ETV Bharat / state

ବାଲିଘାଟ ବ୍ୟବସାୟକୁ ନେଇ ବଢୁଛି କି ଅପରାଧିକ କାର୍ଯ୍ୟକଳାପ, ସାଲେପୁର ବାଲିଘାଟରେ ଫୁଟିଲା ଗୁଳି ! - ନେମାଳ ବାଲିଘାଟରେ ଗୁଳିମାଡ ଅଭିଯୋଗ

ବାଲିଘାଟ ବ୍ୟବସାୟକୁ ନେଇ ସାଲେପୁର ନେମାଳ ଅଞ୍ଚଳରେ ଗୁଳିମାଡ଼ ହୋଇଥିବା ଅଭିଯୋଗ । ଜେସିବି ଜାଳିଦେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

ନେମାଳ ବାଲିଘାଟରେ ଗୁଳିମାଡ ଅଭିଯୋଗ
ନେମାଳ ବାଲିଘାଟରେ ଗୁଳିମାଡ ଅଭିଯୋଗ
author img

By

Published : May 30, 2023, 11:56 AM IST

ସାଲେପୁର ବାଲିଘାଟରେ ଫୁଟିଲା ଗୁଳି !

କଟକ: ବଢୁଛି ବାଲିଘାଟ ଅଡ଼ୁଆ ! ବାଲିଘାଟ ବ୍ୟବସାୟକୁ ନେଇ ବଢିବାର ଲାଗିଛି ଅପରାଧିକ କାର୍ଯ୍ୟକଳାପ । ଢେଙ୍କାନାଳ ପରଜଙ୍ଗରେ ସ୍ଥାନୀୟ ତହସିଲଦାର ଓ ଅନ୍ୟ ସରକାରୀ କର୍ମଚାରୀଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଘଟଣାକୁ ଦିନ କେଇଟା ବିତିନାହିଁ, ବାଲିଘାଟ ବ୍ୟବସାୟକୁ ନେଇ କଟକ ସାଲେପୁର ଅଞ୍ଚଳରେ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଯଦିଓ ଗୁଳିମାଡ଼ ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ, ତଥାପି ବାଲି ବ୍ୟବସାୟକୁ କେନ୍ଦ୍ର କରି ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି ।

ଏହି ଘଟଣାଟି କଟକ ଜିଲ୍ଲା ନେମାଳ ଥାନା ଇଲାକାରେ ଥିବା ନଗସପୁର ବାଲିଘାଟରେ ଘଟିଥିବା ସୂଚନା ମିଳିଛି । ବାଲିଘାଟରେ କାର୍ଯ୍ୟରତ କର୍ମଚାରୀଙ୍କ କହିବା ମୁତାବକ, ବିଳମ୍ବିତ ରାତିରେ ୩ରୁ ୪ ଜଣ ଦୁର୍ବୃତ୍ତ ବାଲିଘାଟ ଭିତରକୁ ଆସିଥିଲେ । ଦୁର୍ବୃତ୍ତମାନେ ପ୍ରଥମେ ବାଲିଘାଟ କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ ଏବଂ ଫାଙ୍କା ଗୁଳି ଚାଳନା କରିଥିଲେ । ଏହାସହିତ କର୍ମଚାରୀଙ୍କ ଠାରୁ ୩୫ ହଜାର ଟଙ୍କା ଲୁଟି ନେଇଥିଲେ । କେବଳ ସେତିକି ନୁହେଁ, ବାଲିଘାଟରେ ଥିବା ଏକ ଜେସିବିକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତମାନେ । ତେବେ କେଉଁ କାରଣକୁ ଏପରି ଘଟିଥିଲା, ତାହାର କାରଣ ଜାଣିନଥିବା ବାଲିଘାଟ କର୍ମଚାରୀମାନେ କହିଛନ୍ତି ।

ସେମାନଙ୍କ କହିବା ମୁତାବକ, ରାତିରେ ସେମାନେ ବାଲି ଲୋଡ କରୁଥିଲେ । ଠିକ ଏହି ସମୟରେ କିଛି ଦୁର୍ବୃତ୍ତମାନେ ହଠାତ ଆସି ଏହି କାଣ୍ଡ ଭିଆଇଥିଲେ । ତେବେ ସେମାନଙ୍କର କାହା ସହିତ ପୂର୍ବରୁ କୌଣସି ଶତ୍ରୁତା ନଥିବା କଥା କର୍ମଚାରୀ କହିଛନ୍ତି । ଏପରିକି ସେମାନେ କିଏ ଏବଂ କାହିଁକି ଏମିତି କାଣ୍ଡ ଭିଆଇଲେ, ତାହା ସେମାନେ ଜାଣିନାହାନ୍ତି । ବାଲିଘାଟର ଜଣେ କର୍ମଚାରୀ ୟାକୁବ ଖାନଙ୍କ କହିବା ମୁତାବକ ସେ କିଛି ଜାଣି ନାହାନ୍ତି ବିଶେଷକରି କେଉଁମାନେ ଏପରି ଅଘଟଣ ଘଟାଇଛନ୍ତି ।

ତେବେ ଏହି ଗୁଳିମାଡ ଘଟିବା ପରେ ଖବର ପାଇ ନେମାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପ୍ରାଥମିକ ତଦନ୍ତରୁ ଗୁଳିମାଡ ନେଇ ସେହିଭଳି କୌଣସି ପ୍ରମାଣ ନଥିବା ପୋଲିସ ଜାଣିବାକୁ ପାଇଛି । ପୋଲିସ ବାଲିଘାଟ କର୍ମଚାରୀଙ୍କ ବୟାନ ରେକର୍ଡ କରିବା ସହ ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଛି । ସ୍ଥାନୀୟ ଅଞ୍ଚଳରେ ଏକାଧିକ ବାଲିଘାଟ ରହିଛି । ତେବେ ବାଲିଘାଟ ବ୍ୟବସାୟକୁ ନେଇ ବଚସା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏହି ବାଲିଘାଟ ଗୁଡ଼ିକର ନିଲାମ ନେଇଥିବା ବ୍ୟକ୍ତିଙ୍କ ମଧ୍ୟରେ ବ୍ୟବସାୟିକ ଶତ୍ରୁତା ରହିଥିଲା । ଯେଉଁ କାରଣରୁ ଏପରି ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି । କିଏ ଓ କାହିଁକି ଏପରି କରିଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ସବୁଠାରୁ ବଡ଼ କଥା ହେଉଛି, ଘଟଣାସ୍ଥଳରୁ କୌଣସି ଖୋକା ବି ଜବତ କରାଯାଇ ନାହିଁ, ଯାହାଫଳରେ ଗୁଳିମାଡ଼ ଅଭିଯୋଗର କୌଣସି ସତ୍ୟତା ନଥିବା କୁହାଯାଉଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.