ETV Bharat / state

କଟକରୁ ୨୬ ଲକ୍ଷର ବ୍ରାଉନସୁଗାର ସହ ଲକ୍ଷାଧିକ ଟଙ୍କା ଜବତ, ୩ ଗିରଫ

author img

By

Published : Oct 6, 2021, 12:48 PM IST

କଟକ ଦରଘା ବଜାର ଜେଲ ପଡ଼ିଆରେ ଚାଲିଥିଲା ବ୍ରାଉନସୁଗାର କାରବାର । ଚଢାଉ କଲା କଟକ କମିଶନରେଟ ପୋଲିସ । ସେମାନଙ୍କଠାରୁ ୨୬୮ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ନଗଦ ୧ ଲକ୍ଷ ୨୮ ହଜାର ଟଙ୍କା ପୋଲିସ ଜବତ କରିଛି । ଅଧିକ ପଢନ୍ତୁ...

କଟକରୁ ୨୬୮ ଗ୍ରାମ ବ୍ରାଉନସୁଗାର ଜବତ, ୩ ଗିରଫ
କଟକରୁ ୨୬୮ ଗ୍ରାମ ବ୍ରାଉନସୁଗାର ଜବତ, ୩ ଗିରଫ

କଟକ: ସିଲଭର ସିଟିରୁ ପୁଣି ଜବତ ହେଲା ବ୍ରାଉନସୁଗାର। କଟକ ଦରଘା ବଜାର ଜେଲ ପଡ଼ିଆରେ ଚାଲିଥିବା ବ୍ରାଉନସୁଗାର କାରବାର ଉପରେ ରେଡ଼ କରି, ୨୬୮ ଗ୍ରାମ ବ୍ରାଉନସୁଗାର ଜବତ କରିଛି କଟକ କମିଶନରେଟ ପୋଲିସ । ଯାହାର ଆନୁମାନିକ ମୂଲ୍ୟ 26 ଲକ୍ଷ ହେବ ବୋଲି ଜମାପଡ଼ିଛି। ଏହାସହ ଏହି କାରବାରରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି ଏବଂ ଅଭିଯୁକ୍ତଙ୍କଠାରୁ ନଗଦ ୧ ଲକ୍ଷ ୨୮ ହଜାର ଟଙ୍କା, ୪ ଫୋନ୍, ଗୋଟିଏ ବାଇକ ଓ ଗୋଟିଏ ସ୍କୁଟି ଜବତ ହୋଇଛି।

କଟକରୁ ୨୬୮ ଗ୍ରାମ ବ୍ରାଉନସୁଗାର ଜବତ, ୩ ଗିରଫ

ଅଭିଯୁକ୍ତମାନେ ହେଲେ ଜଗତସିଂହପୁରର ବାପି, ବିବେକାନନ୍ଦ ଜେନା ଓ ଗୋପିନାଥ ପାତ୍ର । ଗତ ଦୁଇ ବର୍ଷ ମଧ୍ୟରେ କଟକ କମିଶନରେଟ ପୋଲିସ ମୋଟ ୪ କେଜି ୬୪୬ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ୩୦ ଜଣଙ୍କୁ ଗିରଫ କରିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.