ETV Bharat / state

ରାଜ୍ୟର 13 ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା - districts

ସୋମବାର ସନ୍ଧ୍ୟା 7ଟା ପରଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ ଘଡଘଡି ହେବା ନେଇ ଆଞ୍ଚଳିକ ପଣିପାଗ ବିଭାଗ ସୂଚନା ଦେଇଛି । ରାଜ୍ୟର ପ୍ରାୟ 13ଟି ଜିଲ୍ଳାରେ କାଳବୈଶାଖୀ ହେବା ନେଇ ସତର୍କ ସୂଚନା ପ୍ରଦାନ କରାଯାଇଛି ।

ଫାଇଲ ଫଟୋ
author img

By

Published : Jun 3, 2019, 7:30 PM IST

ଭୁବନେଶ୍ବର: ସୋମବାର ସନ୍ଧ୍ୟା 7ଟା ପରଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ ଘଡଘଡି ହେବା ନେଇ ଆଞ୍ଚଳିକ ପଣିପାଗ ବିଭାଗ ସୂଚନା ଦେଇଛି । ରାଜ୍ୟର ପ୍ରାୟ 13 ଟି ଜିଲ୍ଳାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ।

ପାଣିପାଗ ବିଭାଗର ସୂଚନା ଅନୁସାରେ ନୂଆପଡା, ନବରଙ୍ଗପୁର , ସୋନପୁର, ବରଗଡ଼ ,ବଲାଙ୍ଗୀର, ରାୟଗଡା,ମାଲକାନଗିରି, ବୌଦ୍ଧ, କୋରାପୁଟ, କଳାହାଣ୍ଡି, କନ୍ଧମାଳ,ଗଜପତି ଓ ଗଞ୍ଜାମକୁ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ ।

ସୂଚନାଯୋଗ୍ୟ ଯେ ଗ୍ରୀଷ୍ମପ୍ରବାହ ଯୋଗୁଁ ସନ୍ଧ୍ୟା ସମୟରେ କାଳବୈଶାଖୀ ସମ୍ଭାବନା ସୃଷ୍ଟି ହୋଇଛି । ଅନ୍ୟପଟେ ଗତ 24 ଘଣ୍ଟା ଭିତରେ ରାଜ୍ୟର 8 ଟି ଜିଲ୍ଲାରେ ତାପମାତ୍ରା 40 ଡ଼ିଗ୍ରୀ ଉପରେ ରହିଛି । ଏହି ସବୁ ଜିଲ୍ଲାରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ଥିବା ହେତୁ ବର୍ଷା ସମୟରେ ବାହାରକୁ ନଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାଏ, ଇଟିଭି ଭାରତ

Intro:Body:

sdfs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.