ETV Bharat / state

ବାଲିଅନ୍ତାରେ ଉତ୍ତେଜନା, ଷ୍ଟ୍ରଙ୍ଗରୁମରେ CCTV କାମ କରୁନଥିବା ଅଭିଯୋଗ - ବାଲିଅନ୍ତାରେ ବ୍ଲକରେ ଉତ୍ତେଜନା

ରାଜଧାନୀ ଉପକଣ୍ଠରେ ଷ୍ଟ୍ରଙ୍ଗରୁମରେ ସିସିଟିଭି କାମ କରୁନଥିବା ହୋଇଛି ଅଭିଯୋଗ । ଅଧିକ ପଢନ୍ତୁ

ବାଲିଅନ୍ତାରେ ଉତ୍ତେଜନା, ଷ୍ଟ୍ରଙ୍ଗରୁମରେ CCTV କାମ କରୁନଥିବା ଅଭିଯୋଗ

author img

By

Published : Feb 25, 2022, 5:10 PM IST

Updated : Feb 25, 2022, 6:12 PM IST

ନିଆଳି: ରାଜଧାନୀ ଉପକଣ୍ଠ ତଥା ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ ପରିସରରେ ଦେଖିବାକୁ ମିଳିଛି ଉତ୍ତେଜନା । ଷ୍ଟ୍ରଙ୍ଗରୁମରେ ସିସିଟିଭି ଠିକ ଭାବରେ କାର୍ଯ୍ୟ କରୁନଥିବା ସହ ସିସିଟିଭି ବନ୍ଦ ଥିବା ଅଭିଯୋଗ କରିଛନ୍ତି ପ୍ରାର୍ଥୀଙ୍କ ସମର୍ଥକ । ଏହି ଘଟଣାରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ସ୍ଥାନୀୟ ପ୍ରଶାସନ ।

ବାଲିଅନ୍ତାରେ ଉତ୍ତେଜନା, ଷ୍ଟ୍ରଙ୍ଗରୁମରେ CCTV କାମ କରୁନଥିବା ଅଭିଯୋଗ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିଯାଇଛି । କେଉଁଠି ସୁରୁଖୁରୁରେ ମତଦାନ ହୋଇଛି ତ ଆଉ କେଉଁଠି ହିଂସାକାଣ୍ଡ ମଧ୍ୟରେ ମତଦାନ ସରିଛି। ବିଭିନ୍ନ ପ୍ରାର୍ଥୀ ମାନଙ୍କ ଭାଗ୍ୟ ଏବେ ଜଉମୁଦରେ ଆବଦ୍ଧ। ମାତ୍ର ବ୍ଲକରେ ରହିଥିବା ଷ୍ଟ୍ରଙ୍ଗରୁମରେ ପ୍ରାର୍ଥୀ ମାନଙ୍କ ବାଲାଟ ବକ୍ସକୁ ନେଇ ସମର୍ଥକ ଓ କର୍ମୀ ମାନଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି। ବାଲିଅନ୍ତା ବ୍ଲକ ପରିସରରେ ଏ ନେଇ ଉତ୍ତେଜନା ଦେଖାଦେଇଛି। ଷ୍ଟ୍ରଙ୍ଗରୁମରେ ସିସିଟିଭି ଠିକ ଭାବରେ କାର୍ଯ୍ୟ କରୁନଥିବା ସହ ସିସିଟିଭି ଅଫ ଥିବା ଅଭିଯୋଗ କରୁଛନ୍ତି ପ୍ରାର୍ଥୀଙ୍କ ସମର୍ଥକ । ଏନେଇ ସ୍ଥାନୀୟ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

Last Updated : Feb 25, 2022, 6:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.