ETV Bharat / state

ହାଇକୋର୍ଟ ପରିସରରେ ବାର ଆସୋସିଏସନର ବୈଠକ - ସମସ୍ତ ଆଇନଜୀବି ଏକତ୍ରିତ

ରାଜ୍ୟର ସମସ୍ତ ବାରକୁ ନେଇ ହାଇକୋର୍ଟ ପରିସରରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ସମସ୍ତ ବାରର ସଭାପତି ଓ ସମ୍ପାଦକ ଯୋଗ ଦେଇଛନ୍ତି।

ବାର ଆସୋସିଏସନର ବୈଠକ
author img

By

Published : Oct 18, 2019, 1:01 PM IST

କଟକ: ଶୁକ୍ରବାର ହାଇକୋର୍ଟ ପରିସରରେ ରାଜ୍ୟର ସମସ୍ତ ବାର ଆସୋସିଏସନକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏ ବୈଠକରେ ରାଜ୍ୟର ସମସ୍ତ ବାରର ସଭାପତି ଓ ସମ୍ପାଦକ ଯୋଗ ଦେଇଛନ୍ତି।

ହାଇକୋର୍ଟ ଫୁଲ ବେଞ୍ଚର ନୋଟିସକୁ ସହଜରେ ଗ୍ରହଣ କରିପାରୁନାହିଁ ରାଜ୍ୟର ସମସ୍ତ ବାର। ଏନେଇ ଆଇନଜୀବୀ ଏକତ୍ରିତ ହୋଇ ଏଭଳି ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି। ସୁପ୍ରିମକୋର୍ଟର କଲେଜିୟମ ନିଷ୍ପତ୍ତିକୁ ବିରୋଧ କରି ହେଉଥିବା ଓକିଲଙ୍କ ଆନ୍ଦୋଳନ ଉପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି।

ଓଡିଶା ବାର ଆସୋସିଏସନର ବୈଠକ
ଆଇନଜୀବିଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ପ୍ରଥମଥର ପାଇଁ ହାଇକୋର୍ଟର ୧୪ ଜଣ ବିଚାରପତି ଫୁଲ ବେଞ୍ଚରେ ସମସ୍ତ ବାରର ସଭାପତି ଓ ସମ୍ପାଦକଙ୍କୁ ନୋଟିସ ଜାରି କରିଥିଲେ।

କଟକରୁ ନାରାୟଣ ସାହୁ ଇଟିଭି, ଭାରତ

Intro:ହାଇକୋର୍ଟ ଫୁଲ ବେଞ୍ଚ ର ନୋଟିସ କୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ରାଜ୍ୟର ସମସ୍ତ ବାର ଆଇନଜୀବୀ।ଏନେଇ ଆଇନଜୀବୀ ମାନେ ଆଜି ଏକତ୍ରିତ ହୋଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ର ଆୟୋଜନ କରୁଛନ୍ତି।ହାଇକୋର୍ଟ ବାର ପରିସରରେ ହେବାକୁ ଥିବା ଏହି ବୈଠକରେ ରାଜ୍ୟର ସମସ୍ତ ବାର ର ସଭାପତି ଓ ସମ୍ପାଦକ ଯୋଗ ଦେଉଛନ୍ତି।ଆନ୍ଦୋଳନ ର ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ନିଆଯିବ।
ସୂଚନାଯୋଗ୍ୟ ଆଇନଜୀବୀ ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ କୁ ନେଇ ପ୍ରଥମ ଥର ପାଇଁ ହାଇକୋର୍ଟ ର ୧୪ ଜଣ ବିଚାରପତି ଫୁଲବେଞ୍ଚ ରେ ସମସ୍ତ ବାର ର ସଭାପତି ଓ ସମ୍ପାଦକ ଙ୍କୁ ନୋଟିସ ଜାରି କରିଥିଲେ।

Body:no need

Conclusion:no need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.