ETV Bharat / state

ଓଡ଼ିଶାରେ ନିର୍ବାଚନ କମିଶନ ଟିମ୍: ଭେଟିଲେ ତିନି ଦଳ, ଫେକ୍ ନ୍ୟୁଜ ରୋକ୍ ଉପରେ ଦାବି - BJD

ଓଡ଼ିଶାରେ ନିର୍ବାଚନ କମିଶନ ଟିମ୍ । ବିଭିନ୍ନ ପ୍ରସଙ୍ଗରେ ତିନି ରାଜନୈତିକ ଦଳ ଭେଟି ଆଲୋଚନା କରିଛନ୍ତି । ସୋସିଆଲ ମିଡିଆରେ ବଢୁଥିବା ଫେକ୍ ନ୍ୟୁଜ ଏବଂ ଭିଡିଓ ଉପରେ ରୋକ ଲଗାଇବା ପାଇଁ ଦାବି କରିଛନ୍ତି । ଏଥିସହ ଓଡ଼ିଶାରେ ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ।

ଡିଜାଇନ ଫଟୋ
author img

By

Published : Feb 14, 2019, 2:59 PM IST

ଭୁବନେଶ୍ବର: ଓଡ଼ିଶାରେ ନିର୍ବାଚନ କମିଶନ(ଇସିଆଇ) ଟିମ୍ । ଏକାଧିକ ପ୍ରସଙ୍ଗକୁ ନେଇ ରାଜ୍ୟର 3 ପ୍ରମୁଖ ରାଜନୈତିକ ଦଳ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି । ଯେଉଁଥିରେ ବିରୋଧୀ ସରକାରୀ କଳର ଅପବ୍ୟବହାରକୁ ରୋକିବା ପାଇଁ ପରାମର୍ଶ ଦେଇଛନ୍ତି । ସେପଟେ ରାଜ୍ୟର ଶାସକ ଦଳ ବିଜେଡି ସୋସିଆଲ ମିଡିଆରେ ଚରିତ୍ର ସଂହାର ଉପରେ ରୋକ ଲଗାଇବା ପାଇଁ ପରାମର୍ଶ ଦେଇଛି । ରାଜ୍ୟ କଂଗ୍ରେସ ଟିମ୍‌ ନରସିଂହ ମିଶ୍ରଙ୍କ ନେତୃତ୍ବରେ ଇସିଆଇଙ୍କୁ ଭେଟିଥିବା ବେଳେ ରାଜ୍ୟ ବିଜେପି ଟିମ୍‌ ଭୃଗୁ ବକ୍ସିପାତ୍ରଙ୍କୁ ନେତୃତ୍ବରେ ଭେଟିଛି । ସେହିପରି ଅମର ପଟ୍ଟନାୟକଙ୍କ ନେତୃତ୍ବରେ ନିର୍ବାଚନ କମିଶନରଙ୍କୁ ଭେଟିଛି ବିଜେଡି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
undefined

ବିଜେଡିର ଦାବି
ନିର୍ବାଚନ ବେଳେ ସୋସିଆଲ ମିଡିଆରେ ପ୍ରତିପକ୍ଷକୁ ସମାଲୋଚନା କରିବା ପାଇଁ ଘୁରି ବୁଲୁଛି ଅନେକ ଭିଡିଓ ଏବଂ ଫେକ୍ ନ୍ୟୁଜ୍ । ଏହା ଉପରେ ରୋକ୍ ଲଗାଇବା ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଦାବି କରିଛି ବିଜେଡି ପ୍ରତିନିଧି ଦଳ । ବିଜେପୁର ଉପନିର୍ବାଚନ ବେଳେ ହୋଇଥିବା ହିଂସାକାଣ୍ଡ ଘଟଣା ଯେଉଁଭଳି ଆସନ୍ତା ନିର୍ବାଚନ ବେଳେ ପୁନରାବୃତି ନହୁଏ, ପେଟ୍ରୋଲ ପମ୍ପ ମାଧ୍ୟମରେ ଟଙ୍କା ବଣ୍ଟାଯାଉଥିବା ଭଳି ଅଭିଯୋଗ ଆଣିଛି ବିଜେପି । ଏଥିସହ ଷ୍ଟାର କ୍ୟାମ୍ପନରଙ୍କ ସହ ନନଷ୍ଟାର କ୍ୟାମ୍ପନରଙ୍କ ଖର୍ଚ୍ଚ ପ୍ରାର୍ଥୀଙ୍କ ଖର୍ଚ୍ଚ ତାଲିକାରେ ଯୋଡିବା ପାଇଁ ଦାବି କରିଛି ବିଜେଡି ।

ବିଜେପିର ଦାବି
ବିଜେଡି ବିଜେପୁର ଉପନିର୍ବାଚନ ବେଳେ ହିଂସା ଘଟଣାକୁ ପ୍ରସଙ୍ଗ କରିଥିବା ବେଳେ ବିଜେପି ପଞ୍ଚାୟତ ନିର୍ବାଚନ ବେଳେ ବିଭିନ୍ନ ବୁଥରେ ହୋଇଥିବା ହିଂସାକାଣ୍ଡ କଥା ଉଠାଇଛି । ଏଥିସହ ବିଭିନ୍ନ ବୁଥରେ ସୁରକ୍ଷା ବ୍ୟବସ୍ଥା, ସରକାରୀ କଳର ଅପବ୍ୟବହାର, ସରକାରୀ କାର୍ଯ୍ୟକୁ ଦଳୀୟ କାର୍ଯ୍ୟକ୍ରମ ଭାବରେ ବ୍ୟବହାର ହେଉଥିବା ଅଭିଯୋଗ ଆଣିଛି ବିଜେପି । ଯେଉଁଭଳି ଭାବରେ ପଞ୍ଚାୟତ ନିର୍ବାଚନ ବେଳେ ବିଭିନ୍ନ ବୁଥରେ ହିଂସାକାଣ୍ଡ ହୋଇଥିଲା ସେଭଳି ଭାବରେ ବିଧାନସଭା ଓ ଲୋକସଭା ନିର୍ବାଚନରେ କିଭଳି ହିଂସା ଏଡାଇ ହେବ ସେ ନେଇ ପରାମର୍ଶ ଦେଇଛନ୍ତି ।

କଂଗ୍ରେସର ଦାବି
ଇଭିଏମ ମେସିନ ପ୍ରସଙ୍ଗରେ ଟ୍ରେନିଂ ପାଇଁ ଦାବି, ନିର୍ବାଚନ ବେଳେ କମିଶନଙ୍କ କଟକଣା ଠିକ ଭାବରେ କାର୍ଯ୍ୟକାରିତା ନେଇ ଦାବି କରିଛି କଂଗ୍ରେସ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରର ଅର୍ଥବଳ, ସରକାରୀ କଳ ଓ ବାହୁବଳ କିଭଳି ରୋକାଯାଇ ପାରିବ ସେ ନେଇ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ।

undefined

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

ଓଡ଼ିଶାରେ ନିର୍ବାଚନ କମିଶନ ଟିମ୍: ଭେଟିଲେ ତିନି ଦଳ, ଫେକ୍ ନ୍ୟୁଜ ରୋକ୍ ଉପରେ ଦାବି

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.