ETV Bharat / state

ମଧୁସୂଦନ ଦାସଙ୍କ ଜନ୍ମପୀଠ ପରିଦର୍ଶନ କଲେ 5ଟି ସଚିବ, ଉନ୍ନତି ସଂପର୍କରେ କଲେ ସମୀକ୍ଷା

author img

By

Published : Apr 1, 2023, 11:57 AM IST

କଟକ ଗସ୍ତରେ ଆସି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ପରିଦର୍ଶନ କଲେ ଭିକେ ପାଣ୍ଡିଆନ। ଅଧିକ ପଢନ୍ତୁ

vk pandian visits cuttack
vk pandian visits cuttack
vk pandian visits cuttack

କଟକ: କଟକରେ 5ଟି ସଚିବ ଭିକେ ପାଣ୍ଡିଆନ । କଟକ ଜିଲ୍ଲା ସତ୍ୟଭାମାପୁର ଠାରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ପରିଦର୍ଶନ କରିଛନ୍ତି ପାଣ୍ଡିଆନ । ଆଜି ସକାଳୁ ସକାଳୁ 5ଟି ସଚିବ ଏହି ପୀଠ ପରିଦର୍ଶନ କରିବା ସହ ପୀଠର ଉନ୍ନତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ବିଭାଗୀୟ ସଚିବ ଓ ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ । ପ୍ରଥମେ ତ୍ରିଶୂଳିଆରେ ଏକ ମେଗା ପ୍ରୋଜେକ୍ଟର ସମୀକ୍ଷା କରିବା ପରେ ସତ୍ୟଭାମାପୁର ଅଭିମୁଖେ ଯାଇଥିଲେ 5ଟି ସଚିବ।

birth place of madhusudan das
birth place of madhusudan das

ଉତ୍କଳ ଦିବସ ଅବସରରେ ଭିକେ ପାଣ୍ଡିଆନ ସତ୍ୟଭାମାପୁରରେ ପହଞ୍ଚି ମଧୁ ସ୍ମୃତିପୀଠ ପରିଦର୍ଶନ କରିଛନ୍ତି । ସେଠାରେ ମଧୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହିତ ସମଗ୍ର ପୀଠ ବୁଲି ଦେଖିଥିଲେ। ବିଭାଗୀୟ ଅଧିକାରୀ ମାନେ ପ୍ରଥମେ ମ୍ୟାପ ମାଧ୍ୟମରେ ପୀଠ ଅବସ୍ଥିତି ଓ ଇତିହାସ ସମ୍ପର୍କରେ ସବିଶେଷ ଜଣାଇଥିଲେ । ପରେ ପୀଠ ପରିସରରେ ଥିବା ସଂଗ୍ରାଳୟ ବୁଲିବା ସହିତ ଏଠାରେ ରଖାଯାଇଥିବା ସ୍ମୃତି ସମ୍ପର୍କରେ ପଚାରି ବୁଝିଥିଲେ । ସ୍ମୃତି ଫଳକ ଓଡ଼ିଆ ସମେତ ଅନ୍ୟ ଭାଷାରେ କରିବାକୁ ସେ ପରାମର୍ଶ ଦେଇଥିଲେ ।

birth place of madhusudan das
birth place of madhusudan das

ପରେ ପରେ ପୀଠ ପରିସରରେ ଥିବା ଗାନ୍ଧିଜୀଙ୍କ ଅବସ୍ଥାନ ପୀଠ ଦର୍ଶନ କରିଥିଲେ । ଏହା ପରେ 5ଟି ସଚିବ ମଧୁବାବୁଙ୍କ ଏନ୍ତୁଡ଼ିଶାଳ ରେ ଉତ୍କଳ ଗୌରବଙ୍କ ସ୍ମୃତିଚାରଣ କରିଥିଲେ । ଏଠାରେ ରଖାଯାଇଥିବା ବିରଳ ଫଟୋ ଓ ହସ୍ତଲିପି ସମ୍ପର୍କରେ ଉପସ୍ଥିତ ଟ୍ରଷ୍ଟ କର୍ମକର୍ତ୍ତାଙ୍କ ଠାରୁ ସବିଶେଷ ଜାଣିଥିଲେ । ଶେଷରେ ଉପସ୍ଥିତ ମିଶନ ଶକ୍ତି ମାଆ ମାନଙ୍କ ସହିତ ପୀଠ ସମ୍ପର୍କରେ ଆଲୋଚନା କରିବା ସହିତ ମଧୁ ସ୍ମୃତି ପୀଠରେ ମଧୁବାବୁଙ୍କ ଜୀବନୀକୁ ନେଇ ଲାଇଟ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଏଥି ସହିତ ପୀଠର ଉନ୍ନତିକରଣ ପାଇଁ ଏକ ବିସ୍ତୃତ ପ୍ରସ୍ତାବ ପ୍ରସ୍ତୁତ କରିବା ପାଇଁ କହିଥିଲେ ।

birth place of madhusudan das
birth place of madhusudan das
birth place of madhusudan das
birth place of madhusudan das

ଏହି ଅବସରରେ ମଧୁସୂଧନ ସାଂସ୍କୃତିକ ପରିଷଦ ପକ୍ଷରୁ 12ଟି ପ୍ରସ୍ତାବ ସମ୍ବଳିତ ଏକ ପତ୍ର ପ୍ରଦାନ କରାଯାଇଥିଲା । ପୂର୍ବରୁ କଟକରେ 3ଟି ବଡ଼ ପ୍ରୋଜେକ୍ଟ କାମ ଅଗ୍ରଗତିର ସମୀକ୍ଷା କରିଥିଲେ । ନେତାଜୀ ବସ ଟର୍ମିନାଲ, ଏହାପରେ ଚଣ୍ଡି ମନ୍ଦିର ଓ ଶେଷରେ ତାଳଦଣ୍ଡା କେନାଲ ଓ ଛତ୍ରବଜାର ପିଣ୍ଡିର କାର୍ଯ୍ୟ ସମୀକ୍ଷା କରିଥିଲେ । 70 କୋଟି ଟଙ୍କା ବ୍ୟୟ ଅଟକଳରେ ମନ୍ଦିରର ଚାଲିଛି ଉନ୍ନତିକରଣ କାମ । ନଭେମ୍ବର ସୁଦ୍ଧା ଶେଷ ହେବ ପୁରା କାର୍ଯ୍ୟ । ଏହାସହ ବସ ଟର୍ମିନାଲର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

birth place of madhusudan das
birth place of madhusudan das
birth place of madhusudan das
birth place of madhusudan das

ବସ ଟର୍ମିନାଲର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ବେଳେ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଲାଣି। । ଏକ ବୃହତ ବସ ଟର୍ମିନାଲ, ସାଧାରଣ ଯାତ୍ରୀବାହୀ ବସ୍ ପାଇଁ ସ୍ଥାନ, ସ୍ଥାନୀୟ ଓ ମୋ ବସ୍ ସେବା ପାଇଁ ସ୍ଥାନ, ଯାନ ମରାମତି ଓ ରକ୍ଷଣାବେକ୍ଷଣ ବ୍ଲକ, ଚାରି ଚକିଆ ଯାନ ଓ ଅଟୋ ପାଇଁ ସ୍ବତନ୍ତ୍ର ପାକିଂ ବ୍ୟବସ୍ଥା କରାଯାଇଛି । ଏହା ସହ ଏହି ବସ ଟର୍ମିନାଲ ନିର୍ମାଣ କରାଯାଇ ଏଥିରେ ଯାତ୍ରୀ ବିଶ୍ରାମସ୍ଥଳ, ଫୁଡ କୋର୍ଟ, ଟିକେଟ ଗୃହ ଓ ଅନେକ ସୁବିଧା ଉପଲବ୍ଧ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଟର୍ମିନାଲରେ ଏକ ସମୟରେ ୧୯୧ ବସ୍ ପାର୍କିଂ ବ୍ୟବସ୍ଥା କରାଯାଇଛି। । ବସ ଟର୍ମିନାଲ ପାଖାପାଖି ୧୬ ଏକର ସ୍ଥାନରେ କରାଯାଇଛି । ସେହିପରି ନଭେମ୍ବର ସୁଦ୍ଧା ଶେଷ ହେବ ମାଆ କଟକ ଚଣ୍ଡୀ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.