ETV Bharat / state

ପୋଲିସ ପଞ୍ଝାରୁ ଅଭିଯୁକ୍ତ ମହାନଦୀରେ ନିଖୋଜ, ପରିବାର ଆଣିଲା ସଙ୍ଗିନ ଅଭିଯୋଗ

author img

By

Published : Jul 21, 2023, 2:45 PM IST

Updated : Jul 21, 2023, 4:42 PM IST

କଟକ କ୍ୟାଣ୍ଟନମେଣ୍ଟ ପୋଲିସ ହେପାଜତରୁ ଅଭିଯୁକ୍ତ ଫେରାର୍ । ଅଧିକ ପଢନ୍ତୁ

ପୋଲିସ ହେପାଜତରୁ ଅଭିଯୁକ୍ତ ଛୁ
ପୋଲିସ ହେପାଜତରୁ ଅଭିଯୁକ୍ତ ଛୁ
ପୋଲିସ ହେପାଜତରୁ ଅଭିଯୁକ୍ତ ଛୁ

କଟକ: ପୋଲିସ ହେପାଜତରୁ ଚମ୍ପଟ ମାରିଲା ଅଭିଯୁକ୍ତ । କଟକ ବିଡାନାସୀ ଟ୍ରାଂଜିଟ ହାଉସ ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି । ଅଭିଯୁକ୍ତ ମହାନଦୀରେ ବୁଡି ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ହେଲା ଶଙ୍କର୍ଷଣ ବେହେରା । ଏକ ମୋବାଇଲ ଚୋରି ମାମଲାରେ ପୋଲିସ ତାକୁ ଥାନାକୁ ଆଣିଥିଲା । ପ୍ରଥମେ ତାକୁ ବିଡାନାସୀ ଓ ପରେ କ୍ୟାଣ୍ଟନମେଣ୍ଟ ଥାନାକୁ ନିଆଯାଇଥିଲା । ହେଲେ ଆଜି(ଶୁକ୍ରବାର) ସକାଳୁ ତାକୁ ମେଡିକାଲକୁ ନେବା ବେଳେ ସେ ଫେରାର୍ ହୋଇଯାଇଥିଲା । ଅଭିଯୁକ୍ତ ପୋଲିସ ହେପାଜତରୁ ଫେରାର ହୋଇ ଥାନା ସାମ୍ନାରେ ଥିବା ମହାନଦୀକୁ ଯାଇଥିବା ଅଭିଯୋଗ ହୋଇଥିବା ବେଳେ ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ପୋଲିସ ହେପାଜତରେ ଶଙ୍କର୍ଷଣଙ୍କୁ ମାଡ଼ ମରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

କଟକ ଅତିରିକ୍ତ ଡିସିପି ଅନୀଲ ମିଶ୍ର କହିଛନ୍ତି, ‘‘ଶଙ୍କର୍ଷଣଙ୍କୁ ମୋବାଇଲ ଚୋରି ଘଟଣାରେ ଥାନାକୁ ପଚରାଉଚରା କରିବା ପାଇଁ ଅଣାଯାଇଥିଲା। ହେଲେ ପଚରାଉଚରାର କିଛି ସମୟ ମଧ୍ୟରେ ସେ ପାଖରେ ଥିବା ଏକ ପୋଲିସ ଅଧିକାରୀଙ୍କୁ ଧକ୍କା ମାରି ମହାନଦୀରେ ଥିବା ଗଡ଼ଗଡ଼ିଆ ଘାଟକୁ ଦୌଡ଼ି ପଳାଇଥିଲେ । ତେବେ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି । ନଦୀରେ ଦୌଡ଼ି ବାର ଭିଡ଼ିଓ ରହିଛି ସିଏ ଶଙ୍କର୍ଷଣ କି ଆଉ କିଏ ତାହାର ଯାଞ୍ଚ ମଧ୍ୟ କରଯାଉଛି ।"

ଏହାମଧ୍ୟ ପଢନ୍ତୁ: ପୋଲିସ ନାଁରେ ଏନକାଉଣ୍ଟର ଅଭିଯୋଗ ଆଣିଥିଲେ ମାଆ, ଏବେ ଧରାପଡିଲା ପୁଅ

କିଛି ଦିନ ତଳେ ପୁରୀ ଜିଲ୍ଲା ନୟାହାଟ ଫାଣ୍ଡିରୁ ଜଣେ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲା । ଅଭିଯୁକ୍ତ ୨୮ ବର୍ଷୀୟ ବିଜୟ ଖଟୋଇ । ଜୁନ ୧୪ ତାରିଖ ସକାଳେ ତତ୍କାଳୀନ ଫାଣ୍ଡି ଅଧିକାରୀ ବାବୁଲି ପ୍ରଧାନ ଗିରଫ କରି ହାଜତରେ ରଖିଥିଲେ । ସେହି ଦିନ ଅପରାହ୍ନରେ ସେ କନେଷ୍ଟବଳ ରାଜନ ମିଞ୍ଜିଙ୍କୁ ଚକମା ଦେଇ ଚମ୍ପଟ ମାରିଥିଲା । ତାର କୌଣସି ପତ୍ତା ନମିଳିବାରୁ ପୁଅର ଗାଏବ ପଛରେ ତାଙ୍କର ମାଆ ପୋଲିସକୁ ଦୋଷ ଦେଇଥିଲେ । ପୋଲିସ ତାଙ୍କ ପୁଅକୁ କୁଆଡ଼େ ନେଇ ଏନକାଉଣ୍ଟର କରିଦେଇଛି ବୋଲି ଅଭିଯୋଗ ଆଣି ଫାଣ୍ଡି ଆଗରେ ଧାରଣାରେ ବସିଥିଲେ । ପରବର୍ତ୍ତୀ ସମୟରେ ଏହି ଘଟଣାରେ ଫାଣ୍ଡି ଅଧିକାରୀ ବାବୁଲି ପ୍ରଧାନଙ୍କୁ ବଦଳି କରାଯାଇଥିବା ବେଳେ ଦାୟିତ୍ବରେ ଥିବା କନେଷ୍ଟବଳ ନିଲମ୍ବିତ ହୋଇଥିଲେ ।

ଇଟିଭି ଭାରତ, କଟକ

Last Updated : Jul 21, 2023, 4:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.