ETV Bharat / state

ନେତାଜୀଙ୍କ ନିଆରା ୧୨୫ତମ ଜୟନ୍ତୀ ପାଳିଲା କଟକ - କଟକରେ ନେତାଜୀ ଜୟନ୍ତୀ ପାଳିତ

ନେତାଜୀ ଜୟନ୍ତୀ ଅବସରରେ ଜନ୍ମମାଟି କଟକରେ ଆୟୋଜିତ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

କଟକ ପାଳିଲା ନେତାଜୀଙ୍କ ୧୨୫ତମ ଜୟନ୍ତୀ
କଟକ ପାଳିଲା ନେତାଜୀଙ୍କ ୧୨୫ତମ ଜୟନ୍ତୀ
author img

By

Published : Jan 23, 2022, 1:18 PM IST

କଟକ: ଆଜି ଭାରତର ଅନ୍ୟତମ ବରପୁତ୍ର ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ । ନେତାଜୀଙ୍କ ୧୨୫ତମ ଜୟନ୍ତୀଙ୍କୁ ନେଇ ଚଳଚଞ୍ଚଳ ସାରା ଦେଶ । ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଥିବାବେଳେ ନେତାଜୀଙ୍କ ଜନ୍ମସ୍ଥାନ କଟକରେ ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଉଛି । ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ତାଙ୍କ ଜୀବନକୁ ନେଇ 15ଟି ଭାସ୍କର୍ଯ୍ୟ କଳାକୃତି ପ୍ରଦର୍ଶନ କରାଯାଉଛି ।

କଟକ ପାଳିଲା ନେତାଜୀଙ୍କ ୧୨୫ତମ ଜୟନ୍ତୀ

କୋଭିଡ କଟକଣା ଲାଗିଥିବାରୁ ସାଧାରଣ ଦର୍ଶନାର୍ଥୀଙ୍କୁ ଗ୍ୟାଲେରୀ ପରିଦର୍ଶନ ବାରଣ ହୋଇଛି । ଆଜି ଏଠାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବାବେଳେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ଏହାସହିତ ବିଭିନ୍ନ ବର୍ଗ ଓ ବୟସର ଲୋକେ ଏଠାକୁ ଆସି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । କଟକ ଓଡ଼ିଆ ବଜାର ଠାରେ ଥିବା ଜାନକୀନାଥ ଭବନ ତଥା ଆଜିର ନେତାଜୀ ସଂଗ୍ରାହଳୟରେ 1897 ମସିହା ଜାନୁଆରୀ 23 ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ ସୁଭାଷ ଚନ୍ଦ୍ର ବୋଷ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.