ETV Bharat / state

ଭୁବନେଶ୍ୱରେ ଡେଙ୍ଗୁ ଆତଙ୍କ ପରେ ଟେନସନରେ CMC, ମୁକାବିଲା ପାଇଁ ଭିଡିଲା ଅଣ୍ଟା - ବଢୁଛି ଡେଙ୍ଗୁ ଚିନ୍ତା

ସିଏମସିରେ ଡେଙ୍ଗୁ ଚିନ୍ତା । ଡେଙ୍ଗୁ ମୁକାବିଲା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ସହ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

ଡେଙ୍ଗୁ ମୁକାବିଲା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ

author img

By

Published : Jul 7, 2023, 9:53 PM IST

Updated : Jul 7, 2023, 9:59 PM IST

ଡେଙ୍ଗୁ ମୁକାବିଲା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ

କଟକ: ବଢୁଛି ଡେଙ୍ଗୁ ଚିନ୍ତା । ଭୁବନେଶ୍ୱରରେ ଡେଙ୍ଗୁ ଉପଦ୍ରବ ବଢିବା ପରେ କଟକରେ କିପରି ଏହାର ନିୟନ୍ତ୍ରଣ କରାଯିବ ସେନେଇ ଆଜି ସିଏମସି କାର୍ଯ୍ୟାଳୟରେ ଉଚ୍ଚ ସ୍ତରୀୟ ଆଲୋଚନା କରାଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ମେୟର ସୁବାଷ ସିଂ, କମିଶନର ନିଖିଲ ପୱନ କଲ୍ୟାଣ ସିଡିଏମଓ ସତ୍ୟବ୍ରତ ଛୋଟରାୟ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଏହି ବୈଠକରେ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ରଙ୍କୁ ଡେଙ୍ଗୁ ମୁକାବିଲା ପାଇଁ ନୋଡାଲ ଅଫିସର ନିଯୁକ୍ତ କରାଯାଇଛି।

କଟକ ମେୟର ସୁବାଷ ସିଂ କହିଛନ୍ତି, ‘‘ସହରରେ ଡେଙ୍ଗୁ ନିୟନ୍ତ୍ରଣ କରିବା ପାଇଁ କଡାକଡି ପଦକ୍ଷପ ଗ୍ରହଣ କରାଯିବ । ସପ୍ତାହର ଗୋଟିଏ ଦିନ ସହର ବାସି ପାଳିବେ ଡ୍ରାଏ ଡେ। ସେହିପରି ସେମାନଙ୍କ ଆଖପାଖରେ କୌଣସି ସ୍ଥାନରେ ଯେପରି ପାଣି ଜମା ନରହେ ସେନେଇ ପଦକ୍ଷେପ ବି ନେବେ। ସହରର ସମସ୍ତ ନାଳ ଗୁଡିକର ସଫେଇ କାର୍ଯ୍ୟ ସହ ବୁଦା ସଫେଇ ଏବଂ ମଶା ତେଲ ପକା କାର୍ଯ୍ୟକ୍ରମକୁ ଜୋରଦାର କରାଯିବ ।’’

ଅଧିକ ପଢ଼ନ୍ତୁ: Dengue Menace: ରାଜ୍ୟରେ ମୁଣ୍ଡ ଟେକୁଛି ଡେଙ୍ଗୁ, ଏଯାବତ 185 ସଂକ୍ରମିତ

ସିଏମସି କମିଶନର ନିଖିଳ ପବନ କଲ୍ୟାଣ କହିଛନ୍ତି, ‘‘ସହରରେ ଡେଙ୍ଗୁ ସଂଖ୍ୟା ଏବେ ଶୂନ୍ୟ ରହିଛି । ସହରର ଡେଙ୍ଗୁ ଚିହ୍ନଟ ଅଞ୍ଚଳ ଜଗତପୁର, ବିଡାନାସୀ ଆଦି 4ଟି ଅଞ୍ଚଳରେ ସ୍ୱତନ୍ତ୍ର ଡ୍ରାଇଭ କରାଯିବ। ଏହି ଡ୍ରାଇଭରେ ଲୋକମାନଙ୍କୁ ଡେଙ୍ଗୁ ସମ୍ପର୍କିତ ସଚେତନତା କରାଯିବ। ବିଶେଷକରି ଡେଙ୍ଗୁରୁ କିପରି ବର୍ତ୍ତିବେ, ଏହାର କିପରି ନିରାକରଣ କରାଯିବ ସେ ନେଇ ସତର୍କତା ଅଭିଯାନ କରାଯାଉଛି । ଡେଙ୍ଗୁ ହେଲେ ସାଧାରଣ ଲୋକମାନେ କଣ କରିବ ଆଦି ସମ୍ପର୍କରେ ଲୋକମାନଙ୍କୁ ସଚେତନତା କରାଯିବ। ବର୍ଷା ଋତୁରେ ଡେଙ୍ଗୁ ବଢିବାର ସମ୍ଭାବନା ଅଧିକ ଥିବାରୁ ଏହାକୁ ନେଇ ସତର୍କ ମୂଳକ ପଦକ୍ଷପ ଗ୍ରହଣ କରାଯାଉଛି । ବିଭିନ୍ନ ସରକାରୀ ଏବଂ ବେସରକାରୀ ଡାକ୍ତର ଖାନାକୁ ଡେଙ୍ଗୁ ରୋଗୀଙ୍କ ସୂଚନା ସରକ୍ୟୁଲେଟ କରିବା ପାଇଁ ନିର୍ଦ୍ଦେଶ ଦଆଯାଇଛି ।’’

ମିଳିଥିବା ସୂଚନା ମୁତାବକ କଟକ ଜିଲ୍ଲାରେ 13ଜଣ ଲୋକ ଡେଙ୍ଗୁର ଆକ୍ରାନ୍ତ ହୋଇଥିଲେ। ସେଥିମଧ୍ୟରୁ ସିଏମସି ଅଞ୍ଚଳରେ 5 ଜଣ ରୋଗୀ ଚି଼ହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ ଭଲ ଥିବା ସିଏମସି କମିଶନର ସୂଚନା ଦେଇଛନ୍ତି । ତେବେ ଏସସିବି ଓ ସିଟି ହସ୍ପିଟାଲରେ ବେଡ଼ ମହଜୁଦ ରଖାଯିବା ସହିତ ଡେଙ୍ଗୁ ପରୀକ୍ଷା ବ୍ୟବସ୍ଥାକୁ ସଠିକ ଭାବରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ସିଏମସି କମିଶନର କହିଛନ୍ତି । ଏହି ବୈଠକରେ ସହରର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟା କେନ୍ଦ୍ରର ମୁଖ୍ୟମାନେ ମଧ୍ୟ ଯୋଗ ଦେଇଥିଲେ।

ଇଟିଭି ଭାରତ, କଟକ

Last Updated : Jul 7, 2023, 9:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.