ETV Bharat / state

କଟକରେ କବାଟ ରାଜନୀତି: ମେୟରଙ୍କୁ ବାଥରୁମ ଡୋର ଦେଲା କଂଗ୍ରେସ

କଟକ ମହାନଗର ନିଗମ(CMC) ମେୟରଙ୍କ କାର୍ଯ୍ୟାଳୟରେ ଥିବା ଶୌଚଳୟରେ ନାହିଁ କବାଟ । କବାଟ ଲଗାଇବା ପାଇଁ ଅର୍ଥ ନାହିଁ । ଗତକାଲି ସିଏମସି କାଉନସିଲ ବୈଠକରେ ଏହା କହିଥିଲେ ମେୟର ସୁବାସ ସିଂ । ଅଧିକ ପଢନ୍ତୁ

author img

By

Published : Sep 14, 2022, 10:02 PM IST

Etv Bharat
Etv Bharat

କଟକ: କଟକ ମହାନଗର ନିଗମ(CMC) ମେୟରଙ୍କ କାର୍ଯ୍ୟାଳୟରେ ଥିବା ଶୌଚଳୟରେ ନାହିଁ କବାଟ । କବାଟ ଲଗାଇବା ପାଇଁ ଅର୍ଥ ନାହିଁ । ଗତକାଲି ସିଏମସି କାଉନସିଲ ବୈଠକରେ ଏହା କହିଥିଲେ ମେୟର ସୁବାସ ସିଂ । ମେୟରଙ୍କ ଏହି ଅସହାୟତା ପରେ ଆଜି କଟକ କଂଗ୍ରେସ ନିଜ ଟଙ୍କାରୁ ଏକ କବାଟ କିଣି ସିଏମସି କମିଶନରଙ୍କ ଜରିଆରେ ମେୟର ସୁବାସ ସିଂଙ୍କୁ ପ୍ରଦାନ କରିଛି (bathroom-door-to-CMC-mayor)। ଏହି ଘଟଣାକୁ ନେଇ କଟକରେ ଚର୍ଚ୍ଚା ଜୋର ଧରିଛି ।

ମେୟରଙ୍କୁ ବାଥରୁମ କବାଟ ପ୍ରଦାନ କଲା କଟକ କଂଗ୍ରେସ

ଘଟଣା ଅନୁସାରେ ଗତକାଲି ସିଏମସି ବୈଠକରେ ଅର୍ଥାଭାବ ଯୋଗୁଁ ସିଏମସିର ବାଥରୁମ କବାଟ ଲଗେଇ ହେଉନାହିଁ ବୋଲି ମେୟର ସୁବାସ ସିଂହ କାଉନସିଲ ବୈଠକରେ କହିଥିଲେ। ଯାହାକୁ ନେଇ ଆଜି ଏକ ଅଭିନବ ଉପାୟରେ କଟକ କଂଗ୍ରେସ ସଭାପତି ମାନସ ଚୌଧୁରୀ ଏକ କବାଟ ଧରି ପହଞ୍ଚି ଯାଇଥିଲେ ସିଏମସି କାର୍ଯ୍ୟାଳୟରେ । ଆଉ ମେୟର ଅନୁପସ୍ଥିତ ଥିବାରୁ ସିଏମସି କମିଶନରଙ୍କୁ ବାଥରୁମ କବାଟ ପ୍ରଦାନ କରିଥିଲେ । କେବଳ ସେତିକି ନୁହେଁ ବାଥରୁମ କବାଟ ଲଗାଇବା ପାଇଁ ପାଞ୍ଚ ଶହ ଟଙ୍କା ପ୍ରଦାନ କରିଥିଲେ । ଯାହାକୁ ନେଇ ପୁରା ତାଜୁବ ହୋଇଯାଇଥିଲେ ସିଏମସି କମିଶନରଙ୍କ ଠାରୁ ଆରମ୍ଭ କରି କାର୍ଯ୍ୟାଳୟ କର୍ମଚାରୀ ।

ଏହାକୁ ନେଇ କଂଗ୍ରେସ ସଭାପତି ମାନସ ଚୌଧୁରୀ କହିଛନ୍ତି ସିଏମସି ମେୟରଙ୍କ କାର୍ଯ୍ୟାଳୟ ବାଥରୁମ କବାଟ ନ ଥିବା ଗତକାଲି ମେୟର ସିଏମସି ବୈଠକରେ କହିଥିଲେ । ଯାହକୁ ନେଇ କଂଗ୍ରେସ ଏକ କବାଟ ପ୍ରଦାନ କରିଛି । କାରଣ ମେୟରଙ୍କ କାର୍ଯ୍ୟାଳୟକୁ ଅନେକ ମହିଳା, କଟକବାସୀ, ପ୍ରତିଷ୍ଠିତ ବ୍ୟକ୍ତି ବିଭିନ୍ନ ସମସ୍ୟା ନେଇ ଆସିଥାନ୍ତି । ଫଳରେ କୌଣସି ଅପ୍ରତିକର ସ୍ଥିତି ନହେବା ପାଇଁ କବାଟ ପ୍ରଦାନ କରାଯାଇଥିବା କହିଛନ୍ତି । ଯେହେତୁ ମେୟର ବିନା ଅନୁମତିରେ କୌଣସି ଅର୍ଥ ଖର୍ଚ୍ଚ କରିବାର ଶକ୍ତି ନାହିଁ ବୋଲି ବୈଠକରେ କହିଛନ୍ତି ତେଣୁ କଂଗ୍ରେସ କବାଟ ପ୍ରଦାନ କରିବା ସହ କବାଟ ଲଗାଇବା ପାଇଁ ଅର୍ଥ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.