ETV Bharat / state

ମେୟରଙ୍କୁ ବାଥରୁମ କବାଟ ଦେବା ପ୍ରସଙ୍ଗ, ମେୟରଙ୍କ ପ୍ରତିକ୍ରୟା

ସିଏମସି କମିଶନରଙ୍କୁ ବାଥରୁମ କବାଟ ପ୍ରଦାନ(bathroom-door-to-CMC-mayor) କରିଥିଲେ କଂଗ୍ରେସ ନେତା ମାନସ ଚୌଧୁରୀ । ଯାହାକୁ ନେଇ ପୁରା ତାଜୁବ ହୋଇଯାଇଥିଲେ ସିଏମସି କମିଶନର ଙ୍କ ଠାରୁ ଆରମ୍ଭ କରି କାର୍ଯ୍ୟାଳୟ କର୍ମଚାରୀ । ତେବେ ଏହି ପ୍ରସଙ୍ଗ କେବଳ ଭାଣ୍ଡାମିର ପରିଚୟ ପ୍ରଦାନ କରୁଛି ବୋଲି କହିଛନ୍ତି ମେୟର ସୁବାସ ସିଂ । ଅଧିକ ପଢନ୍ତୁ

author img

By

Published : Sep 16, 2022, 7:31 PM IST

ମେୟରଙ୍କୁ ବାଥରୁମ କବାଟ ଦେବା ପ୍ରସଙ୍ଗ, ମେୟରଙ୍କ ପ୍ରତିକ୍ରୟା
ମେୟରଙ୍କୁ ବାଥରୁମ କବାଟ ଦେବା ପ୍ରସଙ୍ଗ, ମେୟରଙ୍କ ପ୍ରତିକ୍ରୟା

କଟକ: କଟକ ମେୟରଙ୍କୁ କଂଗ୍ରେସ କବାଟ ଦେବା ପ୍ରସଙ୍ଗ । ଗତ 14 ତାରିଖ ଦିନ ଘଟିଥିଲା ଏହି ଘଟଣା । ସିଏମସି କମିଶନରଙ୍କୁ ବାଥରୁମ କବାଟ ପ୍ରଦାନ(bathroom-door-to-CMC-mayor) କରିଥିଲେ କଂଗ୍ରେସ ନେତା ମାନସ ଚୌଧୁରୀ । ଯାହାକୁ ନେଇ ପୁରା ତାଜୁବ ହୋଇଯାଇଥିଲେ ସିଏମସି କମିଶନର ଙ୍କ ଠାରୁ ଆରମ୍ଭ କରି କାର୍ଯ୍ୟାଳୟ କର୍ମଚାରୀ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ମେୟର ସୁବାସ ସିଂ । ଏହି ପ୍ରସଙ୍ଗ କେବଳ ଭାଣ୍ଡାମିର ପରିଚୟ ପ୍ରଦାନ କରୁଛି ବୋଲି କହିଛନ୍ତି ମେୟର ସୁବାସ ସିଂ ।

ସୂଚନା ଅନୁଯାୟୀ, ସିଏମସି କମିଶନରଙ୍କୁ ବାଥରୁମ କବାଟ ପ୍ରଦାନ କରିଥିଲେ କଂଗ୍ରେସ ନେତା ମାନସ ଚୌଧୁରୀ । ଗତ କାଲି ସିଏମସି ବୈଠକରେ ଅର୍ଥାଭାବ ଯୋଗୁଁ ସିଏମସିର ବାଥରୁମ କବାଟ ଲଗେଇ ହେଉ ନାହିଁ ବୋଲି ମେୟର ସୁବାସ ସିଂ କାଉନସିଲ ବୈଠକରେ କହିଥିଲେ । ଯାହାକୁ ନେଇ ଏକ ଅଭିନବ ଉପାୟରେ କଂଗ୍ରେସ ନେତା ମାନସ ଚୌଧୁରୀ ବାଥରୁମ କବାଟ ଧରି ପହଞ୍ଚି ଯାଇଥିଲେ ସିଏମସି କାର୍ଯ୍ୟାଳୟରେ । ଏଥିସହ ସିଏମସିର କମିଶନରଙ୍କୁ ବାଥରୁମ କବାଟ ପ୍ରଦାନ କରିଥିଲେ । କେବଳ ସେତିକି ନୁହେଁ ବରଂ ବାଥରୁମ କବାଟ ଲଗାଇବା ପାଇଁ ମଜୁରୀ ବାବଦକୁ ପାଞ୍ଚ ଶହ ଟଙ୍କା ମଧ୍ୟ ପ୍ରଦାନ କରିଥିଲେ ।

ଯାହାକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସିଏମସି କମିଶନରଙ୍କ ଠାରୁ ଆରମ୍ଭ କରି କାର୍ଯ୍ୟାଳୟର କର୍ମଚାରୀ । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମେୟର ସୁବାସ ସିଂ । ସେ କହିଛନ୍ତି ଯେ କେବଳ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଏଭଳି ଆଚରଣ କରୁଛି କଂଗ୍ରେସ । ଏହାଛଡ଼ା ଏହା ଏକ ଭାଣ୍ଡାମୀର ପରିଚୟ । ଯେଉଁଥିରେ ତିଳେମାତ୍ର ସତ୍ୟତା ନାହିଁ । କଂଗ୍ରେସ ଯେଉଁ ପରି ଭାବରେ କଟକ ମହାନଗର ନିଗମ କମିଶନରଙ୍କୁ ବାଥରୁମ କବାଟ ପ୍ରଦାନ କରିଛନ୍ତି ତାହା ଏକ ନିନ୍ଦନୀୟ ପ୍ରସଙ୍ଗ । ଏହାଦ୍ବାରା କେବଳ ନିଜର ପରିଚୟ ସୃଷ୍ଟି କରିବା ଛଡା ଆଉ କିଛି ନୁହେଁ ।

ଏହା ବି ପଢନ୍ତୁ- କଟକରେ କବାଟ ରାଜନୀତି: ମେୟରଙ୍କୁ ବାଥରୁମ ଡୋର ଦେଲା କଂଗ୍ରେସ

ତେବେ କଟକ ମେୟର ସୁବାସ ସିଂ କହିଛନ୍ତି, "ଯେଉଁମାନେ କାମ କରିବାକୁ ଚାହାନ୍ତି କାମ କରନ୍ତୁ ସହଯୋଗରେ । ଯେଉଁମାନେ ନିଜର ପରିଚୟ ତିଆରି କରିବାକୁ ଚାହାନ୍ତି ସେମାନେ ଏହିଭଳି ଭାଣ୍ଡାମି କରି ନିଜର ପରିଚୟ ତିଆରି କରିବାକୁ ଉଦ୍ୟମ କରୁଛନ୍ତି ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.