କଟକ: ପ୍ରାୟ ଦେଢ଼ଶହ ବର୍ଷ ପରେ ବଦଳିଲା ଠିକଣା। ଏଣିକି ଛାତ୍ରବଜାରରେ ନୁହେଁ ବରଂ ଅର୍ବାନ ହାଟରେ ବସି ପରିବା ବ୍ୟବସାୟ କରିବେ ବ୍ୟବସାୟୀ। କୁହାଯାଏ,୧୯୬୬ ମସିହା ନଅଙ୍କ ଦୁର୍ଭିକ୍ଷ ସମୟରୁ ଛତ୍ରବଜାର ରାସ୍ତା ପାର୍ଶ୍ଵରେ ପରିବା ବ୍ୟବସାୟ ଆରମ୍ଭ ହୋଇଥିଲା। ମାତ୍ର ଦୀର୍ଘ ଦେଢ଼ଶହ ବର୍ଷ ପରେ ଏଥିରେ ପରିବର୍ତ୍ତନ ହୋଇଛି ଛତ୍ର ବଜାରର ଠିକଣା ।
ରାଜ୍ୟର ସର୍ବ ବୃହତ୍ତ ପରିବା ମଣ୍ଡି କୁହାଯାଉଥିବା ଛତ୍ରବଜାର ପରିବା ମଣ୍ଡିକୁ କିଏ ବା ନ ଜାଣେ । କାରଣ ଏହା ଏବେକାର ନୁହେଁ, ବରଂ ଦୀର୍ଘ ବର୍ଷର ପରିବା ମଣ୍ଡି । କୁହାଯାଏ ୧୯୬୬ ମସିହା ନଅଙ୍କ ଦୁର୍ଭିକ୍ଷ ପର ଠାରୁ ଏହା ଗଢି ଉଠିଥିଲା । ବ୍ୟବସାୟୀ ମାନେ ସେବେଠାରୁ କୁଆଡେ ଛତ୍ରବଜାର ରାସ୍ତା ପାର୍ଶ୍ଵରେ ପରିବା ବ୍ୟବସାୟ କରି ଆସୁଛନ୍ତି । ତେବେ ଦୀର୍ଘ ୧୫୦ ବର୍ଷ ପରେ ଏହି ପରମ୍ପରା ବଦଳିଛି।ଅର୍ଥାତ ବ୍ୟବସାୟୀମାନେ ଏଥର ଛତ୍ରବଜାର ରାସ୍ତା ପାର୍ଶ୍ଵରେ ବସି ବ୍ୟବସାୟ କରିବେ ନାହିଁ । ଆଜିଠାରୁ ବଦଳି ଯାଇଛି ଏହାର ଠିକଣା । ଏଣିକି ଛତ୍ରବଜାର ପରିବର୍ତ୍ତେ ଅର୍ବାନ ହାଟରେ ବ୍ୟବସାୟୀ କରିବେ ପରିବା ବ୍ୟବସାୟୀମାନେ। ଯାହାକୁ ସ୍ୱାଗତ କରିଛନ୍ତି ସାଧାରଣ ଖାଉଟି । ଏହି ଅର୍ବାନ ହାଟରେ ଗୋଟିଏ ଜାଗାରେ ସମସ୍ତ ପରିବା କିଣିବା ସହଜ ହେବ।ଆଉ ଏଣେ ତେଣେ ବୁଲିବାକୁ ପଡିବ ନାହିଁ ବୋଲି ଖାଉଟି ମାନେ କହିଛନ୍ତି।
ଏହା ମଧ୍ୟ ପଢନ୍ତୁ..ଗାଁରେ ଆତଙ୍କ ଖେଳାଇଛି କଲରାପତରିଆ, ଶିଶୁକୁ ଝାମ୍ପି ନେବାର 24 ଘଣ୍ଟା ନପୁରୁଣୁ ଗାଈକୁ ଶିକାର
ଅନ୍ୟପଟେ ଅର୍ବାନ ହାଟ ଆରମ୍ଭ ହେବା ଦିନରୁ ହଁ ବିବାଦ ଦେଖା ଦେଇଛି । ୫୪୮ ନମ୍ବର ଟୁକନକୁ ନେଇ ଏହି ବିବାଦ ଦେଖାଦେଇଛି। ଗୋଟିଏ ଟୁକନ କୁ ଦୁଇ ଜଣ ବ୍ୟବସାୟୀଙ୍କୁ ଦିଆଯାଇଛି । ସବୁଠାରୁ ବଡ଼ କଥା ହେଉଛି ଜଣେ ଭିନ୍ନକ୍ଷମ ବ୍ୟବସାୟୀଙ୍କୁ ପ୍ରଥମ ଏହି ନମ୍ବର ଟୁକନ ଦିଆ ଯାଇଥିଲା। ମାତ୍ର କିଛି ସମୟ ପରେ ସମାନ ନମ୍ବର ଟୁକନ ଅନ୍ୟ ଜଣେ ସ୍ଥାନୀୟ ବ୍ୟବସାୟୀଙ୍କୁ ଦିଆଯାଇଛି । ଯାହାକୁ ନେଇ ଟୁକନ ବଣ୍ଟନ ପ୍ରକ୍ରିୟାରେ ଅନିୟମିତତା ରହିଥିବା ଅଭିଯୋଗ ହୋଇଛି । ତେବେ ଏହାର ସମାଧାନ କରିବାକୁ ଦାବି ହୋଇଛି । ଅନ୍ୟପଟେ ଛତ୍ରବଜାର ପରିବା ବ୍ୟବସାୟୀ କହିଛନ୍ତି ଏହା ଏକ ସାମନ୍ୟ ତ୍ରୁଟି। ଭୁଲ ପ୍ରିଣ୍ଟିଂ ପାଇଁ ଗୋଟିଏ ନମ୍ବରରେ ଦୁଇଟି ଟୁକନ ନମ୍ବର ରହିଛି । ଏହାକୁ ସମାଧାନ କରାଯିବ। ଦୁଇ ବ୍ୟବସାୟୀଙ୍କୁ ଆଡ଼ଜସ୍ଟ କରାଯିବ । ତେବେ ଆଜି ଏହାର ସମାଧାନ କରାଯିବ ବୋଲି ସେ କହିଛନ୍ତି । ଏହାର ପାର୍କିଂ ବ୍ୟବସ୍ଥାର ସୁଧାର କରିବାକୁ ପଡିବ।ବିଶେଷକରି ସୁରକ୍ଷା କର୍ମୀ ମୃତୟନ ନକରିଲେ ପ୍ରତ୍ୟକ ଦିନ ଅନେକ ସମସ୍ୟାର ସମ୍ମୁଖୀନ ହେବେ ସାଧାରଣ ଖାଉଟି ।
ଇଟିଭି ଭାରତ, କଟକ