ETV Bharat / state

ସିଏମସିରେ ଆଜି ୨୦୬ କୋରୋନା ପଜିଟିଭ ଚିହ୍ନଟ, ଜଣେ ମୃତ - cuttack corona update

କଟକ ମହାନଗର ନିଗମରେ ଆଜି ୨୦୬ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୮୭ ସ୍ଥାନୀୟ ଆକ୍ରାନ୍ତ ଥିବା ସୂଚନା ମିଳିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସିଏମସିରେ ଆଜି ୨୦୬ କୋରୋନା ପଜିଟିଭ ଚିହ୍ନଟ
ସିଏମସିରେ ଆଜି ୨୦୬ କୋରୋନା ପଜିଟିଭ ଚିହ୍ନଟ
author img

By

Published : Aug 30, 2020, 10:57 PM IST

କଟକ: କଟକ ମହାନଗର ନିଗମରେ ଦିନକରେ ୨୦୬ଟି କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ସେଥିରୁ ୫୪ ଜଣ ହୋମକ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୪୩ ଜଣ ଶିକ୍ଷାନୁଷ୍ଠାନ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ୮୭ ଜଣ ସ୍ଥାନୀୟ ଆକ୍ରାନ୍ତ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ୨୨ ଜଣ ନୂଆ ନିମ୍ବସାହି କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଛନ୍ତି ।

ସେଥିରୁ ୭ ଜଣ ପୁରୁଷ ଓ ୧୫ ଜଣ ମହିଳା ଆକ୍ରାନ୍ତ ରହିଛନ୍ତି । ଏପର୍ଯ୍ୟନ୍ତ କଟକ ମହାନଗର ନିଗମ ଅଞ୍ଚଳରୁ ୪୭୭୭ ଆକ୍ରାନ୍ତ ଚିହ୍ନଟ କରାଯାଇଥିଲାବେଳେ ୨୮୧୩ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୨୬ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ୧୯୩୮ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଜଣଙ୍କର ମୃତ୍ୟୁ ଘଟିଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.