କଟକ: ମହଙ୍ଗା ପଡିଲା କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା । ଶେଷରେ କଲେଜ ଛାତ୍ରୀଙ୍କ ଗୋଡ଼ ଧରି ଭୁଲ ମାଗିଲେ ଉଦ୍ଧତ ଯୁବକ। କଟକ ଜିଲ୍ଲା ଆଠଗଡ ତିଗିରିଆ ଅଞ୍ଚଳରେ ଏହି ଘଟଣା ଦେଖିବାକୁ ମିଳିଛି। ଉଦ୍ଧତ ଯୁବକ ଜଣକ କମେଣ୍ଟ ମାରିବା ପରେ କଲେଜ ଛାତ୍ରୀଙ୍କ ଗୋଡ଼ ଧରି ଭୁଲ ମାଗୁଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ।
ଭୁଲ ମାଗୁଥିବା ଯୁବକ ତିଗିରିଆ ଅଞ୍ଚଳର ବୋଲି ଜଣାପଡ଼ିଛି । କିଛି ଦିନ ହେବ ଉକ୍ତ ଯୁବକ ଜଣକ ଜଣେ କଲେଜ ଛାତ୍ରୀଙ୍କୁ ପିଛା କରିବା ସହ କମେଣ୍ଟ ମାରୁଥିଲେ। ବାରମ୍ବାର ଏଭଳି ଘଟଣା ଘଟିବାରୁ ପରେ ଛାତ୍ରୀ ଜଣକ ପରିବାର ଲୋକଙ୍କୁ ଜଣାଇଥିଲେ।
ଏହାକୁ ନେଇ ପରିବାର ଲୋକେ ତିଗିରିଆ ଥାନାରେ ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ କମେଣ୍ଟ ମାରୁଥିବା ଯୁବକଙ୍କୁ କାବୁ କରି ତିଗିରିଆ ଥାନାକୁ ନେଇଥିଲେ। ଏହାପରେ ଯୁବକ ଜଣକ ଛାତ୍ରୀଙ୍କ ଗୋଡ଼ ଧରି ଭୁଲ ମାଗୁଥିବା ଦେଖିବାକୁ ମିଳିଛି।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ