ETV Bharat / state

କଟକ ସହରାଞ୍ଚଳ ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥିତି ସମୀକ୍ଷା କଲେ ସାଂସଦ ଭର୍ତ୍ତୃହରି

author img

By

Published : Nov 20, 2022, 10:07 PM IST

କଟକ ସହରରେ ଥିବା ସମସ୍ତ ସହରାଞ୍ଚଳ ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକର ସ୍ଥିତି ସମୀକ୍ଷା କଲେ କଟକ ସାଂସଦ ଭର୍ତ୍ତୃହରି ମହତାବ । ଅଧିକ ପଢନ୍ତୁ

Etv Bharatକଟକ ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ବିକାଶ ହେବା ନେଇ କହିଲେ ଭର୍ତ୍ତୃହରି ମହତାବ

କଟକ: କଟକ ସହରରେ ଥିବା ସମସ୍ତ ସହରାଞ୍ଚଳ ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକ ତ୍ବରାନ୍ବିତ କରାଯିବ । ଏନେଇ ସ୍ଥିତି ସମୀକ୍ଷା କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ । କଟକବାସୀଙ୍କ ସ୍ବାସ୍ଥ୍ୟ ସେବାକୁ ଦୃଷ୍ଟିରେ ରଖି ଏହାକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସିଏମସିରେ ବସିଥିବା ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଶେଷଜ୍ଞ ଡାକ୍ତରଙ୍କ ସେବା ତ୍ବରାନ୍ବିତ ଉପରେ ଗୁରୁତ୍ବାରୋପ କରିଛନ୍ତି ସାଂସଦ ଭର୍ତ୍ତୃହରି । ଏହା ସହିତ ସମସ୍ତ ସହରାଞ୍ଚଳ ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକର ସ୍ଥିତି ମଧ୍ୟ ସମୀକ୍ଷା କରାଯାଇଛି ।

କଟକ ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ବିକାଶ ହେବା ନେଇ କହିଲେ ଭର୍ତ୍ତୃହରି ମହତାବ

ଅନୁଷ୍ଠିତ ବୈଠକରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ, ସିଏମସି କମିସନର, କଟକ ସହରରେ ଥିବା ଦୁଇଟି ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ୧୨ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସ୍ଵାସ୍ଥ୍ୟ ଅଧିକାରୀ ଯୋଗ ଦେଇଥିଲେ । ସମସ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ସେବା ସହିତ ବିଶେଷଜ୍ଞ ଡାକ୍ତରଙ୍କ ସେବା ତ୍ବରାନ୍ବିତ କରିବା ପାଇଁ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ଏହା ସହିତ ଖାଲି ପଡିଥିବା ପଦବୀ ଗୁଡିକ ପ୍ରସଙ୍ଗରେ ଅବଗତ କରିବାକୁ କୁହାଯାଇଥିଲା । ଗର୍ଭବତୀଙ୍କ ଅଲଟ୍ରାସାଉଣ୍ଡ ସୁରୁଖୁରରେ କିପରି ହେବ ତାହା ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ କୁହାଯାଇଥିଲା । ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରର ପାଚେରି ମରାମତି, ରଙ୍ଗ କାମ ସହିତ ପରିସରରୁ ଜବରଦଖଲ ଉଚ୍ଛେଦ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।

ଏହି ବୈଠକରେ ଯୋଗ ଦେଇ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, "ସ୍ବାସ୍ଥ୍ୟସେବା ବାବଦରେ କଟକ ମହାନଗର ନିଗମ ଅଧିନରେ ଥିବା ସମସ୍ତ ଡାକ୍ତରଖାନାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ କିପରି ଉନ୍ନତି ହୋଇ ପାରିବ ସେନେଇ ଏହି ବୈଠକରେ ଆଲୋଚନା କରାଯାଇଛି । ସିଏମସି ଅଧିନରେ ଥିବା ଡାକ୍ତରଖାନାର ଅଭାବ ଅସୁବିଧା ସମ୍ପର୍କରେ ଅବଗତ କରାଯାଇଛି । କେଉଁଠି ଲାବ୍ରଟେରୀ ଟେକ୍ନିସିଆନ ନାହାଁନ୍ତି, ଡାକ୍ତର ନାହାଁନ୍ତି, ନର୍ସର ଅଭାବ ରହିଛି ସେନେଇ ଏହି ବୈଠକରେ ଆଲୋଚନା କରାଯାଇଛି । ଏହାର ବ୍ୟବସ୍ଥାର ସମାଧାନ ସିଏମସି ଓ ରାଜ୍ୟ ସରକାର ସ୍ତରରେ ହେବ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.