ETV Bharat / state

ସାଲେପୁରରେ ପିଆଜ ଚୋରି ଅଭିଯୋଗ, ଥାନାରେ ମାମଲା - onion theft fir in police station

କଟକର ସାଲେପୁର ରାଇସୁଙ୍ଗୁଡା଼ ବଜାରରେ ପାଖାପାଖି ୮ ଟି ଦୋକାନରୁ ପିଆଜ ଚୋରି ହୋଇଥିବା ଅଭିଯୋଗ ହୋଇଛି ।

onion theft fir in police station
ପିଆଜ ଚୋରି ନେଇ ଥାନାରେ ମାମଲା
author img

By

Published : Dec 7, 2019, 2:01 AM IST

କଟକ: ବଜାରରେ ପିଆଜ ଦର ଏବେ ଦେଢଶହ ଟପିଲାଣି । ଦିନକୁ ଦିନ ପିଆଜର ଏଭଳି ଆକାଶଛୁଆଁ ଦରବୃଦ୍ଧି ଦେଖି ଲୋକେ ଏବେ ପିଆଜ ଚୋରି କରିବାକୁ ମଧ୍ୟ ପଛାଉ ନାହାନ୍ତି । ଏଭଳିସ୍ଥିତିରେ କଟକର ସାଲେପୁର ରାଇସୁଙ୍ଗୁଡା଼ ବଜାରରେ ପାଖାପାଖି ୮ ଟି ଦୋକାନରୁ ପିଆଜ ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ପିଆଜ ଚୋରି ନେଇ ଥାନାରେ ମାମଲା

ପିଆଜ ଚୋରି ନେଇ ସାଲେପୁର ଥାନାରେ ମାମଲା ରୁଜୁ କରାଯାଇଛି । ପିଆଜର ଅହେତୁକ ଦରବୃଦ୍ଧି ଯୋଗୁଁ ରାତ୍ରି ସମୟରେ ପିଆଜ ଚୋରି ହେଉଥିବା ସ୍ଥାନୀୟ ବ୍ୟବସାୟୀ ଅଭିଯୋଗ କରି ଏହି ମାମଲା ରୁଜୁ କରିଛନ୍ତି । ପାଖାପାଖି ୮ ଟି ଦୋକାନରୁ ୧୦ କେଜିରୁ ଅଧିକ ପିଆଜ ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ପ୍ରତିଦିନ ଭଳି ରାତ୍ରି ସମୟରେ ବ୍ୟବସାୟୀମାନେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ମାତ୍ର ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ପିଆଜ ଚୋରି କରୁଛନ୍ତି । ପେଟ୍ରୋଲିଂ ଠିକ୍ ଭାବରେ ହେଉ ନଥିବାରୁ ଏଭଳି ଚୋରି ହେଉଥିବା ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି । ଏହି ଖବର ଏବେ ସାଲେପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:କଟକ ଜିଲ୍ଲା ସାଲେପୁର ର୍ ରାଇସୁଙ୍ଗୁଡା଼ ବଜାର ରେ ପାଖାପାଖି ୮ ଟି ଦୋକାନରୁ ପିଆଜ ଚୋରି ହୋଇଥିବା ଅଭିଯୋଗ ହୋଇଛି।ପିଆଜ ଦର ଅହେତୁକ ବୃଦ୍ଧି ଯୋଗୁଁ ରାତ୍ରି ସମୟରେ ପିଆଜ ଚୋରି ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବ୍ୟବସାୟୀ।ଏନେଇ ମଧ୍ୟ ସାଲେପୁର ଥାନାରେ ମାମଲା ରୁଜୁ କରିଛନ୍ତି ବ୍ୟବସାୟୀ।୮ ଟି ଦୋକାନରୁ ୧୦ କେଜିରୁ ଅଧିକ ପିଆଜ ଚୋରି ହୋଇଥିବା ଅଭିଯୋଗ ହୋଇଛି।ଯାହାକୁ ନେଇ ସାଲେପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରତ୍ୟକ ଦିନ ଭଳି ରାତ୍ରି ସମୟରେ ବ୍ୟବସାୟୀ ମାନେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ ବି ଏହାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ପିଆଜ ଚୋରି କରୁଛନ୍ତି।ପେଟ୍ରୋଲିଂ ଠିକ୍ ଭାବରେ ହେଉନଥିବାରୁ ଏଭଳି ଚୋରି ହେଉଥିବା ବ୍ୟବସାୟୀ ମାନେ ଅଭିଯୋଗ କରିଛନ୍ତି।Body:No needConclusion:No need
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.