ETV Bharat / state

ଉଛୁଳା ନଦୀରେ ଚାଲିଛି ମାଛଧରା: ଉପରେ ଥାଇ ଜଗୁଛି ପୋଲିସ !

author img

By

Published : Aug 4, 2023, 10:42 AM IST

Updated : Aug 4, 2023, 1:04 PM IST

ଉଛୁଳା ନଦୀରେ ଜୀବନକୁ ବାଜି ଲଗାଇ ମାଛ ଧରୁଛନ୍ତି ଲୋକେ । ଉପରେ ଥାଇ ମଜା ନେଉଛି ପୋଲିସ ! କଟକ ନରାଜ ବ୍ୟାରେଜରୁ ସାମ୍ନାକୁ ଆସିଲା ଏଭଳି ଦୃଶ୍ୟ । ଅଧିକ ପଢନ୍ତୁ

ଉଛୁଳା ନଦୀରେ ମାଛଧରା
ଉଛୁଳା ନଦୀରେ ମାଛଧରା
ଉଛୁଳା ନଦୀରେ ମାଛଧରା

କଟକ: ମହାନଦୀରେ ପ୍ରବାହିତ ହେଉଛି ବନ୍ୟାଜଳ । ହେଲେ ଉଛୁଳା ନଦୀକୁ କାହାରି ଖାତିର୍ ନାହିଁ । ଅକାତକାତ ପାଣିରେ ଜୀବନକୁ ପାଣି ଛଡାଇ ମାଛ ଧରୁଛନ୍ତି ଲୋକେ । ନରାଜରୁ ଏମିତି ଏକ ଦୃଶ୍ୟ ‘ଇଟିଭି ଭାରତ’ କ୍ୟାମେରାରେ କଏଦ ହୋଇଛି, ଯାହାକୁ ଦେଖିଲେ ଆପଣ ଭୟ କରିବେ ଏବଂ ପୋଲିସ ପ୍ରଶାସନ ଉପରେ ଆଙ୍ଗୁଳି ଉଠାଇବେ ନିଶ୍ଚୟ । ନରାଜ ବ୍ୟାରେଜରେ ଅତି ବେପରୁଆ ଭାବରେ ଆଇନକୁ ଉଲ୍ଲଘଂନ କରି ମତ୍ସ୍ୟଜୀବୀ ମାଛ ଧରୁଛନ୍ତି । ପାଣିର ସ୍ରୋତ ଏତେ ପ୍ରଖର ଯେ ଟିକେ ଅସାବଧାନ ହେଲେ ମୃତ୍ୟୁ ନିଶ୍ଚିତ ।

ସବୁଠୁ ବଡ କଥା ହେଁ, ଦିନ ଦ୍ବିପ୍ରହରରେ ପୋଲିସ ପ୍ରଶାସନ ଆଗରେ ଏଭଳି କାର୍ଯ୍ୟ କରାଯାଉଥିଲେ ହେଁ ତାଗିଦ କରିବାକୁ କେହି ନାହାନ୍ତି । ବ୍ୟାରେଜ ତଳେ ମାଛ ଧରା ଚାଲିଛି ଆଉ ପୋଲିସ ସେମାନଙ୍କୁ ଯେମିତି ସୁରକ୍ଷା ଦେଉଛନ୍ତି । କାରଣ ପୋଲିସ ଉପରେ ଥାଇ ଏଭଳି ଦୃଶ୍ୟ ଦେଖି ମଜା ନେଉଛନ୍ତି । ସେଠାରେ ନା ରହିଛି ସୂଚନା ଫଳକ, ନା ରହିଛି ସତର୍କ ଘଣ୍ଟି । ପ୍ରଶ୍ନ ଉଠିଛି, ଏଠି ଅଘଟଣ ଘଟିଲେ କିଏ ଦାୟୀ ରହିବ ?

ଅନ୍ୟପଟେ ବର୍ଷା ଜନିତ ମହାନଦୀରେ ପ୍ରବାହିତ ବନ୍ୟାଜଳ ଯଦିଓ ବଡ ବିପଦ ସୃଷ୍ଟି କରିବ ନାହିଁ ତଥାପି ତଳିଆ ଅଞ୍ଚଳ ପ୍ରତି ସମ୍ପୂର୍ଣ୍ଣ ବିପଦ ଟଳି ନାହିଁ । ମୁଣ୍ଡଳୀରେ ବନ୍ୟାଜଳ ସ୍ତର କମିଛି । ସର୍ବାଧିକ ୯ ଲକ୍ଷ ୧୮ ହଜାରରୁ ଅଧିକ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହୋଇଛି । ଏହା ପରଠାରୁ ଜଳସ୍ତର କମିବାରେ ଲାଗିଛି । ଜଳସ୍ତର ଧୀରେ ଧୀରେ କମିବ ଏବଂ ଦିନେ ଦୁଇ ଦିନ ମଧ୍ୟରେ ସ୍ୱାଭାବିକ ହେବ । ତେବେ ଉଭୟ ମହାନଦୀ ଏବଂ କାଠଯୋଡ଼ିରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । କହିବାକୁ ଗଲେ ବଡ଼ ବିପଦ ଟଳି ଯାଇଛି । କାରଣ ସୌଭାଗ୍ୟ ବଶତଃ ହୀରାକୁଦ ଗେଟ ବନ୍ଦ ରହିଛି । ଯେଉଁ କାରଣରୁ ବଡ଼ ବିପଦରୁ ଟଳି ଯାଇଛି ବୋଲି କୁହାଯାଉଛି ।

ଏହାମଧ୍ୟ ପଢନ୍ତୁ: କୁଜଙ୍ଗରେ 40 ଫୁଟର ଘାଇ, ତଳିଆ ଅଞ୍ଚଳରେ ପଶିଲା ମହାନଦୀର ପ୍ରଥମ ବନ୍ୟାଜଳ

ଜଣେ ଯନ୍ତ୍ରୀ ନିଜର ନାମ ଗୋପନ ରଖି କହିଛନ୍ତି ଯେ, ଯଦି ହୀରାକୁଦର ୨୫ଟି ଗେଟ ଏହି ସମୟରେ ଖୋଲିଥାଆନ୍ତା ତାହେଲେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥାନ୍ତା । କ'ଣ ଯେ ଘଟିଥାନ୍ତା ତାହା କେହି କଳ୍ପନା କରି ପାରିନଥାନ୍ତେ । ଦୀର୍ଘ ବର୍ଷ ପରେ ଓଡିଶା ଏକ ବଡ଼ ବନ୍ୟାର ସାମ୍ନା କରିଥାନ୍ତା । ତାହାର ମୁକାବିଲା କରିବା ଅସମ୍ଭବ ହୋଇ ପଡିଥାନ୍ତା । ମାତ୍ର ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଏହି ବିପଦ ଟଳି ଯାଇଛି । ବର୍ତ୍ତମାନ ଏନେଇ କୌଣସି ଅସୁବିଧା ହେବ ନାହିଁ । କିଛି କିଛି ତଳିଆ ଅଞ୍ଚଳରେ ଯେଉଁ ପାଣି ଜମିବ ତାହା ଅଳ୍ପ ଦିନରେ କମି ଯିବ । ପାଗ ବି ଅନୁକୂଳ କଲାଣି । ଆଉ ବଡ଼ ବର୍ଷାର ସମ୍ଭାବନା ନାହିଁ । ବର୍ଷା ହେଲେ ବି ସେହିଭଳି ଆଉ ସମସ୍ୟା ସୃଷ୍ଟି ହେବ ନାହିଁ । ନରାଜ ଏବଂ କାଠଯୋଡ଼ିରେ ବନ୍ୟାଜଳ ହ୍ରାସ ପାଇଛି ।

ଇଟିଭି ଭାରତ, କଟକ

Last Updated : Aug 4, 2023, 1:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.