କଟକ: ଗଡ଼ଖାଇରେ ପଡି ହରିଣର ମୃତ୍ୟୁ ହୋଇଛି । କ୍ୟାଣ୍ଟେନମେଣ୍ଟ ଥାନା ନିକଟରେ ଥିବା ହରିଣ ପାର୍କରୁ ଏକ ହରିଣ ଖସି ଆସି ଗଡ଼ଖାଇରେ ପଡ଼ି ଯାଇଥିଲା । ଗଡ଼ଖାଇରେ ଦଳ ଭିତରେ ଫସି ରହି ହରିଣଟି ଗୁରୁତ୍ବର ହୋଇପଡ଼ିଥିଲା । କିଛି ଲୋକ ଏହା ଦେଖି ଗଡ଼ଖାଇ ନିକଟରୁ ହରିଣଟିକୁ ଉଦ୍ଧାର କରିଥିଲେ । କିଛି ସମୟ ପରେ ହରିଣଟିର ମୃତ୍ୟୁ ଘଟିଥିଲା ।




ତେବେ ଏତେ ସୁରକ୍ଷା ମଧ୍ୟରେ ହରିଣଟି କିଭଳି ପାର୍କରୁ ବାହାରକୁ ଆସିଲା ? ଯଦି ଆସିଲା ସେମାନଙ୍କ ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷାକର୍ମୀମାନେ ଜାଣି ପାରିଲେନି କେମିତି ? ସବୁଠାରୁ ବଡ଼ କଥା ହେଉଛି ହରିଣ ମୃତ ଖବରକୁ ଚପାଇବାକୁ ଉଦ୍ୟମ କରାଯାଉଥିଲା ବୋଲ ସ୍ଥାନୀୟରେ ପ୍ରଶ୍ନ ସୃଷ୍ଟି କରିଛି । ହରିଣ ମୃତ ଖବରକୁ ପ୍ରଥମେ ଖଣ୍ଡନ କରିଥିଲେ ବିଭାଗୀୟ କର୍ତ୍ତୃପକ୍ଷ । ତେବେ ହରିଣର ଏଭଳି ମୃତ୍ୟୁ ପରେ ହରିଣର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ