କଟକ: ଜଗତପୁର ନାବାଳକ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ । ୯ ଦିନ ପରେ ଜଗତପୁର ପୋଲିସ ଏହି ମାମଲାରେ ଅଭୁଯୁକ୍ତକୁ ଗିରଫ କରିଛି । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳର ଯୋଗେନ୍ଦ୍ର ପଣ୍ଡାକୁ ଗିରଫ କରିଛି ପୋଲିସ । ଏହାସହ ଅଭିଯୁକ୍ତଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା କାଠ ଫାଳିଆ, ରକ୍ତ ଭିଜା ଗାମୁଛା ଓ ଧାରୁଆ ଅସ୍ତ୍ରକୁ ମଧ୍ୟ ଜବତ କରିଥିବା କଟକ ଡିସିପି ସୂଚନା ଦେଇଛନ୍ତି । ଅଭିଯୁକ୍ତ ଜଣକ ମୃତକ ନାବାଳକ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖି ଆସୁଥିଲା । ଧରା ପଡ଼ିବା ଭୟରେ ଅଭିଯୁକ୍ତ ଜଣକ ନାବାଳକକୁ ହତ୍ୟା କରିଥିବା ପୋଲିସ ଏକ ସାମ୍ବାଦିିକ ସମ୍ମାିଳନୀ କରି ସୂଚନା ଦେଇଛି ।
ସୂଚନାଯୋଗ୍ୟ ଗତ ୧୬ ତାରିଖରେ ଜଗତପୁର ପୂର୍ବକଛ ଅଞ୍ଚଳରେ ଜଣେ ନାବାଳକର ମୃତଦେହ ପୋଲିସ ଜବତ କରିଥିଲା ।ଅଭିଯୋଗ ଆଧାରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏଥିରେ ସ୍ଥାନୀୟ ଅଞ୍ଚଳର ବାବୁଲି ନାମକ ଜଣେ ଯୁବକ ସମ୍ପୃକ୍ତ ଥିବା ଜାଣିବାକୁ ପାଇଥିଲା । ଏହି ଘଟଣାର ଆଜି ପର୍ଦ୍ଦାଫାସ କରିଛି କଟକ କମିଶନରେଟ ପୋଲିସ ।
କଟକ ଡିସିପି ପିନାକ ମିଶ୍ର କହିଛନ୍ତି,"ଅଭିଯୁକ୍ତ ବାବୁଲି ନିଜର ଯୌନ ପିପାଶା ମେଣ୍ଟାଇବା ପାଇଁ ନାବାଳକ ସହିତ ଅପ୍ରାକୃତିକ ସମ୍ପର୍କ ରଖି ଯୌନ ନିର୍ଯାତନା ଦେଇ ଆସୁଛି । ଏହାପରେ ଧରାପଡ଼ିବା ଭୟରେ ତାକୁ ନିର୍ମମ ହତ୍ୟା କରିଥିଲା । ଘଟଣା ଦିନ ଅଭିଯୁକ୍ତ ଜଣକ ଉକ୍ତ ନାବାଳକକୁ ଏକ ପରିତ୍ୟକ୍ତ ଘର ମଧ୍ୟକୁ ଡାକି ଥିଲା । ସେଠାରେ ଶାରୀରିକ ଶୋଷଣର ଶିକାର ହେଉଥିବା ନାବାଳକ ଏନେଇ ନିଜ ଘର ଲୋକଙ୍କୁ କହିଦେବା ପାଇଁ ଧମକ ଦେଇଥିଲେ । ଏହ ଶୁଣି ଅଭିଯୁକ୍ତ ବାବୁଲି ପ୍ରଥମେ ଏକ କାଠ ଫାଳିଆରେ ଆକ୍ରମଣ କରିଥିଲା । ଜୋତିପ୍ରକାଶ ବେହୋସ ହୋଇ ଯିବା ପରେ ଏକ ଧାନ କଟା ଦା ' ସାହାଯ୍ୟରେ ତାର ବେକକୁ ଆଘାତ କରିଥିଲା । ଏହା ପରେ ମୃତଦେହକୁ ନେଇ ବିଲ ହୁଡ଼ାରେ ଫିଙ୍ଗି ଦେଇଥିଲା ଅଭିଯୁକ୍ତ ।"
ଏହା ମଧ୍ୟ ପଢନ୍ତୁ .....ସମ୍ପର୍କରେ କଳଙ୍କ ଲଗାଇଲା ସଇତାନ ମାମୁଁ, 10 ବର୍ଷୀୟ ଭାଣେଜୀକୁ କଲା ଦୁଷ୍କର୍ମ
ଅନ୍ୟପେଟେ ଆଜି ସକାଳୁ ପୋଲିସ ଅଭିଯୁକ୍ତକୁ ନେଇ କ୍ରାଇମସିନ ରିକ୍ରିଏସନ କରିଛି । ଏହା ସମୟରେ ଅଭୁଯୁକ୍ତ ଘଟଣା ସମ୍ପର୍କରେ ପୋଲିସକୁ ସତ କଥା କହିଛି । ଦୀର୍ଘ ୪ ମାସ ଧରି ଅଭିଯୁକ୍ତ ଜଣକ ନାବାଳକଙ୍କ ସହ ଅପ୍ରାକୃତିକ ଯୌନ ସଂପର୍କ ରଖିଥିଲା ଅଭୁଯୁକ୍ତ । ଏପରି ହତ୍ୟା କଟକ କମିଶନରେଟ ପୋଲିସ ପାଇଁ ବଡ଼ ଚାଲେଞ୍ଜ ରହିଥିଲା ।
ଇଟିଭି ଭାରତ ,କଟକ