ETV Bharat / state

ଅପରେସନ ରୁମରେ ମୃତ୍ୟୁ, କ୍ଷତିପୂରଣ ଦାବିରେ ପରିବାର ଲୋକଙ୍କ ରାସ୍ତା ଅବରୋଧ - family members protest for compensation

ଅପରେସନ ରୁମରେ ମୃତ୍ୟୁ ପରେ ନର୍ସିଂହୋମକୁ ସିଜ କରିବା ଦାବିରେ ମୃତଦେହ ରଖି ମୃତକଙ୍କ ପରିବାର ପକ୍ଷରୁ ବାଗଧରିଆ ଛକ ଠାରେ ରାଜପଥକୁ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଅଧିକ ପଢନ୍ତୁ...

ଅପରେସନ ରୁମରେ ମୃତ୍ୟୁ, ରାସ୍ତା ଅବରୋଧ କଲେ ପରିବାର ଲୋକେ

author img

By

Published : Mar 18, 2021, 1:05 PM IST

କଟକ: ରାସ୍ତା ଉପରେ ମୃତଦେହ ରଖି ପ୍ରତିବାଦ। କ୍ଷତିପୂରଣ ନହେଲେ ଉଠିବନି ମରଶରୀର। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଟକ ନର୍ସିଂପୁର ଅଞ୍ଚଳରେ । ଘଟଣାଟି ଏମିତି ଯେ କାନପୁର ଥାନା ଅନ୍ତର୍ଗତ ଏକଡ଼ାଳ ସ୍ଥିତ ଏକ ଘରୋଇ ନର୍ସିଂହୋମରେ ଅପରେସନ ସମୟରେ ଜନୈକ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଅପରେସନ ରୁମରେ ମୃତ୍ୟୁ, ରାସ୍ତା ଅବରୋଧ କଲେ ପରିବାର ଲୋକେ

କ୍ଷତିପୂରଣ ବାବଦ ୨୦ ଲକ୍ଷ ଟଙ୍କା ସହିତ ନର୍ସିଂହୋମକୁ ସିଜ କରିବା ଦାବିରେ ମୃତଦେହ ରଖି ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ବାଗଧରିଆ ଛକ ଠାରେ ରାଜପଥକୁ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ପରିବାର ଲୋକେ। ଉତ୍ୟକ୍ତ ଲୋକେ ସକାଳ 6ଟା ଠାରୁ ରାସ୍ତା ଅବରୋଧ କରିବା ଦ୍ବାରା ଗାଡ଼ି ଚଳାଚଳ ସହିତ ଜୀବନ ଯାତ୍ରା ବ୍ୟାହତ ହୋଇଥିବା ଦେଖିବାକୁ ମିଳିଛି।

ମୃତ ବ୍ୟକ୍ତିଙ୍କ ମା‘ ବୀଣାପାଣୀ ରାଉତ କହିବ ଅନୁଯାୟୀ, ଗତକାଲି ତାଙ୍କ ପୁଅ ନିରାକର ରାଉତ ମଳକଣ୍ଟକ ଅପରେସନ ପାଇଁ ଏକଡ଼ାଳ ସ୍ଥିତ ଘରୋଇ ନର୍ସିଂହୋମକୁ ଆସିଥିଲେ । ଅପରେସନ ବେଳେ ତାକୁ ନିଶା ଇଂଜେକ୍‌ସନ ଦିଆଯାଇଥିଲା।

ସେହି ସମୟରେ ତାର ରକ୍ତସ୍ରାବ ବନ୍ଦ ହୋଇନଥିବା ବେ‌ଳେ ତାର ମୃତ୍ୟୁ ହୋଇଥିଲା। ଡ଼ାକ୍ତର ଦେଖିବା ପରେ ନିରାକର ଅପରେସନ ସମୟରେ ମୃତ୍ୟୁ ହୋଇଛି ବୋଲି କହିଥିଲେ। ଖବର ପାଇ କାନପୁର ଥାନା ଅଧିକାରୀ, ନରସିଂହପୁର ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ପରିବାରକୁ ବୁଝାସୁଝା ଜାରି ରଖିଛନ୍ତି।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.