ETV Bharat / state

କଟକ ମହାନଗର ନିଗମରୁ 92 କୋରୋନା ପଜିଟିଭ ଚିହ୍ନଟ - saturday cuttack corona update

ଦିନକୁ ଦିନ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲଥିବା ବେଳେ କଟକ ସହରରେ ମଧ୍ୟ ସଂକ୍ରମଣ ବଢୁଛି । ଶନିବାର କଟକ ଜିଲ୍ଲାରେ 244 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ମହାନଗର ନିଗମରୁ 92ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ..

କଟକ ମହାନଗର ନିଗମରେ 92 କରୋନା ପଜିଟିଭ ଚିହ୍ନଟ

author img

By

Published : Oct 10, 2020, 8:08 PM IST

କଟକ: ଶନିବାର କଟକ ମହାନଗର ନିଗମରେ 92 କୋରୋନା ପଜିଟିଭଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କୁ ମିଶାଇ କଟକ ଜିଲ୍ଲାରେ କୋରୋନା ଆକ୍ରାନ୍ତ ସଂଖ୍ୟା 23,010ରେ ପହଞ୍ଚିଛି ।

କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ 26 ଜଣ ହୋମକ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ 26ଜଣ ଶିକ୍ଷାନୁଷ୍ଠାନରେ ହୋଇଥିବା କ୍ବାରେଣ୍ଟାଇନ ସେଣ୍ଟରରୁ ଏବଂ 40 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ 13 ହଜାର 417 ଆକ୍ରାନ୍ତ ଚିହ୍ନଟ କରାଯାଇଥିଲା ବେଳେ 12 ହଜାର 274 ଜଣ ସୁସ୍ଥ ହୋଇ ଫେରିଛନ୍ତି । ଇତି ମଧ୍ୟରେ 56 ଜଣଙ୍କର ମୃତୁ ଘଟିଛି। ସେହିପରି 1087ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସିଏମସି ପକ୍ଷରୁ ସୂଚନା ମିଳିଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.