ଭୁବନେଶ୍ବର: ସବୁଠି ଜମୁଛି ରଜର ଆସର । ଗାଁଠୁ ସହର ସବୁଠି ଉତ୍ସବମୁଖର । ଦୋଳି ସାଙ୍ଗକୁ ପିଠାପଣାରେ ମହକୁଛି ପରିବେଶ । କୁଆଁରୀ ଝିଅମାନେ ସଜବାଜ ହୋଇ କରୁଛନ୍ତି ମଉଜ ।
କୁଆଁରୀ ଝିଅମାନେ ସଜବାଜ ହୋଇ ରଜ ମଉଜ ସାଙ୍ଗକୁ ଦୋଳିରେ ଝୁଲି ବେଶ ଉପଭୋଗ କରୁଛନ୍ତି । ଏହି ଅବସରରେ ଭୁବନେଶ୍ୱରର ମାଇକ୍ରୋ ଆର୍ଟ ବଏ ଶିବାଶିଷ ପଣ୍ଡା ରଜର ଶୁଭେଚ୍ଛା ବେଶ ନିଆରା ଭାବରେ ଜଣାଇଛନ୍ତି । ଶିବାଶିଷ ଚକ ଖଡ଼ିରେ ରଜ ଦୋଳିର ଏକ ମୂର୍ତ୍ତି ତିଆରି କରିଛନ୍ତି ।
ଚକଖଡିରେ ହୋଇଥିବା ଦୋଳିର ଉଚ୍ଚତା 2 ସେଣ୍ଟିମିଟର ହୋଇଥିବା ବେଳେ ଏହାକୁ ତିଆରି କରିବା ପାଇଁ ତାଙ୍କୁ 5 ଘଣ୍ଟା ସମୟ ଲାଗିଥିବାର ଶିବାଶିଷ କହିଛନ୍ତି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ