ETV Bharat / state

ରିଲିଫ ଦାବିରେ ନବୀନ ନିବାସ ଘେରିଲେ ବାତ୍ୟା ବିପନ୍ନ - people

ରିଲିଫ ଦାବିରେ ନବୀନ ନିବାସ ଘେରାଉ କରି ନିଜର ଦାବି ଜଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ଜରିପଡା ପଞ୍ଚାୟତର ବହୁ ଗରିବ ପରିବାର ।

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର
author img

By

Published : May 15, 2019, 2:46 PM IST

ଭୁବନେଶ୍ୱର: ଫନି ଛଡାଇନେଲା ସବୁ ସଞ୍ଚୟ । ଗଲା 13 ଦିନ ହେଲାଣି ଭୋକ ଉପାସରେ ଖୋଲା ଆକାଶ ତଳେ କଟୁଛି ଜୀବନ । ଟଙ୍କା ଓ ଚାଉଳ ତ ଛାଡ ରିଲିଫ ବି ମିଳିନି । ବିଡିଓ ପାଖକୁ ଧାଇଁ ଧାଇଁ ଚପଲ ଘୋରି ହୋଇଗଲାଣି ହେଲେ କେହି ମଧ୍ୟ ଆମ ଦୁଃଖ ଶୁଣିବାକୁ ନାରାଜ । ହତାଶ ହୋଇ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ଜରିପଡା ପଞ୍ଚାୟତର ବହୁ ଗରିବ ପରିବାର ନବୀନ ନିବାସ ଘେରାଉ କରି ନିଜର ଦାବି ଜଣାଇଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଧନୀଠାରୁ ଆରମ୍ଭ କରି ଗରିବ ସମସ୍ତଙ୍କ ଖୁସିର ଫସର ଫଟେଇଦେଇଛି ଫନି । ହେଲେ ବାତ୍ୟା ବିପନ୍ନଙ୍କ ପାଇଁ ସରକାରଙ୍କ ବଡ ଅଜବ ନିୟମ । ରାସନକାର୍ଡ ଥିଲେ ମିଳିବ ୫୦ କେଜି ଚାଉଳ ଓ ୨ ହଜାର ଟଙ୍କା । ତେବେ ଯାହାର ରାସନକାର୍ଡ ନାହିଁ । ସେମାନେ କଣ କ୍ଷତିଗ୍ରସ୍ତ ନୁହଁନ୍ତି? ସେମାନଙ୍କ ଘର ଭାଙ୍ଗିନାହିଁ କି? ତେବେ କାହିଁକି ମିଳୁନି ଟଙ୍କା କି ଖାଇବା ? ଏପରିକି ରିଲିଫ ସାମଗ୍ରୀ ମଧ୍ୟ ଏଯାଏଁ ମିଳିନି । ଆମେ ଚଳିବୁ କିପରି ? ଏପରି ବିଭିନ୍ନ ପ୍ରଶ୍ନ ନେଇ ଜରିପଡାର ବାସିନ୍ଦାମାନେ ନବୀନ ନିବାସ ଆଗରେ ଜବାବ ମାଗିଛନ୍ତି ।

Fani
ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ସହାୟତା ପାଇଁ କଲେକ୍ଟର, ବିଡିଓ ଠାରୁ ପଞ୍ଚାୟତ ପିଇଓ ସମସ୍ତଙ୍କ ପାଖକୁ ଯାଇ ବି ଫଳ ଶୂନ୍ୟ । ରାସନକାର୍ଡଟିଏ ପାଇଁ ଭୁଲେଇ ଚାଲିଛନ୍ତି ଏହି ସବୁ ବଡ ବାବୁ । ଏବେ ଅପେକ୍ଷା ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶକୁ । ଏ ନେଇ ଦାବି କରି ଆନ୍ଦୋଳନକାରୀ ବହୁ ପାଟିତୁଣ୍ଡ ପରେ ଶେଷରେ ଉପସ୍ଥିତ ଅଧିକାରୀମାନେ ରିଲିଫ ସାମଗ୍ରୀ ଯୋଗାଇ ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ସେମାନେ ଫେରିଯାଇଥିବା ସୂଚନା ମିଳିଛି।

ଭୁବନେଶ୍ବର ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ଭୁବନେଶ୍ୱର:ବାତ୍ୟା ଫୋନି ଯିବାର ଆଜିକୁ 13ଦିନ ହେଲାଣି।କିନ୍ତୁ ସରକାର କ୍ଷତିଗ୍ରସ୍ତ ଲୋକମାନଙ୍କୁ କହିଥିବା  ରିଲିଫ ଏପର୍ଯ୍ୟନ୍ତ ଦେଇନାହାନ୍ତି ।ଯାହାକୁ ନେଇ ଅନେକ ସ୍ଥାନରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲାର ଜରିପଡା ପଞ୍ଚାୟତର ବାସିନ୍ଦାମାନେ ନବୀନ ନିବାସ ଘେରାଉ କରି ନିଜର ଦାବି ଜଣାଇଛନ୍ତି।
ସୂଚନାରୁ ପ୍ରକାଶ କି ସରକାର ବାତ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ପ୍ରାଥମିକ ଭାବେ 2500 ହଜାର ଟଙ୍କା ଓ 50 କେଜି ଚାଉଳ ଦେବାକୁ ନିର୍ଦେଶ ଦେଇଥିଲେ।ଯାହାକି ଲୋକମାନେ ରାସନ କାର୍ଡ ଦେଖାଇ ନେଇ ପାରିବେ ବୋଲି ଉଲ୍ଲେଖ ଥିଲା।କିନ୍ତୁ ରାସନ କାର୍ଡ ପାଇନଥିବା ଲୋକମାନେ ଅଭିଯୋଗ କରିବାରୁ ସେମାନଙ୍କୁ ମଧ୍ୟ ରିଲିଫ ସାମଗ୍ରୀ ଦେବାକୁ ସରକାର ନିର୍ଦେଶ ଦେଇଥିଲେ।କିନ୍ତୁ ଏହି ପଂଚାୟତର ଲୋକମାନେ ରିଲିଫ ପାଇଁ ବାରମ୍ବାର ବିଡ଼ିଓ ଙ୍କୁ ଅନୁରୋଧ କରିବା ସତ୍ୱେ ସେମାନଙ୍କୁ ରିଲିଫ ସାମଗ୍ରୀ ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି।ବାତ୍ୟାରେ ଧନୀ ଗରିବ ସମସ୍ତେ କ୍ଷତିଗ୍ରସ୍ତ ହୋଇଥିବାରୁ କଣ ପାଇଁ ରାସନ କାର୍ଡ ନଥିବା ଲୋକମାନଙ୍କୁ ରିଲିଫ ଦିଆ ନ ଯିବ ନବୀନ ପଟ୍ଟନାୟକ ଏହାର ଜବାବ ଦେବାକୁ ଦାବି କରି ଶତାଧିକ ଲୋକ ଆଜି ନବୀନ ନିବାସ ଘେରାଉ କରିଥିଲେ।ସେଠାରେ ଉପସ୍ଥିତ ଥିବା ଅଧିକାରୀମାନେ ଘଟଣା ସମ୍ପର୍କରେ ପଚାରି ବୁଝିବା ସହିତ ସେମାନଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯିବା ନେଇ ପ୍ରତିଶ୍ରୁତି ଦେବା ପରେ ସେମାନେ ଫେରିଯାଇଥିବା ସୂଚନା ମିଳିଛି।

Laxmikanta Das
Bhubaneswar
Visual already sent by WhatsApp
Av

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.