ETV Bharat / state

ସାଵଧାନ ଅପରାଧୀ, କଟକ ଡିସିପି ଅଫିସରେ ଖୋଲିଲା ଆଧୁନିକ ସିସିଟିଭି କଣ୍ଟ୍ରୋଲ ରୁମ - ଅପରାଧ ନିୟନ୍ତ୍ରଣ ପାଇଁ ସିସିଟିଭି

କଟକରେ ପ୍ରଥମ ଥର ପାଇଁ କଟକ ଡିସିପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟକାରୀ ହୋଇଛି ଆଧୁନିକ ସିସିଟିଭି କଣ୍ଟ୍ରୋଲ ରୁମ। ସହରରେ ପ୍ରାୟ ୨୦୧ ଟି ସିସିଟିଭି ର ଲାଇଭ ଦୃଶ୍ୟ ଉପଲବ୍ଧ ରହିଛି । ଅଧିକ ପଢନ୍ତୁ

ସାଵଧାନ ଅପରାଧୀ, କଟକ ଡିସିପି ଅଫିସରେ ଖୋଲିଲା ଆଧୁନିକ ସିସିଟିଭି କଣ୍ଟ୍ରୋଲ ରୁମ

author img

By

Published : Sep 15, 2022, 10:27 PM IST

କଟକ: କଟକରେ ବଢୁଛି ଅପରାଧ। ଅପରାଧୀଙ୍କୁ ଧରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛି ପୋଲିସ। ତେବେ ଅପରାଧ ନିୟନ୍ତ୍ରଣ ପାଇଁ ସିସିଟିଭି ର ଆବଶ୍ୟକତା ରହିଛି। କାରଣ ସିସିଟିଭି , ଅନେକ ଅପରାଧୀ ଙ୍କୁ ଧରିବାରେ ପୋଲିସ କୁ ବେଶ ସହାୟତା ମିଳିଥାଏ।

ତେବେ ଏନେଇ କଟକରେ ପ୍ରଥମ ଥର ପାଇଁ କଟକ ଡିସିପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟକାରୀ ହୋଇଛି ଆଧୁନିକ ସିସିଟିଭି କଣ୍ଟ୍ରୋଲ ରୁମ। ସହରରେ ପ୍ରାୟ ୨୦୧ ଟି ସିସିଟିଭି ର ଲାଇଭ ଦୃଶ୍ୟ ଉପଲବ୍ଧ ରହିଛି। ଆସନ୍ତା ୭ ଦିନ ମଧ୍ୟରେ ଏହାର ସଂଖ୍ୟା ଆହୁରି ବୃଦ୍ଧି ପାଇବ। ତେବେ ଏନେଇ ଦଶହରା ପୂର୍ବରୁ ସହରରେ ପ୍ରାୟ ୫୦୦ ରୁ ଅଧିକ ସ୍ଥାନରେ ସିସିଟିଭି ଲାଗି ଯାଇଥିବ। ସବୁଠାରୁ ବଡ଼ କଥା ହେଉଛି ସହରର ସମସ୍ତ ପୂଜା କମିଟି,ସାହି କମିଟି,ବ୍ୟବସାୟିକ ଅନୁଷ୍ଠାନ ର ସହାୟତା ରେ ଏହି ସିସିଟିଭି ଲଗାଯାଇଛି। ଏଥିସହ ଏହି ସମସ୍ତ ର ଫିଡ଼ କୁ ଏକ କାଳୀନ ଡିସିପିଙ୍କ କାର୍ଯ୍ୟାଳୟରେ ମନିଟରିଂ କରାଯାଉଛି।

ସାଵଧାନ ଅପରାଧୀ, କଟକ ଡିସିପି ଅଫିସରେ ଖୋଲିଲା ଆଧୁନିକ ସିସିଟିଭି କଣ୍ଟ୍ରୋଲ ରୁମ

ତେବେ ଏହା ଅପରାଧ ନିୟନ୍ତ୍ରଣରେ ବେଶ ସହାୟକ ହେବ ବୋଲି କଟକ ଡିସିପି କହିଛନ୍ତି। ଏଥିପାଇଁ ସହରବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଡିସିପି। ତେବେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏହାର ଦାୟିତ୍ବରେ ରହିଥିବା ବେଳେ ଜଣେ ହାବିଲଦାର, ୭ କନେଷ୍ଟବଳ ଏହାର ନିୟନ୍ତ୍ରଣ ଦାୟିତ୍ବରେ ରହିବେ ବୋଲି ଡିସିପି କହିଛନ୍ତି।

ଏନେଇ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି," ଆଜି କଟକ ଡିସିପି ଅଫିସରେ ଏକ ମର୍ଡନ ସିସିଟିଭି କଣ୍ଟ୍ରୋଲ ରୁମ ଉଦଘାଟନ କରିଛୁ। ସହଭାଗୀତା ଅଭିଯାନ ଆମେ ଚଲେଇଥିଲୁ ସେଥିରେ ଲୋକମାନଙ୍କୁ କହିଥିଲୁ ନିଜ ଅଞ୍ଚଳରେ ଗୋଟେ ଗୋଟେ ସିସିଟିଭି ଲଗାନ୍ତୁ। ଏହି ସମସ୍ତ ର ଫିଡ଼ କୁ ଏକ କାଳୀନ ଡିସିପିଙ୍କ କାର୍ଯ୍ୟାଳୟରେ ମନିଟରିଂ କରାଯାଉଛି। ତେବେ ଆଜି 201 ଟି କ୍ୟାମେରା ଲାଇଭ ଅଛି। ଏଥିରେ ଆହୁରି 100 କ୍ୟାମେରା ଲାଇଭ କରେଇବୁ ଏହି 7ରୁ 8 ଦିନ ଭିତରେ କାର୍ଯ୍ୟକାରୀ ହେବ।"

ଇଟିଭି ଭାରତ,କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.