ETV Bharat / state

ଡିଜିଟାଲ ରାକ୍ଷୀ ବିକି ଚର୍ଚ୍ଚାରେ କଟକ ଝିଅ, MBA ପାଠର ଉଠାଉଛନ୍ତି ଖର୍ଚ୍ଚ

author img

By

Published : Aug 17, 2023, 8:29 PM IST

ଆସୁଛି ରାକ୍ଷୀ ପୂର୍ଣ୍ଣିମା । ଯାହାକୁ ନେଇ ବ୍ୟସ୍ତତା ଭିତରେ କଟକ ଝିଅ ସସ୍ମିତା ପାତ୍ର । ଡିଜିଟାଲ ରାକ୍ଷୀ ବିକ୍ରି କରି ଏବେ ସେ ଚର୍ଚ୍ଚାକୁ ଆସିଛନ୍ତି । ପାଠପଢା ସହିତ ସେ ଏହି ବ୍ୟବସାୟ ମଧ୍ୟ ଦୀର୍ଘ ୫ବର୍ଷ ଧରି କରିଆସୁଛନ୍ତି । ଯାହାଦ୍ବାରା ସେ ଯୁବତୀଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ । ଦେଖନ୍ତୁ ଏହି ରିପୋର୍ଟ

Etv Bharat
Etv Bharat
ଡିଜିଟାଲ ରାକ୍ଷୀ ବିକି ଚର୍ଚ୍ଚାରେ କଟକ ଝିଅ, ବହନ କରୁଛନ୍ତି ନିଜ ପଢା ଖର୍ଚ୍ଚ

କଟକ: ଆଗକୁ ଆସୁଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ସେନେହର ଡୋରି ବାନ୍ଧିବ ଭଉଣୀ । ଏପରିକି ବୃକ୍ଷ, ପାଳିତ ପଶୁ, ଠାକୁରଙ୍କ ବିଗ୍ରହ ବା ଫଟୋରେ ମଧ୍ୟ ରାକ୍ଷୀ ବାନ୍ଧି ଶ୍ରଦ୍ଧା ଓ ଭକ୍ତି ଅର୍ପଣ କରିବେ ଲୋକେ । ବଜାରରେ ମଧ୍ୟ ଦେଖିବାକୁ ମିଳିଲାଣି ରାକ୍ଷୀ ଦୋକାନ । କଟକ-ଭୁବନେଶ୍ୱରରେ ରାକ୍ଷୀ ବ୍ୟବସାୟୀ ଅଧିକାଂଶ ରାକ୍ଷୀ ବାହାରୁ ଆମଦାନୀ କରି ବିକ୍ରି କରୁଥିବା ବେଳେ ଏପଟେ ମୁଣ୍ଡ ଟେକିଛନ୍ତି ଯୁବ ବ୍ୟବସାୟୀ । ଏମିତି ଜଣେ ଯୁବ ବ୍ୟବସାୟୀ ହେଉଛନ୍ତି କଟକ ବାଦାମବାଡ଼ି ଖୁଣ୍ଟିଆ ଲେନର ଏମତି ଜଣେ ଯୁବ ବ୍ୟବସାୟୀ ହେଉଛନ୍ତି ସସ୍ମିତା ପାତ୍ର । ଯିଏକି ରାକ୍ଷୀ ବିକ୍ରି କରି ନିଜ ଖର୍ଚ୍ଚ ମଧ୍ୟ ଉଠାଉଛନ୍ତି ।

କଟକର MBA ଛାତ୍ରୀ ସସ୍ମିତା ଅନଲାଇନ ମାଧ୍ୟମରେ ବାହାର ରାଜ୍ୟକୁ ଡିଜିଟାଲ ରାକ୍ଷୀ ବ୍ୟବସାୟ କରି ଏବେ ଚର୍ଚ୍ଚାରେ । ପ୍ରତିବର୍ଷ ଏହିଭଳି ରାକ୍ଷୀ ତିଆରି କରି ଅନ୍ୟର ମନରେ ଖୁସ ଆଣିବା ସହ ନିଜେ ସ୍ବାବଲମ୍ବୀ ହୋଇପାରିଛନ୍ତି । ଏହା ସହ ପରିବାର ଲୋକେ ମଧ୍ୟ ଝିଅ ପାଇଁ ବେଶ ଗର୍ବ ଅନୁଭବ କରିଛନ୍ତି । ସସ୍ମିତାଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ସେ ଜଣେ କମର୍ସ ଗ୍ରାଜୁଏଟ । ଏବେ ଏମ.ବି.ଏ କରିବା ସହିତ କମ୍ପିଟେଟିଭ ପରୀକ୍ଷାଗୁଡିକ ପାଇଁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ଏହାରି ଭିତରେ ପ୍ରତିଷ୍ଠା କରିପାରିଛନ୍ତି ନିଜର ଏକ ସୁନ୍ଦର ବ୍ୟବସାୟ । ଏବେ ରାକ୍ଷୀ ତିଆରିରେ ବ୍ୟସ୍ତ ସସ୍ମିତା । ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଆଦି ଦେଶର ବିଭିନ୍ନ କୋଣରୁ ତଥା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସେ ରାକ୍ଷୀ ପାଇଁ ଅର୍ଡର ନେଉଛନ୍ତି ।

ଏହା ବି ପଢନ୍ତୁ- ଆସୁଛି ରାକ୍ଷୀ, ଚଳଚଞ୍ଚଳ ଜଟଣୀ ହୋଲସେଲ ବଜାର

ଏହି ବ୍ୟବସାୟ ପାଇଁ ଏକ ସ୍ୱତନ୍ତ୍ର ହ୍ବାଟ୍ସଆପ ଆକାଉଣ୍ଟ ମଧ୍ୟ ଖୋଲିଛନ୍ତି ସସ୍ମିତା । ୨୦୧୮ ମସିହାରୁ ଏହି ଅନଲାଇନ ବ୍ୟବସାୟ କରି ଆସୁଛନ୍ତି ସସ୍ମିତା । ପର୍ଲ, ଷ୍ଟୋନ, ସୂତା, ରେଜିନ, ପ୍ଲାଷ୍ଟିକ ଫୁଲ, କାର୍ଡବୋର୍ଡ଼, କାଗଜ, ଅଠା ଓ ଅନ୍ୟାନ୍ୟ କଞ୍ଚାମାଲ ସାମଗ୍ରୀ ବ୍ୟବହାର କରି ଅର୍ଡର ଅନୁଯାୟୀ ପ୍ରସ୍ତୁତ କରୁଛନ୍ତି ରାକ୍ଷୀ । ଫଟୋ ମଧ୍ୟ ପଠାଉଛନ୍ତି ଗ୍ରାହକ, ଯାହା ସ୍ଥାନ ପାଉଛି ରାକ୍ଷୀରେ । ରାକ୍ଷୀ ଉପରେ କିଏ ଫଟୋ ତ କିଏ ନିଜ ନାଁ ପ୍ରିଣ୍ଟ କରିବାକୁ ବରାଦ ଦେଉଛନ୍ତି । ଏବେ ରାକ୍ଷୀ ପାଇଁ ସସ୍ମିତାଙ୍କୁ ଫୁରସତ ନାହିଁ । ତାଙ୍କ ନିକଟରେ ୬୦ ଟଙ୍କାରୁ ନେଇ ୧୦୦୦ ଟଙ୍କା ପର୍ଯ୍ୟନ୍ତ ରାକ୍ଷୀ ରହିଛି । କୋରିଅର ଖର୍ଚ୍ଚ ବା ଡେଲିଭରି ଚାର୍ଜ ଅଲଗା ଦେଉଛନ୍ତି ଗ୍ରାହକ ବୋଲି ସେ କହିଛନ୍ତି ।

ସସ୍ମିତା ଆଜିକୁ ପ୍ରାୟ ୫ ବର୍ଷ ଧରି ଏହିଭଳି ଅନଲାଇନ୍ ମଧ୍ୟରେ ରାକ୍ଷୀ ବ୍ୟବସାୟ କରି ଆସୁଥିବା ବେଳେ ତାଙ୍କୁ ବେଶ ସହଯୋଗ କରୁଛନ୍ତି ତାଙ୍କର ପରିବାର ଲୋକେ । ପିଲାଟି ବେଳରୁ ସେ ସବୁବେଳେ ଅତି ପରିଶ୍ରମୀ ଓ ସ୍ବାବଲମ୍ବୀ ଥିବା ବେଳେ ନିଜର ଖର୍ଚ୍ଚ ଉଠାଇବା ପାଇଁ ସବୁବେଳେ ଚେଷ୍ଟା କରୁଥିବା କଥା କହିଛନ୍ତି ସସ୍ମିତାଙ୍କ ମାଆ ରଶ୍ମୀପ୍ରଭା ପାତ୍ର । ଖାଲି ସେତିକି ନୁହେଁ ସସ୍ମିତାଙ୍କ ରାକ୍ଷୀ ସମସ୍ତଙ୍କୁ ବେଶ ପସନ୍ଦ ଆସୁଥିବା ସହ ସମସ୍ତେ ପ୍ରଶଂସା କରୁଥିବା କଥା କହିଛନ୍ତି ।

ଏନେଇ ସସ୍ମିତାଙ୍କ ମାଆ କହିଛନ୍ତି, "ମୁଁ ଘର କାମରେ ବ୍ୟସ୍ତ ରହେ । ତାକୁ ଏତେ ସହଯୋଗ କରିପାରେନି । ସେ ନିଜେ ଏ ସବୁ ବୁଝେ । ଯାହା ରୋଜଗାର କରେ ନିଜ ଖର୍ଚ୍ଚ ଉଠାଏ । ପାଠ ମଧ୍ୟ ଭଲ ପଢେ । ତାକୁ ନେଇ ଆମ ପରିବାରର ସମସ୍ତେ ଗର୍ବିତ ।" ରକ୍ଷା ବନ୍ଧନର ସେହି ଅଭୁଲା ମୁହୂର୍ତ୍ତକୁ ଭାଇ ଭଉଣୀଙ୍କ ମନରେ ଚିର ସ୍ମରଣୀୟ କରିବା ପାଇଁ ନୂଆ ନୂଆ ଡିଜାଇନର ରାକ୍ଷୀ ତିଆରି କରୁଥିବା ସସ୍ମିତା ଆଜି ଅନ୍ୟର ମନକୁ ଖୁସି ଦେବା ସହ ନିଜେ ମଧ୍ୟ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.