ETV Bharat / state

ସିଲଭର ସିଟି ଏବେ ହେବ ସଂଗ୍ରହାଳୟର ସହର - pratap jena

ସିଲଭର ସିଟି କଟକ । ଏବେ କେବଳ ରୂପା ଆଉ ଦୁର୍ଗାପୂଜା ପାଇଁ ନୁହେଁ ବରଂ ମ୍ୟୁଜିୟମର ସହର ଭାବେ ହେବ ପରିଚିତ । ଐତିହ୍ୟ ଓ ସସ୍କୃତିକୁ ନେଇ ପର୍ଯ୍ୟଟକଙ୍କୁ କରିବ ଆକୃଷ୍ଟ ।

ଫଟାେ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jun 22, 2019, 11:59 PM IST

କଟକ: ରୂପାର ସହର କଟକ ଛାତିରେ ଲିପିବଦ୍ଧ ବହୁ ଐତିହାସିକ ଗାଥା । ହଜାର ବର୍ଷର ପୁରୁଣା ଏଠାକାର ସଂସ୍କୃତି, ପରମ୍ପରା, କଳା, ଭାସ୍କର୍ଯ୍ୟ, ସ୍ବପ୍ନ, ସଂଗ୍ରାମ, ପ୍ରଗତି ଏବଂ ସମୃଦ୍ଧିକୁ ନେଇ ରହିଛି 9ଟି ସଂଗ୍ରହାଳୟ । ଆଉ ଏସବୁକୁ ନେଇ ଲିଖିତ ‘କଟକ-ଦି ସିଟି ଅଫ ମ୍ୟୁଜିୟମକୁ ଉନ୍ମୋଚନ କରି ଲୋକଲୋଚନକୁ ଆଣିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

କଟକରେ ବହୁ ସଂଗ୍ରାମୀ ଦେଶ ପାଇଁ ନିଜକୁ ଉତ୍ସର୍ଗୀତ କରିଦେଇଛନ୍ତି । ଉତ୍କଳର ଗୌରବ ମଧୂସୂଦନଙ୍କ ମାଟିରେ ସନ୍ନିବେଶିତ ପ୍ରତ୍ୟେକଟି ତଥ୍ୟକୁ ନେଇ ଶ୍ରୀ ରାଜା ପରିଜାଙ୍କ ଲିଖିତ ‘କଟକ-ଦି ସିଟି ଅଫ ମ୍ୟୁଜିୟମ ’ ଏକ ଉପାଦେୟ ପୁସ୍ତକ । ଏହି ପୁସ୍ତକଟିରେ ପର୍ଯ୍ୟଟକ, ବିଦ୍ବାନ, ଗବେଷକ, ଛାତ୍ରଛାତ୍ରୀ ଏବଂ ସାଧାରଣ ପାଠକଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ ବୋଲି ମନ୍ତ୍ରୀ ପ୍ରତାପ କହିଛନ୍ତି । ଶନିବାର ପୂର୍ବାହ୍ନରେ ନିଜ ସଚିବାଳୟ ପ୍ରକୋଷ୍ଠରେ ଏହି ପୁସ୍ତକଟିକୁ ଉନ୍ମୋଚନ କରି ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ତଥା ଆଇନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା କଟକର ଇତିହାସର ସ୍ମୃତିଚାରଣ କରିଛନ୍ତି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର

କଟକ ଏପରି ଏକ ଅନନ୍ୟ ସହର ଯାହା ବୁକୁରେ ଏପରି ବିଭିନ୍ନ ବର୍ଗର ନଅଗୋଟି ସଂଗ୍ରହାଳୟ ରହିଛି । ଏହି ସଂଗ୍ରହାଳୟଗୁଡ଼ିକ ମଧ୍ୟରେ ଓଡ଼ିଶା ମାରିଟାଇମ୍‌ ସଂଗ୍ରହାଳୟ, ଓଡ଼ିଶା ହାଇକୋର୍ଟ ସଂଗ୍ରହାଳୟ, ଓଡ଼ିଶା ପ୍ରିଣ୍ଟିଙ୍ଗ୍‌ ସଂଗ୍ରହାଳୟ, ମଧୁସୂଦନ ସଂଗ୍ରହାଳୟ, ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ, ସ୍ୱରାଜ ସଂଗ୍ରହାଳୟ, ଆନନ୍ଦ ଭବନ ସଂଗ୍ରହାଳୟ ଏବଂ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଦକ୍ଷତା ସଂଗ୍ରହାଳୟ । ପ୍ରତ୍ୟେକ ସଂଗ୍ରହାଳୟ ନିଜ ନିଜ କ୍ଷେତ୍ରରେ ସ୍ବତନ୍ତ୍ର ଏବଂ ସମଗ୍ର ଭାରତ ବର୍ଷରେ ଅଦ୍ବିତୀୟ । ବିଡ଼ମ୍ବନାର ବିଷୟ, ସଚେତନତା ଅଭାବରୁ ଅନେକ ଲୋକ ଏହି ସଂଗ୍ରହାଳୟଗୁଡ଼ିକର ବିଶେଷତ୍ବ ସମ୍ପର୍କରେ ଅବଗତ ନୁହନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.