କଟକ: ଦିନକୁ ଦିନ ବଡ଼ ବଡ଼ ସହରର ଶ୍ମଶାନ ସ୍ଥିତି ସଙ୍ଗିନ ଆଡକୁ ଗତି କରୁଛି । କହିବାକୁ ଗଲେ କଟକର ଖାନ ନଗର ଶ୍ମଶାନର ବିକାଶ କଥା କେହି ଚିନ୍ତା କରୁନାହାଁନ୍ତି । କେବେ ସୁଧୁରିବ ଏହି ଖାନ ନଗର ଶ୍ମଶାନ ସ୍ଥିତି । ବାତ୍ୟା ‘ଫନି’ କୁ 3 ମାସ ପୁରିଥିଲେ ସୁଦ୍ଧା ଏଯାବତ ଶ୍ମଶାନ ସ୍ଥିତି ଯାହା ଥିଲା ସେଇଆ । ତେଣୁ ଶ୍ମଶାନର ପୁନଃରୁଦ୍ଧାର ନିମନ୍ତେ ସିଏମସିକୁ ଦାବି ଜଣାଇଛି କଂଗ୍ରେସ ।
ଖାନ ନଗର ଶ୍ମଶାନ ରେ ପୂର୍ବରୁ ବିଦ୍ୟୁତ ଚୁଲା ବ୍ୟବହାର କରାଯାଉଥିଲା । କିନ୍ତୁ କିଛି ବର୍ଷ ହେବ ମରଶରୀର ଦାହ ପାଇଁ ଗ୍ୟାସ ଚୁଲା ପ୍ରୟୋଗ ମଧ୍ୟ ଆରମ୍ଭ ହୋଇଥିଲା । ତେବେ ‘ଫନି’ ପରେ ଏହି ବ୍ୟବସ୍ତା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ଯାହାକୁ ନେଇ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଗରିବ ଓ ସାଧାରଣ ଜନତା । ତେବେ ଏହି ଦିଗରେ ଖୁବ ଶୀଘ୍ର ଦୃଷ୍ଟି ନଦେଲେ ସ୍ଥିତି ଭୟାବହ ହେବ ବୋଲି କହିଛନ୍ତି କଂଗ୍ରେସର ପୂର୍ବତନ କର୍ପୋରେଟର ଗିରିବାଳା ବେହେରା ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ