ETV Bharat / state

ହାଇକୋର୍ଟରେ ବେଆଇନ ବାଲି ଉଠାଣ ପ୍ରସଙ୍ଗ, ୧୪ଟି ଖାଦାନରୁ ଉଠାଣ ସାମୟିକ ପ୍ରତ୍ୟାହାର

author img

By ETV Bharat Odisha Team

Published : Dec 21, 2023, 3:59 PM IST

Illegal sand mining in Cuttack: ହାଇକୋର୍ଟରେ କଟକ ଜିଲ୍ଲା ବେଆଇନ ବାଲି ଉଠାଣ ପ୍ରସଙ୍ଗ । ଜିଲ୍ଲା ପ୍ରଶାସନ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି । ଅଧିକ ପଢନ୍ତୁ

Orissa High court
Orissa High court

କଟକ: ଜିଲ୍ଲାରେ ବେଆଇନ ବାଲି ଉଠାଣ ଏବଂ ଚାଲାଣ ମାମଲାର ହାଇକୋର୍ଟରେ ଆଜି ଶୁଣାଣି ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ଜିଲ୍ଲାରେ ମୋଟ ୧୪ଟି ବାଲି ଖାଦାନର ଅନୁମତିକୁ ସାମୟିକ ଭାବେ ପ୍ରତ୍ୟାହାର ହୋଇଥିବା ନେଇ ସତ୍ୟପାଠରେ କୋର୍ଟଙ୍କୁ ଦର୍ଶାଯାଇଛି । ଲିଜ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ନେଇ ସତ୍ୟ ପାଠରେ ଉଲ୍ଲେଖ କରାଯାଇଛି ।

ଆଗକୁ ସମସ୍ତ ବେଆଇନ ଖାଦାନ ଉପରେ ପଦକ୍ଷେପ ଗ୍ରହଣ କରାଯିବ । ଲିଜ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ନେଇ ସତ୍ୟ ପାଠରେ ଉଲ୍ଲେଖ କରାଯାଇଛି । କେବଳ ସେତିକି ନୁହେଁ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ମଧ୍ୟ ଅନେକ ପଦକ୍ଷେପ ନିଆଯାଉଛି । ତେବେ ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।

ଏହା ବି ପଢନ୍ତୁ- ବେଆଇନ ବାଲି ଉଠାଣ ବିରୋଧରେ ଗ୍ରାମବାସୀଙ୍କ ଗଣଧାରଣା

ଜିଲ୍ଲାର ବିଭିନ୍ନ ବାଲିଘାଟରୁ ବାଲି ଉଠାଣ ମାମଲାରେ ପୂର୍ବତନ କଟକ ଜିଲ୍ଲାପାଳଙ୍କୁ କଡା ଭର୍ତ୍ସନା କରିଥିଲେ ହାଇକୋର୍ଟ । ବେଆଇନ ବାଲି ଉଠାଣକୁ ନେଇ ରୁଜୁ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ପୂର୍ବତନ କଟକ ଜିଲ୍ଲାପାଳ ଡ଼ଃ ଭବାନୀ ଶଙ୍କର ଚୟନୀଙ୍କ ଉପରେ ହାଇକୋର୍ଟ କ୍ଷୁବ୍ଧ ପ୍ରକାଶ କରିଥିଲେ । ବେଆଇନ ବାଲି ଉତ୍ତୋଳନକାରୀଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଓ କେତେ ଜୋରିମାନା ଆଦାୟ କରାଯାଇଛି ସେନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରାଯାଇଥିଲା ।

ପ୍ରଶାନ୍ତ ଜେନା ନାମକ ଜଣେ ବ୍ୟକ୍ତି ଏହି ଜନସ୍ବାର୍ଥ ମାମଲା ଦାୟର କରିଥିଲେ । ଆବେଦନକାରୀ ଆବେଦନରେ ଦର୍ଶାଇଥିଲେ ଯେ କାଠଯୋଡ଼ିରୁ ବେଆଇନ ବାଲି ଉଠାଯାଉଛି । ଏପରିକି ବେଆଇନ ବାଲି ଉଠାଯିବା ଦ୍ବାରା ରାସ୍ତାରେ ପଡି ରାସ୍ତା ଖରାପ ହେଉଛି । ଯେଉଁ କାରଣରୁ ଅନେକ ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି । ତେବେ ଏନେଇ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଏ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବତନ ଜିଲ୍ଲାପାଳ ଡଃ ଭବାନୀ ଶଙ୍କର ଚୟନୀ ଏନେଇ ଗତ ଜୁଲାଇ ୧୯ ତାରିଖରେ କୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ ।

ଦାଖଲ ପିଆଇଏଲ ଉପରେ କଟକ ଜିଲ୍ଲା ପ୍ରଶାସନ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଆବେଦନକାରୀ କୋର୍ଟଙ୍କୁ ଅବଗତ କରିଥିଲେ । ତେବେ ଜିଲ୍ଲା ପ୍ରଶାସନର ମିଥ୍ୟା ସତ୍ୟପାଠ ଉପରେ ହାଇକୋର୍ଟ ଖପ୍ପା ହୋଇଥିଲେ । ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ବିରୋଧରେ କାହିଁକି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ମାମଲାର ଶୁଣାଣି ସମୟରେ କୋର୍ଟ ପ୍ରଶ୍ନ କରିଥିଲେ । ଜଣେ ଜିଲ୍ଲାର ମୁଖ୍ୟ ଏପରି ମିଥ୍ୟା ସତ୍ୟପାଠ ଦାଖଲ କରିବାକୁ କୋର୍ଟ କଡା ଭାଷାରେ ସମାଲୋଚନା ମଧ୍ୟ କରିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.