କଟକ: ଟ୍ବିନସିଟିରେ ଆଜିଠାରୁ ପୁଣି କାର୍ଯ୍ୟକାରୀ ହୋଇଛି ମୋ ବସ ସେବା । ତେବେ ଲକଡାଉନ ସମୟରେ ବନ୍ଦ ପଡିଥିବା ମୋ ବସ ପୁଣିଥରେ ରାଜ ରାସ୍ତାକୁ ଆସିଛି । ଏନେଇ ଯାତ୍ରୀ ମଧ୍ୟ ବେଶ ଖୁସି ଜାହିର କରିଛନ୍ତି ।
ଅଗଷ୍ଟ ମାସ ଆରମ୍ଭରୁ ଅନଲକ-3 ଆରମ୍ଭ ହୋଇଛି । ଆଉ ଏହାରି ଭିତରେ ଅନେକ କଟକଣାକୁ କୋହଳ କରିଛନ୍ତି ରାଜ୍ୟ ସରକାର । ସମସ୍ତ ସଚେତନ ଓ ସାମଜିକ ଦୂରତ୍ବ ଆଧାରେ ଯାତ୍ରୀମାନେ ଟ୍ବିନସିଟିରେ ଯାତାୟାତ କରି ପାରୁଛନ୍ତି ।
ଯାହାଦ୍ବାରା ସେମାନେ ସେମାନଙ୍କର ଗନ୍ତବ୍ୟସ୍ଥଳରେ ପହଞ୍ଚିପାରୁଛନ୍ତି । ବସ ମଧ୍ୟରେ ଯେଉଁ ସଚେତନତା ବ୍ୟବସ୍ଥା ପୂର୍ବଭଳି ଥିଲା, ତାହା ଏବେ ବି ବଳବତ୍ତର ରହିଛି । ତେବେ କଟକରୁ ଦୁଇଟି ସମୟରେ ବସ ଯାଉଥିବା ସୂଚନା ଦେଇଛନ୍ତି ବସ କର୍ମଚାରୀ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ