ETV Bharat / state

Diwali 2023: କଟକରେ ରାତି 10ଟା ପରେ ବାଣ ଫୁଟାକୁ ନା, 80ଟି ମଣ୍ଡପରେ ପୂଜା ପାଇବେ ମା’

କଟକରେ ରାତି ୧୦ ଟା ପରେ ବାଣ ଫୁଟାଇବା ମନା । ଚଳିତ ବର୍ଷ ପାଖାପାଖି ୮୦ ଟି ପୂଜା ମଣ୍ଡପରେ ପୂଜା ପାଇବେ ମା' କାଳୀ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି କମିଶନରେଟ ପୋଲିସ । ଭିଡକୁ ନିୟନ୍ତ୍ରଣକୁ ଅଧିକ ଗୁରୁତ୍ୱ । ଛାଉଣି ହେବେ ୪୦ରୁ ୪୫ ପ୍ଲାଟୁନ ପୋଲିସ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 11, 2023, 10:42 PM IST

Diwali2023:କଟକରେ ଦୀପାବଳି ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ

କଟକ: କଟକରେ ଦୀପାବଳି,କାଳୀ ପୂଜା ଓ ଭସାଣି ଉତ୍ସବ ନେଇ ପ୍ରସ୍ତୁତ କମିଶନରେଟ ପୋଲିସ । ଏନେଇ କମିସନରେଟ ପୋଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ କରାଯାଇଛି । ଆସନ୍ତାକାଲି ଠାରୁ ମା' କାଳୀଙ୍କ ପୂଜା ହେବାକୁ ଥିବାବେଳେ ୧୫ ତାରିଖରେ ଭସାଣୀ ଉତ୍ସବର ଆୟୋଜନ କରାଯିବ । ଚଳିତ ବର୍ଷ ପାଖାପାଖି ୮୦ଟି ପୂଜା ମଣ୍ଡପରେ ପୂଜା ପାଇବେ ମା' କାଳୀ । ସହରରେ ଶାନ୍ତିଶୃଙ୍ଖଳା ସହ ଦୀପାବଳି, କାଳୀ ପୂଜା ଓ ଭସାଣୀ ଉତ୍ସବ ସମାପନ ପାଇଁ ବ୍ୟାପକ ବ୍ୟବସ୍ଥା କରିଛି ପୋଲିସ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ସମେତ ୪୦ରୁ ୪୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଭିଡକୁ ନିୟନ୍ତ୍ରଣ ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ।

ଦଶହରା ପରି କାଳୀପୂଜା ମେଢ଼ ଭସାଣୀ ପାଇଁ ସମାନ ରୁଟ ରଖାଯାଇଛି । ଅନ୍ୟପଟେ ଆସନ୍ତାକାଲି ଦୀପାବଳି ଥିବାରୁ ପ୍ରାୟ ସମସ୍ତେ ବାଣ ଫୁଟାଇବେ । ସେଥିପାଇଁ ଜିଲ୍ଲା ପ୍ରଶାସନ ,ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହଯୋଗରେ ପୋଲିସ ଏକ ଟିମ ଗଠନ କରି ଅଧିକ ଶବ୍ଦ ଓ ବାୟୁ ପ୍ରଦୂଷଣ କରୁଥିବା ବାଣ ଉପରେ ନଜର ରଖିଛି । ସବୁଠାରୁ ବଡ଼ କଥା ହେଉଛି, ରାତି ୧୦ଟା ପରେ ବାଣ ଫୁଟାଇବା ଉପରେ କଟକଣା ଲଗାଇଛି କମିଶନରେଟ ପୋଲିସ । ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି କଟକ ଡିସିପି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ....Diwali 2023: ଦୀପାବଳିରେ ଏଡାଇ ପାରିବେ ଅଘଟଣ, ଅଗ୍ନିଶମ ବାହିନୀ କରୁଛି ସଚେତ

ଆସନ୍ତାକାଲି ଆଲୋକର ପର୍ବ ଦୀପାବଳୀ । ଏହି ଦିନ ବଡ଼ବଡୁଆଙ୍କୁ ଡାକିବା ପରେ ବାଣ ଫୁଟାଇବାର ପରମ୍ପରା ରହିଛି ।ଏହି ପରମ୍ପରା ଅନୁଯାୟୀ ଘରେ ଘରେ ବାଣ ଫୁଟା ଯାଇଥାଏ ।ତେବେ ଦୀପାବଳୀ ପାଇଁ ବାଣ ବ୍ୟବସାୟ ବି ଜମିଥାଏ ।ଏହି କ୍ରମରେ କଟକ ସହରରେ ବାଣ ବ୍ୟବସାୟ ପାଇଁ ସ୍ୱତନ୍ତ୍ର ଗାଇଡ଼ଲାଇନ ପ୍ରସ୍ତୁତ କରିଛି ପୋଲିସ ।ବିଶେଷକରି ବାଣ ବ୍ୟବସାୟୀ ମାନେ କେଉଁ କେଉଁ ସ୍ଥାନରେ ବାଣ ବ୍ୟବସାୟ କରିବେ ! କେଉଁ ପ୍ରକାର ବାଣ ବିକି ପାରିବେ ? ବାଣ ବ୍ୟବସାୟ ପାଇଁ କେଉଁ କେଉଁ ନିୟମକୁ ପାଳନ କରିବାକୁ ପଡିବ ? ଆଦି ସମ୍ପର୍କରେ ବ୍ୟବସାୟୀମାନଙ୍କୁ ସଚେତନ କରିଛି ପୋଲିସ । ସହରର ୨୧ଟି ସ୍ଥାନ ଚିହ୍ନଟ କରାଯାଇଥିଲା । ପ୍ରତ୍ୟେକ ଥାନା ଅଞ୍ଚଳରେ ଏନେଇ ଚିହ୍ନଟ କରାଯାଇଥିଲା । ସେହିପରି୧୬୫ ଡେସିବିଲ୍‌ରୁ ଅଧିକ ଶବ୍ଦ ବିଶିଷ୍ଟ ବାଣ ବିକ୍ରୟ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ,କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.