସାଂସଦ ।

ମହାନଦୀରେ ଆସିଥିବା ବଡ ବନ୍ୟା କାରଣରୁ କଟକ ଜିଲ୍ଲାର ତଳି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଦିଶା ବୈଠକ । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି ଦିଶା ବୈଠକର ଏଜେଣ୍ଡା ଅନୁସାରେ ଏଥିରେ ବିଭିନ୍ନ କ୍ଷୟକ୍ଷତି ଆକଳନ କରାଯାଇଥିଲା । ବିଶେଷକରି ଫସଲ ନଷ୍ଟ, ରାସ୍ତାଘାଟ ଖରାପ, ଅଙ୍ଗନବାଡ଼ି ଘର ଗୁଡିକରେ ବ୍ୟପାକ କ୍ଷୟକ୍ଷତି ବିଷୟରେ ତର୍ଜମା କରାଯାଇଥିଲା । ତେବେ ବାଙ୍କି, ବଡ଼ମ୍ବା, ନରସିଂହପୁର, ଆଠଗଡ଼, ତିଗିରିଆ ଆଦି ଅଞ୍ଚଳ ଉପରେ ଅଧିକ ଫୋକସ ରହିଥିଲା । ଏହାଛଡ଼ା କଟକ ସଦରରେ ମଧ୍ୟ ଅନେକ କ୍ଷତି ଆକଳନ କରିଥିଲେ ସାଂସଦ । ତେବେ ଏହି ଆକଳନକୁ ଶୀଘ୍ର ଲୋକ ମାନଙ୍କ ନିକଟରେ ପହଞ୍ଚିବା ନେଇ କହିଥିଲେ ବିଧାୟକ ଓ ସାଂସଦ ।

ଏହା ମଧ୍ୟ ପଢନ୍ତୁ...କଟକରେ ପାନୀୟ ଜଳ ଯୋଗାଣରେ ଅସୁବିଧା, ମେୟର କଲେ ସମୀକ୍ଷା

ଏହି ଦିଶା ବୈଠକ ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ କହିଛନ୍ତି "ଆଜି ଆମର ସପ୍ତମ ଦିଶା ମିଟିଙ୍ଗରେ ସାଂସଦ, ବିଧାୟକ, ଅନ୍ୟ ଲୋକ ପ୍ରତିନିଧି ଏବଂ ଅନ୍ୟାନ୍ୟ ଅଧିକାରୀମାନଙ୍କ ସହିତ ଅନୁଷ୍ଠିତ ହୋଇଯାଇଛି । ସେଥିରେ ଆମର ବିଭିନ୍ନ ଏଜେଣ୍ଡା ରହିଛି ଯେମିତିକି ଅଙ୍ଗନବାଡି କେନ୍ଦ୍ର, ରାସ୍ତା ଘାଟ ସମସ୍ୟା, ଜଳ ସମସ୍ୟା ଏହି ସବୁ ବିଷୟରେ ଦିଶା ମିଟିଙ୍ଗରେ ଆଲୋଚନା କରାଯାଇଛି । ଏହି ଦିଶା ମିଟିଙ୍ଗରେ ଯେଉଁ ନିଷ୍କର୍ସ ବାହାରିବ ସେହି ଅନୁସାରେ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇ ଗୋଟେ ନିର୍ଦ୍ଦିଷ୍ଟ ସମୟ ଭିତରେ ସେମାନେ ସେହି କାର୍ଯ୍ୟଗୁଡିକ ସମାପନ କରିବେ ।" ସେହିପରି ଏହି ବୈଠକରେ ଯୋଗଦେଇ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, "ବନ୍ୟାରେ ବିଶେଷ କରି ଗ୍ରାମାଞ୍ଚଳର ରାସ୍ତା ଓ ଅଙ୍ଗନବାଡ଼ି କେନ୍ଦ୍ର, ଫସଲ କ୍ଷତି ଓ ଫସଲ ବୀମା ନେଇ ଆଲୋଚନା ହୋଇଛି ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.