ETV Bharat / state

ଓଡିଶା ମାଷ୍ଟର୍ସ: କ୍ୱାଟରରେ ଋତୁପର୍ଣ୍ଣା ଓ ଶ୍ୱେତପର୍ଣ୍ଣା

author img

By ETV Bharat Odisha Team

Published : Dec 15, 2023, 6:55 AM IST

Odisha Masters Open badminton tournament: ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଚମକିଲେ ଦୁଇ ଓଡିଆ । ପ୍ରିକ୍ବାର୍ଟରର ଡବଲସ ମ୍ୟାଚରେ ସିମରନ ସିଂହି ଏବଂ ରିତିକା ଠକ୍କରଙ୍କୁ ମାତ୍ ଦେଇ କ୍ବାଟରରେ ନିଜର ସ୍ଥାନ ପକା କରିଛନ୍ତି ଋତୁପର୍ଣ୍ଣା ଓ ଶ୍ୱେତପର୍ଣ୍ଣା । ଅଧିକ ପଢନ୍ତୁ

ଓଡିଶା ମାଷ୍ଟର୍ସ: କ୍ୱାଟରରେ ଋତୁପର୍ଣ୍ଣା ଓ ଶ୍ୱେତପର୍ଣ୍ଣା
ଓଡିଶା ମାଷ୍ଟର୍ସ: କ୍ୱାଟରରେ ଋତୁପର୍ଣ୍ଣା ଓ ଶ୍ୱେତପର୍ଣ୍ଣା
ଓଡିଶା ମାଷ୍ଟର୍ସ: କ୍ୱାଟରରେ ଋତୁପର୍ଣ୍ଣା ଓ ଶ୍ୱେତପର୍ଣ୍ଣା

କଟକ: ଓଡ଼ିଶା ମାଷ୍ଟରର୍ସରେ ଚମକିଲେ ଦୁଇ ଭଉଣୀ । ପ୍ରିକ୍ବାର୍ଟରର ଡବଲସ ମ୍ୟାଚରେ ସିମରନ ସିଂହି ଏବଂ ରିତିକା ଠକ୍କରଙ୍କୁ ମାତ୍ ଦେଇ କ୍ବାଟରରେ ନିଜର ସ୍ଥାନ ପକ୍କା କରିଛନ୍ତି ଦୁଇ ଓଡିଆ ଝିଅ । ଏହି ଦୁଇ ବ୍ୟାଡମିଣ୍ଟନ ତାରକା ହେଉଛନ୍ତି ଋତୁପର୍ଣ୍ଣା ଓ ଶ୍ବେତପର୍ଣ୍ଣା ପଣ୍ଡା । 3 ଟି ରାଉଣ୍ଡରେ ଯଥାକ୍ରମେ 21-12, 14-21,19-21 ସେଟରେ ହରାଇ କ୍ବାଟର୍ସରେ ସ୍ଥାନ ପକ୍କା କରିଛନ୍ତି ଏହି ଯୋଡ଼ି ।
ସୂଚନା ଅନୁସାରେ, ପ୍ରଥମ ରାଉଣ୍ଡରୁ ନିଜର ଦବଦବା ଜାହିର କରିଥିଲେ ଦୁଇ ଭଉଣୀ । ଷ୍ଟ୍ରାଇକ ପରେ ଆକ୍ରମଣାତ୍ମକ ଢଙ୍ଗରେ ଖେଳ ପ୍ରଦର୍ଶନ କରିଥିଲେ । ଇଣ୍ଡୋର ଷ୍ଟାଡିଅମରେ ଉପସ୍ଥିତ ଥିବା କ୍ରୀଡାପ୍ରେମୀମାନେ ମଧ୍ୟ ଏହି ମ୍ୟାଚକୁ ବେଶ ଉପଭୋଗ କରିଥିଲେ । ତେବେ ଦ୍ବିତୀୟ ସେଟରେ ପଏଣ୍ଟ କମ୍ ପାଇବା ପରେ ଶେଷ ସେଟରେ ଦୁଇ ଭଉଣୀ ଋତୁପର୍ଣ୍ଣା ଓ ଶ୍ୱେତପର୍ଣ୍ଣା ପଣ୍ଡା ଚମକପ୍ରଦ ଖେଳ ପ୍ରଦର୍ଶନ କରି ଏହି ରୋମାଞ୍ଚକର ମ୍ୟାଚରେ ବିଜୟ ହାସଲ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ....BWF ସୁପର 100 ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌; ସିଲ୍‌ଭର ସିଟିରେ ଲଢ଼ିବେ ୩୦ ଦେଶର ୩୦୦ ଖେଳାଳି

ତେବେ କଟକ ଇଣ୍ଡୋର ଷ୍ଟାଡିୟମଠାରେ ଗତ ୧୨ ତାରିଖରୁ ଓଡିଶା ମାଷ୍ଟର୍ସ BWF ସୁପର 100 ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ବିଶ୍ବର ୩୦ଟି ଦେଶରୁ 300 ରୁ ଉର୍ଦ୍ଧ୍ବ ଖେଳାଳିଙ୍କ ସମେତ ଅନେକ ଖ୍ୟାତନାମା ଖେଳାଳି ଏଥିପାଇଁ କଟକ ଆସିଛନ୍ତି । ଏହି ବ୍ୟାଡମିଣ୍ଟନ ମହାକୁମ୍ଭ ପାଇଁ CMC ଓ ପୋଲିସ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ତେବେ ଓଡିଶା ସରକାରଙ୍କ କ୍ରୀଡ଼ା ବିଭାଗ ଏହି ଚମ୍ପିଅନସିପର ଆୟୋଜନ କରିଛି ।

ଏହା ମଧ୍ୟ ପଢନ୍ତୁ ....ICAR ପୂର୍ବାଞ୍ଚଳ ସ୍ପୋର୍ଟ୍ସ ମିଟ୍‌; ଯୋଗଦେଲେ ୧୩ ରାଜ୍ୟରୁ ୫୭୦ ପ୍ରତିଯୋଗୀ

୨୦୨୨ ମସିହାରେ 'ଓଡିଶା ଓପନ' ନାମରେ ଏହି BWF ବ୍ୟାଡମିଣ୍ଟନ କଟକରେ ଆୟୋଜିତ ହୋଇଥିଲା । ତେବେ ଚଳିତ ଥର ଅଧିକରୁ ଅଧିକ ଭଲ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି । ସକାଳ ୧୦ ଟାରୁ ପ୍ରତ୍ୟେକ ଦିନ ପ୍ରତିଯୋଗିତାର ମ୍ୟାଚ୍ ଗୁଡ଼ିକ ଆରମ୍ଭ ହେବା ସହ ରାତି ୧୦ ଟାରେ ଶେଷ ହେଉଛି । ପ୍ରଶାସନ ପକ୍ଷରୁ ଏହି ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ତେବେ ସମସ୍ତ ଖେଳାଳି ଏପରି ଆୟୋଜନକୁ ବେଶ ପସନ୍ଦ କରିଥିବାବେଳେ ଆଗମୀ ଦିନରେ ମଧ୍ୟ ଏହିଭଳି ମେଗା ଆୟୋଜନ ହେଲେ କ୍ରୀଡ଼ାର ବିକାଶ ହୋଇପାରିବ ବୋଲି ମତବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.