ETV Bharat / state

ଅସାମାଜିକଙ୍କୁ ଅଡୁଆ ଲକଡାଉନ, ସକ୍ରିୟ ଅବକାରୀ ଗୁଇନ୍ଦା ବିଭାଗ - crime rate decreased during lockdown

ଲକଡାଉନ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କାର ଅବକାରୀ ସାମଗ୍ରୀ ଜବତ କରି ସମାଜକୁ ସ୍ବଚ୍ଛ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଅବକାରୀ ଗୁଇନ୍ଦା ବିଭାଗ । ଅଧିକ ପଢନ୍ତୁ..

ଅସାମାଜିକଙ୍କୁ ଅଡୁଆ ଲକଡାଉନ: ସକ୍ରିୟ ଅବକାରୀ ଗୁଇନ୍ଦା ବିଭାଗ

author img

By

Published : May 14, 2020, 2:56 PM IST

କଟକ: ସବୁଆଡେ କୋରୋନା ଆତଙ୍କ । ସମସ୍ତେ ଘର ବନ୍ଦ । ମାତ୍ର ସମାଜକୁ ସୁରକ୍ଷା ଦେବା ପାଇଁ ଲକଡାଉନରେ ଦିନ ରାତି ଏକ କରି ଜାଗ୍ରତ ପ୍ରହରୀ ସାଜିଛି ପୋଲିସ । ହେଲେ ଏଭଳି ସମୟରେ ମଧ୍ୟ ଅନେକ ସ୍ଥାନ ରହିଛି ଯେଉଁଟି ଗଳାବାଟ ଖୋଜି ନିଜର ବେଆଇନ ସାମ୍ରାଜ୍ୟ ଖୋଲିଛନ୍ତି ବେଆଇନ ମଦ ଓ ଗଞ୍ଜେଇ ବ୍ୟବସାୟ । ରାସ୍ତା ଘାଟରେ ଗାଡି ଚଳାଚଳ ହେଉନଥିଲା ବେଳେ ନିଜର ଆଡାରେ ରହି ଏମାନେ ବ୍ୟବସାୟ ଜାରି ରଖିଛନ୍ତି ।

ଅସାମାଜିକଙ୍କୁ ଅଡୁଆ ଲକଡାଉନ: ସକ୍ରିୟ ଅବକାରୀ ଗୁଇନ୍ଦା ବିଭାଗ

ତେବେ ପୋଲିସ ମଧ୍ୟ ନିଜର କର୍ତ୍ତବ୍ୟକୁ ସୂଚାର ରୂପେ ତୁଲାଇବାରେ କୌଣସି ସୁଯୋଗ ହାତଛଡା କରିନି । ଟାର୍ଗେଟ କରି ଅବକାରୀ ସାମଗ୍ରୀକୁ ଜବତ କରିବାରେ ସଫଳ ହୋଇଚାଲିଛି ଅବକାରୀ ଗୁଇନ୍ଦା ବିଭାଗ । ଲକଡାଉନ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କାର ଅବକାରୀ ସାମଗ୍ରୀ ଜବତ କରି ସମାଜକୁ ସ୍ବଚ୍ଛ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବିଭାଗ ।

କଟକର ସ୍ଥିତି ଏବେ ବେଶ ଶାନ୍ତ। ଦୁର୍ଘଟଣା ଉପରେ ପଡିଛି ପୁର୍ଣ୍ଣଚ୍ଛେଦ। ଅସାମାଜିକ କାର୍ଯ୍ୟକଳାପରେ ମଧ୍ୟ ଲାଗିଛି ବିରାମ ଆଉ ଏହାର ଶ୍ରେୟ ଯାଉଛି ଅବକାରୀ ବିଭାଗକୁ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.