ETV Bharat / state

ପୋଡପୋଡାରେ ଦକ୍ଷିଣ କାଳୀ ପୂଜା: ପଣାରେ ମହକିଲା ମା'ଙ୍କ ପୀଠ, ୪ ଶହ ପଶୁ ସମର୍ପିତ - kali puja 2023

dakshin kali puja: ରତନପୁର ପୋଡପୋଡାର ପ୍ରସିଦ୍ଧ ଦକ୍ଷିଣ କାଳୀ ପୂଜା ଅନୁଷ୍ଠିତ ହୋଇଛି । ଶାନ୍ତି ଶୃଙ୍ଖଳା ନିମନ୍ତେ ନିଆଳି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଅଧିକ ପଢନ୍ତୁ

dakshin kali puja
ପୋଡପୋଡାରେ ଦକ୍ଷିଣ କାଳୀ ପୂଜା
author img

By ETV Bharat Odisha Team

Published : Nov 13, 2023, 5:59 PM IST

ପୋଡପୋଡାରେ ଦକ୍ଷିଣ କାଳୀ ପୂଜା

ନିଆଳି: ରତନପୁର ପୋଡପୋଡାର ପ୍ରସିଦ୍ଧ ଦକ୍ଷିଣ କାଳୀ ପୂଜା ଅନୁଷ୍ଠିତ ହୋଇଛି । ଏଠାକାର ପ୍ରସିଦ୍ଧ ଦକ୍ଷିଣ କାଳୀ ପୂଜାରେ ୪ ଶହ ପଶୁ ମା'ଙ୍କ ନିକଟରେ ସମର୍ପଣ କରାଯାଇଛି । ପୂର୍ବରୁ ବଳି ପ୍ରଥା ପ୍ରଚଳିତ ହୋଇଆସୁଥିବାବେଳେ ବର୍ତ୍ତମାନ ବଳିପ୍ରଥା ନିଷେଧ ଥିବାରୁ ପଶୁମାନଙ୍କୁ ମା'ଙ୍କ ନିକଟରେ କେବଳ ସମର୍ପଣ କରାଯାଇଛି । କଟକ ଜିଲ୍ଲା ନିଆଳି ଥାନା ରତନପୁର ପଞ୍ଚାୟତସ୍ଥିତ ପୋଡପଡାରେ ଦକ୍ଷିଣ କାଳୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଗତକାଲି(ରବିବାର) ରାତିରେ ମା'ଙ୍କ ଯଥା ରୀତିରେ ପୂଜା କରାଯାଇଥିଲା । ଚକ୍ଷୁଦାନ ପରେ ମଙ୍ଗଳ ଆଳତୀ, ସନ୍ଧିପୂଜା ପରେ ଆଜି ସକାଳୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା' ।

ସୂଚନା ଅନୁସାରେ, କଟକ ଜିଲ୍ଲା ନିଆଳି ଥାନା ରତନପୁର ପଞ୍ଚାୟତସ୍ଥିତ ପୋଡପଡାର ଏହି ପ୍ରସିଦ୍ଧ ମା' ଦକ୍ଷିଣ କାଳି ପୂଜା କାହିଁ କେଉଁ ଆବାହମାନ କାଳରୁ ହୋଇ ଆସୁଛି । ବାର୍ନାଜୀ ଓ ମୁଖାର୍ଜୀ ପରିବାରଙ୍କ ଉପରେ ଏହି ପୂଜା ନୀତି ନ୍ୟସ୍ତ ରହିଛି । ଲୋକକଥା ଅନୁସାରେ, ପାଖାପାଖି ହଜାର ବର୍ଷ ତଳେ ପ୍ରାଚୀ ନଦୀକୂଳରେ ମା' ଦକ୍ଷିଣ କାଳୀଙ୍କ ଆର୍ବିଭାବ ହୋଇଥିଲା । ସେବେଠାରୁ ପ୍ରତିବର୍ଷ କାର୍ତ୍ତିକ ମାସ ଅମାବାସ୍ୟା ତିଥିରେ ମା' ଦକ୍ଷିଣ କାଳୀଙ୍କ ମୃଣ୍ମୟୀମୃର୍ତ୍ତି ପୂଜା ନୀତି ଅନୁଷ୍ଠିତ ହୋଇ ଆସୁଛି । ମାନସିକ ରଖିଲେ ତଥା ମା'ଙ୍କୁ ପଣା ଓ ପଶୁ ସର୍ମପଣ କଲେ ଅସାଧ୍ୟ ରୋଗରୁ ଆରୋଗ୍ୟ ହେବା ସହ ମାନସିକ ପୂରଣ ବୋଲି ଦୃଢ ବିଶ୍ୱାସ ରହିଛି।

ଏହା ବି ପଢନ୍ତୁ...ମା' ସୁରେଶ୍ୱରୀଙ୍କ ପୀଠରେ ଦୀପାବଳି, ଛୁଟିଲା ଶ୍ରଦ୍ଧାଳୁଙ୍କ ସୁଅ

ଏହା ବି ପଢନ୍ତୁ...Watch: ସେବାୟତଙ୍କ ସହ ମନ୍ତ୍ର ପଢି ବଡ଼ବଡୁଆ ଡାକିଲେ ବିଦେଶୀ ପର୍ଯ୍ୟଟକ, ବଡ଼ଦାଣ୍ଡରେ ଜମିଲା ଭିଡ଼

ମା'ଙ୍କ ମୁଖ୍ୟ ପୂଜକ ରବି ନାରାୟଣ ବାର୍ନାଜୀ କହିଛନ୍ତି, "ପୂର୍ବରୁ ମାନସିକ ପ୍ରାପ୍ତ ପାଇଁ ଏହି ପୀଠରେ ହଜାର ହଜାର ପଶୁ ବଳି ପ୍ରଦାନ କରୁଥିଲେ ଭକ୍ତ । ଆଇନର କଟକଣା ଯୋଗୁଁ ପଶୁ ବଳି ବନ୍ଦ କରାଯାଇ କେବଳ ପଶୁମାନଙ୍କୁ ମା'ଙ୍କ ନିକଟରେ ସର୍ମପଣ କରାଯାଉଛି । ମା'ଙ୍କ ନିକଟରେ ପଣା ଭୋଗ ଲାଗି କରାଯାଉଛି ।" ସେହିପରି ମା'ଙ୍କ ପୀଠ ଦୁଇ ଦିନ ଧରି ପୂଜା ଅନୁଷ୍ଠିତ ହେଉଥିବାରୁ ବିଭିନ୍ନ ଦୋକାନ ବଜାର ସହିତ ମେଳା ଲାଗିଥାଏ । ଲକ୍ଷାଧିକ ଭକ୍ତଙ୍କ ସମାଗମ ଯୋଗୁଁ ଶାନ୍ତି ଶୃଙ୍ଖଳା ନିମନ୍ତେ ନିଆଳି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଠାରେ ପ୍ରତିବର୍ଷ କଟକ, ଖୋର୍ଦ୍ଧା,ପୁରୀ ଓ ଜଗତସିଂହପୁର ଜିଲ୍ଲାର ଭକ୍ତମାନଙ୍କ ଭିଡ ପରିଲକ୍ଷିତ ହୋଇଥାଏ ।‌

ଇଟିଭି ଭାରତ ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.