ETV Bharat / state

ଗାଳି ଦେଇଥିଲେ ବାପା: ଝିଅକୁ ଦୁଷ୍କର୍ମ ଓ ହତ୍ୟା କରି ପ୍ରତିଶୋଧ ନେଲା ୧୫ ବର୍ଷୀୟ ନାବାଳକ

author img

By

Published : Dec 2, 2022, 11:01 AM IST

Updated : Dec 2, 2022, 12:40 PM IST

ବାପା ଠାରୁ ପ୍ରତିଶୋଧ ନେବାକୁ ଯାଇ ୯ ବର୍ଷୀୟା ଝିଅକୁ ଦୁଷ୍କର୍ମ ପରେ ହତ୍ୟା କଲା ନାବାଳକ । ପଢନ୍ତୁ କେଉଁଠି ଘଟିଛି ଏଭଳି ବର୍ବର କାଣ୍ଡ । ଅଧିକ ପଢନ୍ତୁ

ଗାଳି ଦେଇଥିଲେ ବାପା: ଝିଅକୁ ଦୁଷ୍କର୍ମ ଓ ହତ୍ୟା କରି ପ୍ରତିଶୋଧ ନେଲା ୧୫ ବର୍ଷୀୟ ନାବାଳକ
ଗାଳି ଦେଇଥିଲେ ବାପା: ଝିଅକୁ ଦୁଷ୍କର୍ମ ଓ ହତ୍ୟା କରି ପ୍ରତିଶୋଧ ନେଲା ୧୫ ବର୍ଷୀୟ ନାବାଳକ

ମୁମ୍ବାଇ: ମହାରାଷ୍ଟ୍ରର ଜଣେ ୧୫ ବର୍ଷୀୟ ନାବାଳକ ଏପରି ଏକ ଜଘନ୍ୟ କାଣ୍ଡ ଘଟାଇଛି ଯାହା ଆପଣ କେବେ କଳ୍ପନା ସୁଦ୍ଧା କରିନଥିବେ । ପ୍ରତିଶୋଧ ନେବାକୁ ଯାଇ ନାବାଳକ ଜଣକ ଜଣେ ୯ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରିବା ପରେ ନିର୍ମମ ଭାବେ ହତ୍ୟା କରିଛି (15 year old boy rapes, murders minor girl) । କାରଣ କିଛି ଦିନ ତଳେ ମୃତ ଝିଅଟିର ବାପାଙ୍କ ସହ ଅଭିଯୁକ୍ତ ନାବାଳକର ପାଟିତୁଣ୍ଡ ହୋଇଥିଲା । ଝିଅଟିର ବାପା ତାକୁ ଗାଳି ଦେଇଥିଲେ । ଏଥିରେ ରାଗିଯାଇ ଏହି ୧୫ ବର୍ଷୀୟ ବାଳକ ୯ ବର୍ଷର ଝିଅଟିକୁ ଅପହରଣ କରିଥିଲା । ଏହାପରେ ତାକୁ ଦୁଷ୍କର୍ମ କରିବା ସହ ଗଳା କାଟି ହତ୍ୟା କରି ଫିଙ୍ଗି ଦେଇଥିଲା । ଝିଅଟିର ମୃତଦେହ ଉଦ୍ଧାର ପରେ ଏହି ୧୫ ବର୍ଷୀୟ ନାବାଳକର ଜଘନ୍ୟ କାଣ୍ଡ ଉପରୁ ପରଦା ହଟିଛି । ମହାରାଷ୍ଟ୍ରର କଲ୍ୟାଣ ଅଞ୍ଚଳରେ ଏପରି ନାରକୀୟ କାଣ୍ଡ ଘଟିଛି ।

ସୂଚନା ମୁତାବକ, ଗତ ମଙ୍ଗଳବାର ସକାଳେ ମହାରାଷ୍ଟ୍ର କଲ୍ୟାଣ ରେଳ ଷ୍ଟେସନ ଅନ୍ତର୍ଗତ ଆବାସିକ ସୋସାଇଟିରୁ ଜଣେ ୯ ବର୍ଷୀୟା ନାବାଳିକାର ମୃତଦେହ ଉଦ୍ଧାର ହୋଇଥିଲା । ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଏହାର ତଦନ୍ତ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜ ଯାଞ୍ଚରୁ ୧୫ ବର୍ଷୀୟ ନାବାଳକ ଝିଅଟିକୁ ହତ୍ୟା କରିଥିବା ଜଣାପଡିଥିଲା । ଏନେଇ ପୋଲିସ ଅଭିଯୁକ୍ତକୁ ଉଠାଇ ନେଇ ପଚରାଉଚରା କରିବା ପରେ ସେ ନିଜର ଦୋଷ ସ୍ବୀକାର କରିଛି ।

ଏହାମଧ୍ୟ ପଢନ୍ତୁ: ଲିଫ୍ଟରେ ଫସିଗଲେ ୩ କୁନି ଝିଅ: ସାହାଯ୍ୟ ପାଇଁ ଚିତ୍କାର କଲେ, ଆଉ ତା' ପରେ

ଅଭିଯୁକ୍ତର କହିବା ଅନୁଯାୟୀ, କିଛି ଦିନ ତଳେ ମୃତ ନାବାଳିକା ବାପାଙ୍କ ସହ ତା'ର ଝଗଡା ହୋଇଥିଲା । ଏହାର ପ୍ରତିଶୋଧ ନେବାକୁ ସେ ପ୍ରଥମେ ତାଙ୍କ ଝିଅକୁ ଅପହରଣ କରିଥିଲା । ଏହାପରେ ଝିଅଟିକୁ ଦୁଷ୍କର୍ମ କରିବା ସହ ଏକ ବ୍ଲେଡରେ ଗଳା କାଟି ହତ୍ୟା କରିଥିଲା । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି । ଅଭିଯୁକ୍ତ ନାବାଳକକୁ ପର୍ଯ୍ୟବେକ୍ଷଣ ଗୃହକୁ ପଠାଯାଇଛି । ତେବେ ଜଣେ ୧୫ ବର୍ଷୀୟ ପିଲାର ଏଭଳି ଲୋମହର୍ଷଣକାରୀ କାଣ୍ଡ ଏବେ ଚାରିଆଡେ ଆଲୋଡନ ସୃଷ୍ଟି କରିଛି ।

Last Updated : Dec 2, 2022, 12:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.